Advertisment

ମାର୍ଚ୍ଚ ପରେ ସିଦ୍ଦରମୈୟାଙ୍କ ସ୍ଥାନରେ ଶିବକୁମାର ହେବେ ମୁଖ୍ୟମନ୍ତ୍ରୀ!

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍‌ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି।

 DK Shivakumar

DK Shivakumar

Advertisment

କର୍ଣ୍ଣାଟକାରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଚୌକର ହେବ ପରିବର୍ତ୍ତନ। ସିଦ୍ଦରମୈୟାଙ୍କ ସ୍ଥାନରେ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ମାର୍ଚ୍ଚ ମାସ ପରେ ଏପରି ଅଦଳ ବଦଳ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଶିବକୁମାରଙ୍କୁ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି।

Advertisment

ତେବେ ସମର୍ଥନ ପ୍ରସଙ୍ଗରେ ଅଜବ ଉତ୍ତର ଦେଇଛନ୍ତି ଶିବକୁମାର। ତାଙ୍କ କହିବା କଥା ଯେ ସେ କାହାର ସମର୍ଥନ ଚାହୁଁନାହାନ୍ତି। କଂଗ୍ରେସ ନେତୃତ୍ୱବୃନ୍ଦ ଦେବାକୁ ଥିବା ନିର୍ଦ୍ଦେଶ ଅନୁସାରେ ସେ ସବୁବେଳେ କାମ କରିବାକୁ ପସନ୍ଦ କରିବେ ବୋଲି କହଛନ୍ତି।

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା ହଟିବେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କ୍ୟାବିନେଟରେ ଥିବା ନିର୍ଦ୍ଦିଷ୍ଟ ଦଳିତ ଓ ଏସ୍‌ଟି ସଦସ୍ୟଙ୍କ ସହ ଡିନର କରିଛନ୍ତି। କୁହାଯାଉଛି, ଦଳିତ ଓ ଏସ୍‌ଟି କ୍ୟାବିନେଟ ସଦସ୍ୟଙ୍କୁ ହାତ କରି ସିଦ୍ଦରମୈୟା ପୂରା ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି। 

Advertisment

କର୍ଣ୍ଣାଟକାରେ କଂଗ୍ରେସ ଯେତେବେଳେ କ୍ଷମତା ଦଖଲ କରିଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଦରମୈୟା ଓ ଶିବକୁମାରଙ୍କ ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଥିଲା। କଂଗ୍ରେସ ହାଇକମାଣ୍ଡ ଏଥିରେ ତାଳି ପକାଇ ୨.୫ ବର୍ଷର ଫର୍ମୁଲା ଲାଗୁ କରିଥିଲେ। ଡିଲ ଅନୁସାରେ ପ୍ରଥମ ଅଢ଼େଇ ବର୍ଷ ସିଦ୍ଦରମୈୟା ଓ ବାକି ଅଢ଼େଇ ବର୍ଷ ଶିବକୁମାର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ସେହି ଅନୁସାରେ ୨୦୨୫ ମାର୍ଚ୍ଚ ପରେ ମୁଖ୍ୟମନ୍ତ୍ରୀ ପଦ ବଦଳିବାର ସମ୍ଭାବନା ରହିଛି।

ଏସବୁ ଭିତରେ ଆଜି ସ୍ରିଙ୍ଗେରି ହେଲିପ୍ୟାଡରେ ସାମ୍ବାଦିକମାନଙ୍କୁ ଶିବକୁମାର କହିଛନ୍ତି, “ସଂସ୍କୃତରେ ଗୋଟିଏ କଥା ଅଛି-କର୍ମଣ୍ୟେ ବାଧିକାରସ୍ତେ। ମୁଁ ସବୁ ପ୍ରକାରର ପରିଶ୍ରମ କରୁଛି। ମୁଁ ମୋର କର୍ତ୍ତବ୍ୟ କରୁଛି। ଏହାର ଫଳ ମୁଁ ଭଗବାନଙ୍କ ଉପରେ ଛାଡ଼ି ଦେଇଛି। ମୋର କାହାର ସମର୍ଥନ ଦରକାର ନାହିଁ। ଦଳ ମୋତେ ଯାହା କରିବାକୁ କହିବ, ସେସବୁ ମୁଁ କରିବି। ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅନୁପାଳନ କରିବି।”

ଶିବକୁମାର କର୍ଣ୍ଣାଟକା କଂଗ୍ରେସର ମୁଖିଆ ଭାବେ ମଧ୍ୟ କାମ କରୁଛନ୍ତି। ସେ କହିଛନ୍ତି, “ରାଜ୍ୟର ସର୍ବୋଚ୍ଚ ପଦ ପାଇଁ ମୁଁ କେବେ ହେଲେ କାହାକୁ ମୋ ନାଁ ନେବାକୁ ବାଧ୍ୟ କରିବି ନାହିଁ।” ଦଳର କର୍ମୀମାନେ ସେ ମୁଖ୍ୟମନ୍ତ୍ରୀ ହୁଅନ୍ତି ବୋଲି କରୁଥିବା ଦାବି ଉପରେ ଶିବକୁମାର କହିଛନ୍ତି, “ମୁଁ କାହାକୁ ବାଧ୍ୟ କରିବାକୁ ଚାହୁଁନି କିମ୍ବା ମୁଁ କାହାର ସମର୍ଥନ ବି ଚାହୁଁନି। ମୁଁ କୌଣସି ବିଧାୟକଙ୍କୁ ମୋ ପାଇଁ ସ୍ୱର ଉଠାଇବାକୁ କହିବି ନାହିଁ। ସବୁ କିଛି କଂଗ୍ରେସ ପାର୍ଟି ଓ ମୋ ଭିତରେ ରହିଛି। ମୁଁ ମୋର କର୍ତ୍ତବ୍ୟ କରୁଛି ଓ ଆଗକୁ ମଧ୍ୟ କରିବି।”

Karnataka Siddaramaiah DK Shivakumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe