/odisha-reporter/media/post_attachments/uploadimage/library/16_9/16_9_0/Bihar_1693917510.jpg)
Bihar
ଶ୍ରାବଣ ମାସରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ମଟନ ଖାଇବା ଘଟଣାକୁ ସମାଲୋଚନା କରିଥିବା ବିଜେପି ନେତା ସୁଶୀଲ କୁମାର ମୋଦିଙ୍କୁ କାଉଣ୍ଟର କରିଛନ୍ତି ପପୁ ଯାଦବ। ସୁଶୀଲ ଭାଇ, ଆପଣ ନିଜର ମୋବାଇ ଚେକ କରନ୍ତୁ ଓ ଦେଖନ୍ତୁ ଆପଣ ଶ୍ରାବଣରେ ପର୍ଣ୍ଣ ଦେଖିଥିଲେ ନା ନାହିଁ ବୋଲି ଜନ ଅଧିକାର ଦଳର ମୁଖ୍ୟ ପପୁ ଯାଦବ ତାଚ୍ଛଲ୍ୟ କରି ପ୍ରଶ୍ନ କରିଛନ୍ତି।
ଲାଲୁ ପ୍ରସାଦ ନିକଟରେ ରାହୁଲ ଗାନ୍ଧିଙ୍କ ପାଇଁ ଘରେ ମଟନ ରାନ୍ଧିବା ସହ ଏକାଠି ବସି ସମସ୍ତେ ଏହାକୁ ଖାଇଥିଲେ। ଏହି ଘଟଣାକୁ ସୁଶୀଲ ମୋଦି ଶ୍ରାବଣ ମାସ ସହ ଯୋଡ଼ି ଲାଲୁଙ୍କୁ ସମାଲୋଚନା କରିଥିଲେ।
ଏହାର ଜବାବରେ ଆଜି ପପୁ ଯାଦବ କହିଛନ୍ତି, “ସୁଶୀଲ ଭାଇଙ୍କୁ ଆପଣ ପଚାରନ୍ତୁ ଯେ ମଙ୍ଗଳବାର, ବୁଧବାର ଓ ଶ୍ରାବଣ ମାସରେ ସେ ନନ ଭେଜ୍ କାମ ସବୁ ବନ୍ଦ କରିବେ କି? କ’ଣ ନେତାମାନେ ପର୍ଣ୍ଣ ଦେଖିବା ବନ୍ଦ କରିବେ? ଏହା କ’ଣ ନନ୍ ଭେଜ ନୁହେଁ? କ’ଣ ମଦ ପିଇବା ନନ ଭେଜ୍ ନୁହେଁ? ଜାତି ଆଧାରରେ ଭେଦଭାବ ସୃଷ୍ଟି କରିବା କ’ଣ ନନ ଭେଜ ନୁହେଁ? ସୁଶୀଲ ଭାଇ, ଆପଣ ନିଜର ମୋବାଇକୁ ଭଲ ଭାବେ ଚେକ କରନ୍ତୁ ଓ ଶ୍ରାବଣ ମାସରେ ଆପଣ ପର୍ଣ୍ଣ ଦେଖିଛନ୍ତି ନା ନାହିଁ?”
ଲାଲୁ ପ୍ରସାଦଙ୍କ ମଟନ ଭୋଜିକୁ ସମାଲୋଚନା କରି ସୁଶୀଲ ମୋଦି ସୋମବାର କହିଥିଲେ ଯେ ଶ୍ରାବଣ ମାସରେ ଲାଲୁ ପ୍ରସାଦ ଯାଦବ ମଟନ ଖାଇଛନ୍ତି। ଏହାର ପରିଣାମ ସେ ଆସନ୍ତା ନିର୍ବାଚନରେ ଦେଖିବେ। ଆରଜେଡି ନୂଆ ସଂସଦର ମୁହଁ ଦେଖିବାକୁ ମଧ୍ୟ ସକ୍ଷମ ହେବନି ବୋଲି ସେ କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
