Advertisment

ବିଜେପି ସରକାରର ଶକ୍ତି ଜାଣିବାକୁ ଚାହୁଁଥିଲେ ଦୁଷ୍ୟନ୍ତ, କିନ୍ତୁ ଏବେ ନିଜ ଦଳରେ ଦେଖାଗଲା ବିଦ୍ରୋହ

ଦୁଷ୍ୟନ୍ତ ବିଜେପି ସରକାରକୁ ଭୁଶୁଡ଼ାଇବାକୁ ଚାହୁଁଥିବା ବେଳେ ଜେଜେପିତର ୪ ଜଣ ବିଧାୟକ ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଛନ୍ତି।

Dushyant Chautala

Dushyant Chautala

Advertisment

ଗୋଟିଏ ସମୟରେ ବିଜେପି ସହ ମିଶି ସରକାର ଗଠନ କରିଥିଲେ। ହରିଆଣାରେ ବିଜେପି-ଜେଜେପି ମେଣ୍ଟ ଚାଲିଥିଲା। କିନ୍ତୁ ହଠାତ୍‌ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ୧୦ ବିଧାୟକ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ।

Advertisment

ନିକଟରେ ଆଉ ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ନାଏବ ସିଂହ ସୈନି ସରକାରରୁ ଓହରି ଯିବାରୁ ବିଜେପି ଅକଳରେ ପଡ଼ି ଯାଇଛି। ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ଦାବି କରି ଦୁଷ୍ୟନ୍ତ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିଥିଲେ।

ହେଲେ ଏବେ ବାଜି ଓଲଟି ପଡ଼ିଛି। ଦୁଷ୍ୟନ୍ତ ଜେଜେପିରେ ଦେଖା ଦେଇଛି ବିଦ୍ରୋହ। ଦୁଷ୍ୟନ୍ତ ବିଜେପି ସରକାରକୁ ଭୁଶୁଡ଼ାଇବାକୁ ଚାହୁଁଥିବା ବେଳେ ଜେଜେପିତର ୪ ଜଣ ବିଧାୟକ ଆଜି ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଛନ୍ତି।

Advertisment

ପାନିପତରେ ଥିବା ରାଜ୍ୟର ମନ୍ତ୍ରୀ ମହିପାଲ ଧଣ୍ଡାଙ୍କ ଘରେ ଏହି ଭେଟଘାଟ ହୋଇଥିଲା। ଖଟ୍ଟର ଓ ଧଣ୍ଡାଙ୍କ ଉପସ୍ଥିତିରେ ଜେଜେପିର ୪ ଜଣ ବିଧାୟକ ପ୍ରାୟ ୩୦ ମିନିଟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେମାନେ ଚାଲି ଯାଇଛନ୍ତି।

କୁହାଯାଉଛି ଯେ ଏହି ୪ ଜେଜେପି ବିଧାୟକ କ୍ଷମତାସୀନ ବିଜେପି ସମର୍ଥନରେ ଆସି ପାରନ୍ତି। ସେମାନଙ୍କ ସହ ଆଉ କିଛି ଜେଜେପି ବିଧାୟକ ମଧ୍ୟ ବିଜେପି କ୍ୟାମ୍ପକୁ ଆସିବାର ସମ୍ଭାବନା ରହିଛି। ଅବଶ୍ୟ ଏସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ମିଳିନି, ତଥାପି ଜେଜେପିରେ ଏହାକୁ ନେଇ କମ୍ପନ ଦେଖିବାକୁ ମିଳିଛି।

ଜେଜେପିର ମୁଖ୍ୟ ମିଡିଆ ସଂଯୋଜକ ଦୀପକମଲ ସାହାରନ କହିଛନ୍ତି, ଦଳର ନେତାମାନେ ପାର୍ଟି ହ୍ୱିପ ମାନିବାକୁ ବାଧ୍ୟ। ନଚେତ ସେମାନଙ୍କୁ ଦଳରୁ ବାହାର କରି ଦିଆଯିବ। ଏକାଧିକ ନିର୍ବାଚନ ମଣ୍ଡଳୀରେ ଆମେ ଦେଖିବାକୁ ପାଇଛୁ ଯେ ଜେଜେପି ବିଧାୟକମାନେ ବିଜେପି ସହ ମିଶି କାମ କରୁଛନ୍ତି।

ଯଦି ସେମାନେ ଦଳ ବଦଳ କରନ୍ତି, ତା’ହେଲେ ବିଜେପିର ସ୍ଥାନୀୟ କ୍ୟାଡରଙ୍କ ସହ ତାଙ୍କର ବିଦ୍ରୋହ ହେବ। ବିଜେପିର ସ୍ଥାନୀୟ ନେତାମାନେ ସେମାନଙ୍କୁ ଗ୍ରହଣ କରୁଛନ୍ତି କି ନାହିଁ, ତା’କୁ ମଧ୍ୟ ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଚଳିତ ସପ୍ତାହରେ ୩ ସ୍ୱାଧୀନ ବିଧାୟକ ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରି ନେବାରୁ ଦଳ ସଙ୍କଟରେ ପଡ଼ିଛି। ଏହାପରେ ଦୁଷ୍ୟନ୍ତ ଚୌତାଲା ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ମିଶି ବିଜେପି ସରକାରକୁ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବାକୁ ଚ୍ୟାଲେଞ୍ଜ ଦେଇଥିଲେ। ଏପରି କି ଜେଜେପି ବାହାରୁ କଂଗ୍ରେସ ସରକାର ଗଠନ କଲେ ସମର୍ଥନ ଦେବ ବୋଲି ମଧ୍ୟ ଦୁଷ୍ୟନ୍ତ କହିଥିଲେ।

Bjp Haryana News JJP Dushyant Chautala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe