Advertisment

'ଏଥର ମୁଁ ରାଷ୍ଟ୍ରପତି ନହେଲେ ରକ୍ତପାତ ହେବ'

ଗତକାଲି ଆମେରିକାର ଓହିଓରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ।

Donald Trump

Donald Trump

Advertisment

ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାରିଖ ହେବାକୁ ଯାଉଛି। ଯଦି ନିର୍ବାଚନରେ ମୁଁ ରାଷ୍ଟ୍ରପତି ଭାବେ ବିଜୟୀ ନ ହୁଏ ତେବେ ରକ୍ତପାତ ହେବ। ଏହି ଦିନ ସମଗ୍ର ଦେଶ ପାଇଁ ରକ୍ତପାତର ଦିନ ହୋଇଯିବ ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। 

Advertisment

ଗତକାଲି ଆମେରିକାର ଓହିଓରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏପରି ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ। ଟ୍ରମ୍ପ କହିଛନ୍ତି, ଯଦି ସେ ରାଷ୍ଟ୍ରପତି ପଦକୁ ନିର୍ବାଚିତ ନ ହୁଅନ୍ତି ତେବେ ଆମେରିକାର ଗଣତନ୍ତ୍ର ଶେଷ ହୋଇଯିବ। ଏହି ଦିନ ସମଗ୍ର ଦେଶରେ ରକ୍ତପାତ ହୋଇପାରେ।

ଏଥିସହ ଟ୍ରମ୍ପ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ବାଇଡେନ ସବୁଠାରୁ ଦୁର୍ବଳ ରାଷ୍ଟ୍ରପତି ବୋଲି ସେ ତାଚ୍ଛଲ୍ୟ କରି କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି, ଚୀନ୍ ମେକ୍ସିକୋରେ କାର ତିଆରି କରି ଆମେରିକାରେ ବିକ୍ରି କରିବାକୁ ଚାହୁଁଛି। ଯଦି ମୁଁ ରାଷ୍ଟ୍ରପତି ଭାବେ ପୁଣି ଥରେ ନିର୍ବାଚିତ ହୁଏ, ତେବେ ଆମେରିକାରେ ଆମଦାନୀ ହୋଇଥିବା କୌଣସି ଯାନକୁ ଚୀନ ବିକ୍ରି କରିପାରିବ ନାହିଁ। 

ପ୍ରକାଶ ଥାଉ କି, ଚଳିତ ବର୍ଷ ଶେଷରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଟ୍ରମ୍ପଙ୍କ ନାମ ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି।

ଏଥିପାଇଁ ଦଳ ପକ୍ଷରୁ ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ ହୋଇଗଲାଣି। ଏହି ଅବସରରେ ଟ୍ରମ୍ପ ଓହିଓରେ ଗତକାଲି ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ତାଙ୍କୁ ଭୋଟ୍ ଦେବାକୁ ପରୋକ୍ଷରେ ଧମକ ଦେଇଛନ୍ତି ଟ୍ରମ୍ପ।

Donald Trump America Election America President Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe