Advertisment

ମମତାଙ୍କୁ ବିଶ୍ୱାସ କରେ ନାହିଁ ବୋଲି କହିଲେ କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ

ଯଦି ଇଣ୍ଡିଆ ମେଣ୍ଟ ସାଧାରଣ ନିର୍ବାଚନ ଜିତିବ, ତା’ହେଲେ ଟିଏମସି ଏହାକୁ ବାହାରୁ ସମର୍ଥନ କରିବ ବୋଲି ମମତା ବୁଧବାର କହିଥିଲେ।

Mamata

Mamata

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ ହୋଇ ରହିଛି। ଏହା ମୋର ମାନସସନ୍ତାନ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିବା ପରେ ଏହାର ଜବାବ ଦେଇଛନ୍ତି କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ। ସେ ମମତାଙ୍କୁ ଆଦୌ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଯଦି ଇଣ୍ଡିଆ ମେଣ୍ଟ ସାଧାରଣ ନିର୍ବାଚନ ଜିତିବ, ତା’ହେଲେ ଟିଏମସି ଏହାକୁ ବାହାରୁ ସମର୍ଥନ କରିବ ବୋଲି ମମତା ବୁଧବାର କହିଥିଲେ। ଆଜି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, “ମୁଁ ତାଙ୍କୁ ବିଶ୍ୱାସ କରେ ନାହିଁ। ସେ ମେଣ୍ଟରୁ ବାହାରି ଯାଇଛନ୍ତି। ସେ ବିଜେପି ଆଡ଼କୁ ମଧ୍ୟ ଯାଇପାରିବେ।

ସେ ବାହାରେ ରହି କିମ୍ବା ଭିତରେ ରହି କ’ଣ କରିପାରିବେ, ସେକଥା ମୁଁ ଜାଣିନି। ଆପଣମାନେ ଏକଥା ତାଙ୍କୁ ପଚାରନ୍ତୁ। କିନ୍ତୁ ମୁଁ ତାଙ୍କ ଆଦୌ ବିଶ୍ୱାସ କରେ ନାହିଁ। ଇଣ୍ଡିଆ ମେଣ୍ଟ ବେଙ୍ଗଲ କଂଗ୍ରେସକୁ ଗଣତି କରେ ନାହିଁ। ମେଣ୍ଟକୁ ନେଇ ଯଦି ତାଙ୍କର(ମମତା) କୌଣସି ଆପତ୍ତି ଓ ଅଭିଯୋଗ ଥିଲା, ତା’ହେଲେ ଏକଥା ସେ ପୂର୍ବରୁ ମଧ୍ୟ ଉଠାଇ ପାରି ଥାଆନ୍ତେ।”

Advertisment

ଦେଶର ପ୍ରାୟ ୭୦% ଆସନର ଭୋଟିଂ ଶେଷ ହେବା ପରେ ବିଜେପି କ୍ଷମତାରୁ ଯିବ ବୋଲି ଏକପ୍ରକାରର ସ୍ପଷ୍ଟ ହୋଇ ସାରିଛି। ତେଣୁ ମମତା ୟୁ-ଟର୍ଣ୍ଣ ନେଇ ଇଣ୍ଡିଆ ମେଣ୍ଟ ସପକ୍ଷରେ ମତ ରଖୁଥିବା ଅଧୀର ଦାବି କରିଛନ୍ତି।

ସେ କହିଛନ୍ତି, “ସେମାନେ(ବିଜେପି) କଂଗ୍ରେସକୁ ଧ୍ୱଂସ କରିବା କଥା କହୁଛନ୍ତି। ଏଥିସହ କଂଗ୍ରେସ ୪୦ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ଦାବି କରୁଛନ୍ତି। କିନ୍ତୁ ଏବେ ମମତା ଏପରି ମତ ବଦଳାଇବାର ଅର୍ଥ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସୁଛି। ବିଜେପି ହାରିବାକୁ ଯାଉଥିବା ମମତା ଜାଣି ସାରିଛନ୍ତି।”

Mamata Banerjee Adhir Ranjan Chaudhary
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe