ଆସନ୍ତାକାଲିଠୁ ବିଧାନସଭା: ସୁରକ୍ଷା ପାଇଁ ମୁତୟନ ହେବ ଡ୍ରୋନ୍‌ କ୍ୟାମେରା

ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେପି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଥିବାବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବସିବ। ଶାସକ ବିଜେଡ଼ି ନିଜର ବିଧାୟକ ଦଳ ବୈଠକ କରି ରଣନୀତି ଚୂଡ଼ାନ୍ତ କରିବ।

Odisha Assembly PhotoOdisha Assembly

ଓଡ଼ିଶା ବିଧାନ ସୌଧ

Ordigital Desk
  • Published: Monday, 20 November 2023
  • Updated: 20 November 2023, 09:35 PM IST

Sports

Latest News

ଆସନ୍ତାକାଲିଠାରୁ ବିଧାନସଭାର ଶୀତ ଅଧିବେଶନ ଅନୁଷ୍ଠିତ ହେବ। ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେପି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଥିବାବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ବସିବ। ଶାସକ ବିଜେଡି ନିଜର ବିଧାୟକ ଦଳ ବୈଠକ କରି ରଣନୀତି ଚୂଡ଼ାନ୍ତ କରିବ। ତେବେ ବିଧାନସଭା ଅଧିବେଶନବେଳେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ । ଡ୍ରୋନ୍ ମାଧ୍ୟମରେ ଲୋକଙ୍କ ଉପରେ ନଜର ରଖିବାକୁ ପୁଲିସ ଯୋଜନା କରିଥିବା ଜଣାପଡ଼ିଛି ।

ଶୀତ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହୋଇ ଡିସେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବସିବାର କାର୍ଯ୍ୟକ୍ରମ ରହିଛି । ଶୀତ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସର୍ବଦଳୀୟ ବୈଠକ ଡାକି ସମସ୍ତ ଦଳର ସହଯୋଗ ଲୋଡ଼ିଛନ୍ତି । ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟତଃ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ରତ୍ନଭଣ୍ଡାରର ମରାମତି ଓ ଅଳଙ୍କାର ଗଣନା, ଆଦିବାସୀ ଜମି ହଡ଼ପ ଷଡ଼ଯନ୍ତ୍ର, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା, ଆବାସ ଯୋଜନାର ଦୁର୍ନୀତି, ବ୍ୟାପକ ପିସି କାରବାର, ଦୁର୍ନୀତି ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠୁ ଜବାବ ମାଗିବାକୁ ବିଜେପି ନିଷ୍ପତ୍ତି ନେଇଛି ।

Also Read

ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେପି ବିଧାୟକ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୀତ ଅଧିବେଶନରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଓ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ପ୍ରସଙ୍ଗକୁ ବିଜେପି ଉଠାଇବା ସହ ସରକାରଙ୍କୁ ଜବାବ ମାଗିବ । ୨୩ ବର୍ଷର ବିଜେଡି ଶାସନରେ ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭୀଚାର ଚରମ ସୀମା ଅତିକ୍ରମ କରିସାରିଛି ଯାହାକି ‘ବ୍ଲକ ଘେରାଓ' କାର୍ଯ୍ୟକ୍ରମରେ ସ୍ପଷ୍ଟ ରୂପେ ପ୍ରତିଫଳିତ ହୋଇଛି । ଶାସକ ଦଳର ବିଧାୟକ ସୁଶାନ୍ତ ସିଂହଙ୍କ ଇଙ୍ଗିତରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପଦାରେ ପକାଇଛି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ କୁମାର ନାୟକ, ନିତ୍ୟାନନ୍ଦ ଗଣ୍ଡ, କେ.ନାରାୟଣ ରାଓ, ମୁକେଶ ମହାଲିଙ୍ଗ, ସନାତନ ବିଜୁଳି, ସୁରଜ ସୂର୍ଯ୍ୟବଂଶୀ, ଜୟନ୍ତ ଷଡଙ୍ଗୀ, ଭାସ୍କର ମଢେଇ, ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ ଶାରଦା ପ୍ରସାଦ ଶତପଥୀ, ମନୋଜ ମହାପାତ୍ର, ଦିଲୀପ ମଲ୍ଲିକ, ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି କଂଗ୍ରେସ ମଧ୍ୟ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଚାଷୀ ଆତ୍ମହତ୍ୟା, ଆଦିବାସୀଙ୍କ ଜମି ବିକ୍ରିକୁ ବିରୋଧ, ଦୁର୍ନୀତି ଆଦିକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି କହିଛି । ତେବେ ଆସନ୍ତାକାଲି ବିଧାୟକ ଦଳ ବୈଠକରେ ଏହା ଚୂଡ଼ାନ୍ତ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଅଧିବେଶନବେଳେ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୮ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୦୦ଜଣ ଅଫିସର ମଧ୍ୟ ମୁତୟନ ହେବେ । ପୁଲିସ ଡିଜି ସୁନୀଲ ବଂଶଲଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ଅଧିବେଶନବେଳେ ବିଭିନ୍ନ ସଂଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଓ ସମାବେଶ ହେଉଥିବାରୁ ସେମାନଙ୍କ ଉପରେ ନଜର ରଖିବାକୁ ପୁଲିସ ଡ୍ରୋନ କ୍ୟାମେରା ମୁତୟନ କରିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story