Advertisment

ଡ୍ରେନ୍ ଟ୍ରାଜେଡି ପାଇଁ କିଏ ଦାୟୀ? ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗତକାଲି ଭୁବନେଶ୍ୱର ସ୍ଥିତ ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ ପଡ଼ି ନାବାଳକ ଆବୁ ବକର ସାହଙ୍କର ମୃତ୍ୟୁ ଘଟିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Drain Tragedy

Drain Tragedy

ଭୁବନେଶ୍ୱରରେ ମୁକୁଳା ଡ୍ରେନରେ ପଡ଼ି ଗତକାଲି ଜଣେ ନାବାଳକଙ୍କର ଅକାଳ ମୃତ୍ୟୁ ଘଟିଛି। ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। କିପରି ଘଟିଲା ଏହି ଅଘଟଣ, ଏଥିପାଇଁ କିଏ ଦାୟୀ ? ସନ୍ଧ୍ୟା ସୁଦ୍ଧା ଏହାର ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

Advertisment

ଗତକାଲି ଭୁବନେଶ୍ୱର ସ୍ଥିତ ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ ପଡ଼ି ନାବାଳକ ଆବୁ ବକର ସାହଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାଉଣ୍ଡ ସ୍ଥରରେ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ୟୁନିଟ-୩ ମସଜିଦ୍ କଲୋନୀରେ ଥିବା ମୁକୁଳା ଡ୍ରେନରେ କାହିଁକି ବ୍ୟାରିକେଡ ହୋଇ ନାହିଁ? ଏହାର ଦାୟିତ୍ୱରେ କିଏ ଥିଲେ? ଘଟଣା ତଦନ୍ତ କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ମନ୍ତ୍ରୀ ଆହୁରି କହିଛନ୍ତି, ଭୁବନେଶ୍ୱରରେ ଆଉ କେତେ ମୁକୁଳା ଡ୍ରେନରେ ବ୍ୟାରିକେଡ ହୋଇନାହିଁ? କେତେ ଡ୍ରେନର ସ୍ଲାପ ପଡ଼ିବା ବାକି ଅଛି? ତାହାର ସମୀକ୍ଷା କରି ରିପୋର୍ଟ ଦେବାକୁ କୁହାଯାଇଛି। ସପ୍ତାହେ ଭିତରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୩ ଦିନ ଭିତରେ ବାକିଥିବା ସବୁ ଡ୍ରେନ୍ କଭର୍ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଏଥିସହ ମୃତ ନାବାଳକର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

Advertisment

ପାଣିରେ ଭାସୁଥିବା ବେଲୁନ ଆଣିବାକୁ ଯାଇ ଗତକାଲି ଡ୍ରେନ୍ ପାଣିରେ ଭାସିଯାଇଥିଲେ୧୧ବର୍ଷୀୟ ନାବାଳକ ଆବୁ କବର ସାହ। ପ୍ରାୟ ଘଣ୍ଟାଏ ପରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଅଭିଯୋଗ ହେଉଛି ଯେ,ରାଜଧାନୀରେ ବାରମ୍ବାର ବାରମ୍ବାର ମୁକୁଳା ଡ୍ରେନରେ ଜୀବନ ଯାଉଥିବା ବେଳେ କାହିଁକି ନିରବଦ୍ରଷ୍ଟା ସାଜିଛି BMC। ଡ୍ରେନ୍ ସଫେଇ ସହ ମୁକୁଳା ଡ୍ରେନ୍ ବନ୍ଦ ପାଇଁ କାହିଁକି BMC ଆଗୁଆ ପଦକ୍ଷେପ ନେଉ ନାହିଁ ସାଧାରଣରେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Bhubaneswar Deadbody