ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ଟିକେଟ୍ ଘୋଷଣା ପରେ ଏବେ ପ୍ରଚାର ମୈଦାନରେ ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ଡ. ଅନିର୍ବାଣ ଗାଙ୍ଗୁଲିଙ୍କ ପ୍ରଚାର ସଭା ଦୃଷ୍ଟି ଆକର୍ଷଣ କରିଛି।
Also Read
ସେ ଶୁକ୍ରବାର ବ୍ୟାପକ ଜନସମାଗମ ମଧ୍ୟରେ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏହି ଅଭିଯାନ ଟତଲିଗୁଞ୍ଜ ବିଧାନସଭାର ୱାର୍ଡ ନମ୍ବର 98ର ବଂଶଦ୍ରୋନି ବଜାରଠାରୁ ଆରମ୍ଭ ହୋଇ ନେତାଜି ନଗର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଚାଲିଥିଲା। ପ୍ରଚାର ସମୟରେ ହଜାର ହଜାର ଭୋଟର ତାଙ୍କ ସମର୍ଥନରେ ରାଲିରେ ସାମିଲ ହୋଇଥିଲେ।
ପ୍ରକାଶ ଥାଉକି, ବର୍ତ୍ତମାନ ଏହି ଆସନ ପଶ୍ଚିମବଙ୍ଗ ଶାସକ ଟିଏମସି ଅଧୀନରେ ରହିଛି। ଏହାକୁ ଟିଏମସିର ଗଡ଼ ମଧ୍ୟ କୁହାଯାଏ। କିନ୍ତୁ ଏଥର ଏକ ପରିବର୍ତ୍ତନର ନାରା ନେଇ ମୈଦାନକୁ ଓହ୍ଲାଇଛନ୍ତି ଅନିର୍ବାଣ ଗାଙ୍ଗୁଲି। ତେବେ ଏଥର ଏ ଗଡ଼ କାହା ହାତକୁ ଯାଉଛି, ତା' ଉପରେ ନଜର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Politics
‘ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି, ଏବେ ହୋଟେଲ ଚଲେଇବେ’
ପାର୍ଟିର କାମ ଆଉ କିଛି ନାହିଁ। ତେଣୁ ସେମାନେ ସେଟାକୁ ହୋଟେଲରେ ପରିଣତ କରି ଦେଲେ। କ’ଣ ହୋଇଗଲା ସେଠୁ? ବିଚରାମାନଙ୍କୁ ଧନ୍ୟବାଦ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।