Advertisment

କାଲି ଗୋଲାପି, ତ ଆଜି ବ୍ଲୁ; ରାତିକରେ ବଦଳିଗଲା ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଡ୍ରେସ୍ ରଙ୍ଗ

ଭି.କେ ପାଣ୍ଡିଆନ ଗତକାଲିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ଥିବା ବେଳେ ତାଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅଦ୍ୟତନ ହୋଇଛି
Security Force Of Pandian

Security Force Of Pandian

Advertisment

ପିଙ୍କ୍ ପରେ ବ୍ଲୁ । ରାତି ପାହିଲେ ବଦଳୁଛି ସୁରକ୍ଷାକର୍ମୀଙ୍କ ଡ୍ରେସ୍ ରଙ୍ଗ । ୫-ଟି ସଚିବ ଗତକାଲି ଗଞ୍ଜାମ ଗସ୍ତରେ ଯାଇଥିବା ବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ପିଙ୍କ୍ କଲର ଟି-ସାର୍ଟ ପିନ୍ଧିଥିବା ବେଳେ ଆଜି ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି ।

Advertisment

ଭି.କେ ପାଣ୍ଡିଆନ ଗତକାଲିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ଥିବା ବେଳେ ତାଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳା, କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ନିଜ ନିଜ ଅଭିଯୋଗ ସିଧାସଳଖ ସଚିବଙ୍କୁ ଜଣାଇବାକୁ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ପାଣି ବୋତଲ, ବ୍ୟାଗ୍, କଳା ପୋଷାକ ପିନ୍ଧି ଥିବା ବ୍ୟକ୍ତିଙ୍କୁ ସଭାସ୍ଥଳ ଭିତରକୁ ଯିବାକୁ ବାରଣ କରାଯାଇଛି।

୫-ଟି ସଚିବଙ୍କ ତିନିଦିନିଆ ଗଞ୍ଜାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ଭଞ୍ଜନଗର, ସୋରଡ଼ା, ଆସ୍କା,ପୋଲସରା,ଖଲ୍ଲିକୋଟରେ କାର୍ଯ୍ୟକ୍ରମ ରହିଛି । ଆଜି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡିଆଠାରେ କାର୍ଯ୍ୟକ୍ରମ ରହିଛି ।

Advertisment

ସୂଚନାଯୋଗ୍ୟ, ୫-ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ କେନ୍ଦ୍ର କରି ତୁମୁଳକାଣ୍ଡ ଘଟିଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହାକୁ ତୀବ୍ର ବିରୋଧ କରିଥିବା ବେଳେ ଗତକାଲି ସେ ମଧ୍ୟ ସଭାସ୍ଥଳକୁ ଯିବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ମାତ୍ର ଶହ ଶହ ସଂଖ୍ୟାରେ ବିଜେଡି ସମର୍ଥକ ଗତକାଲି ଲାଞ୍ଜିପଲ୍ଲୀଠାରେ ତାଙ୍କୁ ଅଟକାଇଥିଲେ। ଫଳରେ ରାସ୍ତା ଉପରେ ମହାଭାରତ ସୃଷ୍ଟି ହୋଇଥିଲା ଓ ରାସ୍ତା ପାଲଟିଥିଲା ରଣକ୍ଷେତ୍ର । ଦୀର୍ଘ ସମୟ ଧରି ଉଭୟ ପକ୍ଷ ମଧ୍ୟ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କଥା ହାତାହାତି ଯାଏ ଯାଇଥିଲା।

ଏହାକୁ ନେଇ ଗତକାଲି ପ୍ରଥମ ଥର ପାଇଁ ପଲଟିକାଲ୍‌ ଷ୍ଟଣ୍ଟ ମାରିଛନ୍ତି ପାଣ୍ଡିଆନ । ‘ଜଣେ ଜନ ପ୍ରତିନିଧି’ କହି ନାଁ ନଧରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଘେରିଛନ୍ତି। ଅପରପକ୍ଷେ, ପାଣ୍ଡିଆନ ମିଛୁଆ। ପାଣ୍ଡିଆନ ଇଜ ଏ ଲାୟର ବୋଲି କହିବାକୁ ପଛାଇ ନାହାନ୍ତି ପ୍ରଦୀପ ପାଣିଗ୍ରାହୀ। ଏହି ଝଡ଼ ଏବେ ଥମିବା ପରି ମନେ ହେଉ ନାହିଁ।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe