Advertisment

ସୁରେଶ ପୂଜାରୀଙ୍କ ଘର ଉପରେ ଉଡିଲା ବିରାଟକାୟ ଡ୍ରୋନ୍‌

ଘରର କେୟାର ଟେକର ଏନେଇ ଶ୍ରୀ ପୂଜାରୀଙ୍କୁ ସୂଚନା ଦେଇଥିଲେ। ଶ୍ରୀ ପୂଜାରୀ ଏନେଇ ଝାରସୁଗୁଡ଼ା ଏସ୍‌ପିଙ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍‌ ଶ୍ରୀ ପୂଜାରୀଙ୍କ ଭଡ଼ା ଘରେ ପହଞ୍ଚି ଭଙ୍ଗା ଡ୍ରୋନ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

BJP

BJP

Advertisment

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଘର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ପରେ ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ପିଟି ହୋଇ ତଳେ ଖସି ପଡ଼ିଥିଲା। ତେବେ କିଏ, କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଏହି ଡ୍ରୋନ୍‌ ଉଡାଉଥିଲା, ତାହା ଜଣାପଡ଼ି ନାହିଁ। ଝାରସୁଗୁଡ଼ା ପୁଲିସ୍‌ ଡ୍ରୋନ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ହେଉଛନ୍ତି ସୁରେଶ ପୂଜାରୀ। ସେ ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟରେ ଏକ ଘର ଭଡ଼ାରେ ନେଇଛନ୍ତି। ଆଉ ସେହି ଘରେ ସେ ରୁହନ୍ତି। ଆଜି ଦିନ ଦି’ପହରରେ ସୁରେଶ ପୂଜାରୀ ଘରେ ନଥିଲେ। ନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ। ଠିକ୍‌ ସମୟରେ ଗୋଟିଏ ବଡ଼ ଡ୍ରୋନ୍‌ ଶ୍ରୀ ପୂଜାରୀଙ୍କ ଘର ଉପରେ ଉଡିଥିଲା। ପରେ ଡ୍ରୋନ୍‌ ଘର ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଟାୱାରରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ।

ଘରର କେୟାର ଟେକର ଏନେଇ ଶ୍ରୀ ପୂଜାରୀଙ୍କୁ ସୂଚନା ଦେଇଥିଲେ। ଶ୍ରୀ ପୂଜାରୀ ଏନେଇ ଝାରସୁଗୁଡ଼ା ଏସ୍‌ପିଙ୍କୁ ଜଣାଇଥିଲେ। ଏହା ପରେ ପୁଲିସ୍‌ ଶ୍ରୀ ପୂଜାରୀଙ୍କ ଭଡ଼ା ଘରେ ପହଞ୍ଚି ଭଙ୍ଗା ଡ୍ରୋନ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଶ୍ରୀ ପୂଜାରୀଙ୍କ ଘର ଉପରେ ଡ୍ରୋନ୍‌ ଉଡାଉଥିଲେ, ତାହା ଜଣାପଡ଼ି ନାହିଁ। ଘର ପରିସରରେ ଫଟୋ ଉଠାଇବା କାମରେ ଡ୍ରୋନ୍‌ ବ୍ୟବହାର ହୋଇଥିବା ଜଣାପଡ଼ିଛି।

Advertisment

ସେପଟେ ଶ୍ରୀ ପୂଜାରୀ କହିଛନ୍ତି, ଡ୍ରୋନ୍‌ଟି ବିଦ୍ୟୁତ ଟାୱାରରେ ହୋଇ ତଳେ ପଡ଼ି ଯାଇଥିଲେ ସୁଦ୍ଧା ଇଞ୍ଜିନ୍‌ ଚାଲୁଥିଲା ଓ କ୍ୟାମେରା ଅନ୍‌ ଥିଲା। ଏନେଇ ମୁଁ ଏସ୍‌ପିଙ୍କୁ କହିଥିଲି। ପୁଲିସ ଡ୍ରୋନ୍‌ ଜବତ କରି ତଦନ୍ତ ଚଳାଉଛି। କିଏ, କ’ଣ ପାଇଁ ଓ କେଉଁ ଉଦ୍ଦେଶ୍ୟରେ ଏତେ ବଡ଼ ଡ୍ରୋନ୍‌କୁ ଘର ଉପରେ ଉଡାଉଥିଲେ? ତାହା ଜଣାପଡ଼ି ନାହିଁ। ତେବେ ଡ୍ରୋନ୍‌ ଉଡିବାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହେଉଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Bjp Jharsuguda Suresh Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe