Advertisment

ଛତିଶଗଡ଼ର ୧୩ ମନ୍ତ୍ରୀଙ୍କ ମଧ୍ୟରୁ ହାରିବା ସ୍ଥିତିରେ ୯ ଜଣ

ସିଂହ ଦେଓ ଅମ୍ବିକାପୁର ଆସନରେ ବିଜେପିର ରାଜେଶ ଅଗ୍ରୱାଲଙ୍କ ଠାରୁ ୩୬୬ ଖଣ୍ଡ ଭୋଟରେ ପଛରେ ରହିଛନ୍ତି। ସେହିପରି ମନ୍ତ୍ରୀ ସାହୁ ଦୁର୍ଗା ଗ୍ରାମୀଣ ଆସନରୁ ବିଜେପିର ଲଳିତ ଚନ୍ଦ୍ରକରଙ୍କ ଠାରୁ ୫୧୩ ଖଣ୍ଡ ଭୋଟ ପଛରେ ଚାଲିଛନ୍ତି।

author-image
Hemant Lenka
BJP

BJP

ଛତିଶଗଡ଼ରେ କ୍ଷମତାସୀନ କଂଗ୍ରେସକୁ ବଡ଼ ଝଟକା ଲାଗିବାକୁ ଯାଉଛି। ଏକଜିଟ ପୋଲରେ କଂଗ୍ରେସ ଛତିଶଗଡ଼ରେ କ୍ଷମତା ବଜାୟୀ ରଖିବ ବୋଲି କୁହାଯାଇଥିଲା। କିନ୍ତୁ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, କଂଗ୍ରେସକୁ ବିଜେପି ଗାଦିଚ୍ୟୁତ କରିବାକୁ ଯାଉଛି। ସେହିପରି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସରକାରର ୧୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ହାରିବା ସ୍ଥିତିରେ ରହିଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ହୋଇଥିବା ୭ ରାଉଣ୍ଡ ଗଣତି ପରେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହ ଦେଓ ଓ ଗୃହମନ୍ତ୍ରୀ ତାମ୍ରଧ୍ୱୋଜ ସାହୁ ପଛରେ ଅଛନ୍ତି। ଉଭୟ ୨୦୧୮ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ରହିଥିଲେ।

ସିଂହ ଦେଓ ଅମ୍ବିକାପୁର ଆସନରେ ବିଜେପିର ରାଜେଶ ଅଗ୍ରୱାଲଙ୍କ ଠାରୁ ୩୬୬ ଖଣ୍ଡ ଭୋଟରେ ପଛରେ ରହିଛନ୍ତି। ସେହିପରି ମନ୍ତ୍ରୀ ସାହୁ ଦୁର୍ଗା ଗ୍ରାମୀଣ ଆସନରୁ ବିଜେପିର ଲଳିତ ଚନ୍ଦ୍ରକରଙ୍କ ଠାରୁ ୫୧୩ ଖଣ୍ଡ ଭୋଟ ପଛରେ ଚାଲିଛନ୍ତି।

Advertisment

ଏମାନଙ୍କ ବ୍ୟତୀତ ଅମରଜିତ ଭଗତ ସୀତାପୁର ଆସନରେ ୩,୨୬୨ ଖଣ୍ଡ ଭୋଟ, ଜୟ ସିଂହ ଅଗ୍ରୱାଲ କୋରବା ଆସନରୁ ୭,୨୪୯ ଖଣ୍ଡ ଭୋଟ, ଶିବକୁମାର ଦାହାରିୟା ଅରାଙ୍ଗ ଆସନରୁ ୪,୩୩୬ ଖଣ୍ଡ ଭୋଟ, ରବୀନ୍ଦ୍ର ଚୌବେ ସାଜା ସିଟ୍‌ରୁ ୧୦୯୩ ଖଣ୍ଡ ଭୋଟ, ଗୁରୁ ରୁଦ୍ର କୁମାର ନୱାଗଡ଼ ଆସନରୁ ୯୯୮ ଖଣ୍ଡ ଭୋଟ, ମହମ୍ମଦ ଅକବର କୱାରଧା ଆସନରୁ ୯,୨୮୧ ଖଣ୍ଡ ଭୋଟ, ମୋହନ ମାରକମ ପାଲଟ୍ରାଏ ଆସନରୁ ୬୬ ଖଣ୍ଡ ଭୋଟ ପଛରେ ରହିଛନ୍ତି।

ଏହାବାଦ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବୈଜ ୫୧୮ ଖଣ୍ଡ ଭୋଟ ଓ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତ ୮୯୭ ଖଣ୍ଡ ଭୋଟ ପଛରେ ରହିଛନ୍ତି। କଂଗ୍ରେଦର ଏହି ସବୁ ହେଭିୱେଟମାନଙ୍କୁ ବିଜେପିର ନେତାମାନେ ପଛରେ ପକାଇଛନ୍ତି।

Chhattisgarh Bjp Congress Election Election Results