Advertisment

ମମତାଙ୍କ ଟାର୍ଗେଟରେ କଂଗ୍ରେସ, କହିଲେ-୪୦ ଆସନ ଜିତିବ କି ନାହିଁ ସନ୍ଦେହ

ସେ କଂଗ୍ରେସକୁ ସମାଲୋଚନା କରି ଦେଶର ସର୍ବପୁରାତନ ଦଳ ଲୋକସଭା ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ଦିଦି ସନ୍ଦେହ ପ୍ରକାଶ କରିଛନ୍ତି।

Rahul Gandhi

Rahul Gandhi

Advertisment

ଇଣ୍ଡିଆ ମେଣ୍ଟର ସଦସ୍ୟ ଥାଇ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗର ଗୋଟିଏ ହେଲେ ଲୋକସଭା ସିଟ୍ କଂଗ୍ରେସକୁ ମିଳିବ ନାହିଁ ବୋଲି କହିଥିବା ମମତା ଆଜି ବଡ଼ ବୟାନ ଦେଇଛନ୍ତି। ସେ କଂଗ୍ରେସକୁ ସମାଲୋଚନା କରି ଦେଶର ସର୍ବପୁରାତନ ଦଳ ଲୋକସଭା ନିର୍ବାଚନରେ ୪୦ଟି ଆସନ ଜିତି ପାରିବ କି ନାହିଁ ଦିଦି ସନ୍ଦେହ ପ୍ରକାଶ କରିଛନ୍ତି।

Advertisment

ବେଙ୍ଗଲର ମୁର୍ଶିଦାବାଦରେ ଆୟୋଜିତ ସମାବେଶରେ ମମତା କହିଛନ୍ତି, “କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନରେ ୩୦୦ ଆସନରୁ ୪୦ଟି ବି ଜିତି ପାରିବ କି ନାହିଁ ମୋର ସନ୍ଦେହ ହେଉଛି। ତଥାପି ଏତେ ଅହଂକାର କାହିଁକି?

ତୁମେମାନେ ବେଙ୍ଗଲ ଆସିଲ, ଆମେ ଇଣ୍ଡିଆ ମେଣ୍ଟରେ ଅଛୁ। ଥରେ ମୋତେ କହି ଥାଆନ୍ତ। ମୁଁ ବେଙ୍ଗଲ ଆସିବା କଥା ପ୍ରଶାସନ ଠାରୁ ଶୁଣିଲି। ଯଦି ଆପଣମାନଙ୍କର ସାହସ ଅଛି, ତା’ହେଲେ ବିଜେପିକୁ ବାରାଣସୀରେ ହରାଇ ଦେଖାଅ। ଆପଣମାନେ ପୂର୍ବରୁ ଯେଉଁଠି ସବୁ ଜିତିଥିଲେ, ସେଠାରେ ହାରିଛନ୍ତି।

Advertisment

ଉତ୍ତର ପ୍ରଦେଶରେ ଆପଣଙ୍କର ଗୋଟିଏ ହେଲେ ବି ଆସନ ନାହିଁ। ଆପଣ ରାଜସ୍ଥାନରେ ଜିତି ପାରି ନାହାନ୍ତି। ସେଠାକୁ ଯାଅ ଓ ନିଜ ଆସନ ଗୁଡ଼ିକ ଜିତ। ମୁଁ ଦେଖିବି ଆପଣଙ୍କ ସାହସ କେତେ। ଆହ୍ଲାବାଦ ଓ ବାରାଣସୀରେ ଜିତିକି ଦେଖାଅ। ଆପଣଙ୍କ ପାର୍ଟି କେତେ ସାହସୀ ଜଣାପଡ଼ିବ।”

ରାହୁଲ ଗାନ୍ଧି ନିଜର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ନେଇ ବେଙ୍ଗଲ ଆସିଥିଲେ। ଏହି ସମୟରେ ସେ ବିଡ଼ି ଶ୍ରମିକମାନଙ୍କ ସହ କଥା ହୋଇଥିଲେ। ଏ ସମ୍ପର୍କରେ ମମତା କହିଛନ୍ତି, “ବର୍ତ୍ତମାନ ଗୋଟିଏ ଷ୍ଟାଇଲ ସାମ୍ନାକୁ ଆସିଛି। ସେହି ଷ୍ଟାଇଲ ହେଲା ଫଟୋ ଶୁଟ। ଯେଉଁମାନେ ଦିନେ ଚା’ ଦୋକାନ ଯାଇ ନଥିବେ, ଏବେ ସେମାନେ ବିଡ଼ି ଶ୍ରମିକଙ୍କ ସହ ବସୁଛନ୍ତି। ସେମାନେ ସମସ୍ତେ ପ୍ରବାସୀ ପକ୍ଷୀ।”

Rahul Gandhi West Bengal Mamata Banerjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe