Advertisment

ପ୍ରଚାର ମୈଦାନରେ ଡ. ଅନିର୍ବାଣ ଗାଙ୍ଗୁଲି, ଆରମ୍ଭ କଲେ ଜନସମ୍ପର୍କ ଅଭିଯାନ

ଏହି ଆସନ ପଶ୍ଚିମବଙ୍ଗ ଶାସକ ଟିଏମସି ଅଧୀନରେ ରହିଛି।

ଅଦ୍ୟତନ ହୋଇଛି
Dr Anirban Ganguly with public

Dr Anirban Ganguly with public

Advertisment

ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ଟିକେଟ୍ ଘୋଷଣା ପରେ ଏବେ ପ୍ରଚାର ମୈଦାନରେ ପ୍ରାର୍ଥୀ। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ଯାଦବପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ଡ. ଅନିର୍ବାଣ ଗାଙ୍ଗୁଲିଙ୍କ ପ୍ରଚାର ସଭା ଦୃଷ୍ଟି ଆକର୍ଷଣ କରିଛି। 

Advertisment

ସେ ଶୁକ୍ରବାର ବ୍ୟାପକ ଜନସମାଗମ ମଧ୍ୟରେ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏହି ଅଭିଯାନ ଟତଲିଗୁଞ୍ଜ ବିଧାନସଭାର ୱାର୍ଡ ନମ୍ବର 98ର ବଂଶଦ୍ରୋନି ବଜାରଠାରୁ ଆରମ୍ଭ ହୋଇ ନେତାଜି ନଗର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଚାଲିଥିଲା। ପ୍ରଚାର ସମୟରେ ହଜାର ହଜାର ଭୋଟର ତାଙ୍କ ସମର୍ଥନରେ ରାଲିରେ ସାମିଲ ହୋଇଥିଲେ।

ପ୍ରକାଶ ଥାଉକି, ବର୍ତ୍ତମାନ ଏହି ଆସନ ପଶ୍ଚିମବଙ୍ଗ ଶାସକ ଟିଏମସି ଅଧୀନରେ ରହିଛି। ଏହାକୁ ଟିଏମସିର ଗଡ଼ ମଧ୍ୟ କୁହାଯାଏ। କିନ୍ତୁ ଏଥର ଏକ ପରିବର୍ତ୍ତନର ନାରା ନେଇ ମୈଦାନକୁ ଓହ୍ଲାଇଛନ୍ତି ଅନିର୍ବାଣ ଗାଙ୍ଗୁଲି। ତେବେ ଏଥର ଏ ଗଡ଼ କାହା ହାତକୁ ଯାଉଛି, ତା' ଉପରେ ନଜର। 

Advertisment
Lok Sabha Poll Election Campaign
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe