Advertisment

'ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ'

'ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପିଏମ୍ କରିବାକୁ ଚାହୁଁଛନ୍ତି'

author-image
Manoj Swain
ଅଦ୍ୟତନ ହୋଇଛି

ଲକ୍ଷ୍ନୌ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା। କହିଲେ, ଓଡ଼ିଶାରେ ବିଜେପିର ସ୍ଥିତି ବେଶ୍ ଭଲ ରହିଛି। ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପିଏମ୍ କରିବାକୁ ଚାହୁଁଛନ୍ତି। ତାସହ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ହେଉ ବୋଲି ରାଜ୍ୟବାସୀ ଚାହୁଁଥିବା କହିଛନ୍ତି। ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନକୁ ନେଇ ଆଜି ବସୁଛି କୋର୍ କମିଟି ବୈଠକ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ବସିବ ଏହି ବୈଠକ। ଏଥିପାଇଁ ଲକ୍ଷ୍ନୌରେ ଗସ୍ତରେ ଅଛନ୍ତି ବୈଜୟନ୍ତ ପଣ୍ଡା। 

Advertisment
Odisha Bjp Baijayant Jay Panda