Advertisment

ମମତାଙ୍କ ସହ ମେଣ୍ଟ କରିବାକୁ କଂଗ୍ରେସର ଇଚ୍ଛା, କହିଲା ଦ୍ୱାର ଖୋଲା ଅଛି

ଟିଏମସି ରାଜ୍ୟର ୪୨ଟି ଲୋକସଭା ଆସନରୁ କଂଗ୍ରେସକୁ ୨ଟି ଦେବ ବୋଲି କହିଥିଲା। ଏହାକୁ କଂଗ୍ରେସ ଗ୍ରହଣ ନ କରିବାରୁ ମମତା ମେଣ୍ଟ ହେବ ନାହିଁ ବୋଲି କହିଥିଲେ।

author-image
Hemant Lenka
TMC

TMC

ପଶ୍ଚିମବଙ୍ଗର କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସିର ସମାଲୋଚନା ଓ କଟାକ୍ଷ ସତ୍ତ୍ୱେ ରାଜ୍ୟ ଉକ୍ତ ଦଳ ସହ ମେଣ୍ଟ କରିବାକୁ ଇଚ୍ଛା ରଖିଛି କଂଗ୍ରେସ। ଟିଏମସି ସହ ସିଟ ଶେୟାରିଂର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଲୋଚନା ଚାଲିଛି ବୋଲି ଆଜି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କରିଛନ୍ତି।

Advertisment

ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଇଣ୍ଡିଆ ମେଣ୍ଟ ସଶକ୍ତ ହେବାର ଆବଶ୍ୟକତା ଥିବା ଜୟରମେଶ କହିଛନ୍ତି। ସେ କହିଛନ୍ତି, “ମମତା ବାନାର୍ଜୀ ଓ ଟିଏମସି କହିଛନ୍ତି ଯେ ସେମାନେ ଇଣ୍ଡିଆ ମେଣ୍ଟକୁ ସଶକ୍ତ କରିବାକୁ ଚାହୁଁଛନ୍ତି। ସବୁଠାରୁ ବଡ଼ ଆଭିମୁଖ୍ୟ ହେଲା ବିଜେପିକୁ ହରାଇବା।”

ପଶ୍ଚିମବଙ୍ଗରେ ଟିଏମସି ଏକା ନିର୍ବାଚନ ଲଢ଼ିବ ବୋଲି ନିଜେ ମମତା ବାନାର୍ଜୀ ଘୋଷଣା କରିଥିଲେ। ତାଙ୍କର ଏପରି ଘୋଷଣା ପରେ କଂଗ୍ରେସ ଓ ଟିଏମସି ମେଣ୍ଟ ହେବା ଉପରେ କଳାବାଦଲ ଘୋଟେଇ ଆସିଥିଲା।

Advertisment

ଟିଏମସି ରାଜ୍ୟର ୪୨ଟି ଲୋକସଭା ଆସନରୁ କଂଗ୍ରେସକୁ ୨ଟି ଦେବ ବୋଲି କହିଥିଲା। ଏହାକୁ କଂଗ୍ରେସ ଗ୍ରହଣ ନ କରିବାରୁ ମମତା ମେଣ୍ଟ ହେବ ନାହିଁ ବୋଲି କହିଥିଲେ। ତଥାପି ନିର୍ବାଚନ ପରେ ସର୍ବଭାରତୀୟ ସ୍ତରରେ ବିଜେପିକୁ ହରାଇବା ପାଇଁ ଟିଏମସି ମେଣ୍ଟ କରିବାକୁ ପଛାଇବ ନାହିଁ ବୋଲି ମଧ୍ୟ ମମତା କହିଥିଲେ।

ମେଣ୍ଟ ସମ୍ପର୍କରେ ଜୟରାମ ରମେଶ କହିଛନ୍ତି, “ଦୁଇ ଦଳ ମଧ୍ୟରେ ଜୋରଦାର ଆଲୋଚନା ଚାଲିଛି। କିନ୍ତୁ ଆମେ ମମତା ବାନାର୍ଜୀଙ୍କୁ ସମ୍ମାନ କରୁ। ଆଲୋଚନା ବେଳେ ଏପରି ଉତ୍ତେଜନାପୂର୍ଣ୍ଣ ବାକଯୁଦ୍ଧ ଓ କଥା କଟାକଟି ହୁଏ। ମେଣ୍ଟ ପାଇଁ ଏବେ ସବୁ ପ୍ରକାରର ଦ୍ୱାର ଖୋଲା ରହିଛି।”

Congress Mamata Banerjee West Bengal Rahul Gandhi TMC