Advertisment

ରାହୁଲ ଗାନ୍ଧିଙ୍କ ‘ଭୋଟ ଡିଲିଟ’ ଅଭିଯୋଗକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

କର୍ଣ୍ଣାଟକାର ଆଲଣ୍ଡ ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ନାଁ ହଟାଇବାକୁ ଉଦ୍ୟମ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି ନିର୍ବାଚନ କମିଶନ। ଏହାର ତଦନ୍ତ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଏଫଆଇଆର ମଧ୍ୟ କରିଥିଲେ ବୋଲି ଇସିଆଇ ଏକ୍ସରେ ସୂଚନା ଦେଇଛନ୍ତି।

ECI

ECI

Advertisment

ନିର୍ବାଚନ ପୂର୍ବରୁ ଭୋଟରମାନଙ୍କ ନାଁ ବେଶ ବ୍ୟବସ୍ଥିତ ଢଙ୍ଗରେ ହଟାଇ ଦିଆଯାଉଥିବା ନେଇ ଲୋକସଭା ସାଂସଦ ରାହୁଲ ଗାନ୍ଧି କରିଥିବା ଅଭିଯୋଗକୁ ତ୍ରୁଟିପୂର୍ଣ୍ଣ ଓ ଭିତ୍ତିହୀନ କହିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୋଟ ଚୋରଙ୍କୁ ସୁରକ୍ଷା ଦେଉଥିବା ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ। ହେଲେ ନିର୍ବାଚନ କମିଶନ କହିଛନ୍ତି ଯେ ସାଧାରଣ ଲୋକ ଅନଲାଇନରେ କୌଣସି ଭୋଟରଙ୍କ ନାଁକୁ ହଟାଇ ପାରିବେ ନାହିଁ।

Advertisment

ଏକ୍ସରେ ପୋଷ୍ଟ କରି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ପ୍ରଭାବିତ ଲୋକଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ନ ମିଳିବା ଯାଏ କୌଣସି ନାଁକୁ ଭୋଟର ତାଲିକାରୁ ହଟାଇବାର ପ୍ରାବଧାନ ନାହିଁ। ତେବେ କର୍ଣ୍ଣାଟକାର ଆଲଣ୍ଡ ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାର ନାଁ ହଟାଇବାକୁ ଉଦ୍ୟମ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି ନିର୍ବାଚନ କମିଶନ। ଏହାର ତଦନ୍ତ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଏଫଆଇଆର ମଧ୍ୟ କରିଥିଲେ ବୋଲି ଇସିଆଇ ଏକ୍ସରେ ସୂଚନା ଦେଇଛନ୍ତି।

ରାହୁଲ ଗାନ୍ଧି ଆଜି ନିଜର ସାମ୍ବାଦିକ ସମ୍ମିଳନୀରେ ଆଲଣ୍ଡ ସିଟରେ ୬୦୧୮ ଖଣ୍ଡ ଭୋଟ ଡିଲିଟ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି। ସ୍ୱତନ୍ତ୍ର ସଫ୍ଟୱେୟାର ଓ ଫୋନ ନମ୍ବରକୁ ରାଜ୍ୟ ବାହାରୁ ବ୍ୟବହାର କରି ଏପରି ଉଦ୍ୟମ ହୋଇଥିଲା। ଭୋଟ ଡିଲିଟ ପାଇଁ ବ୍ୟବହାର ହୋଇଥିବା ଫୋନ ନମ୍ବର ମଧ୍ୟ ରାହୁଲ ଗାନ୍ଧି ସର୍ବସମ୍ମୁଖରେ ଉପସ୍ଥାପନ କରିଛନ୍ତି। କଂଗ୍ରେସର ଗଡ଼ ଭାବେ ପରିଚିତ ସ୍ଥାନରେ ଭୋଟର ଡିଲିଟ ହୋଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

କୌତୁହଳର ବିଷୟ ହେଲା, ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଆର ପାଟିଲ ୧୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଆଲଣ୍ଡରୁ ବିଜୟୀ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି।

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି ଆହୁରି ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଭୋଟ ଚୋରଙ୍କ ସହ ହାତ ମିଳାଇଛନ୍ତି। କର୍ଣ୍ଣାଟକା ସିଆଇଡି ୧୮ ମାସରେ ୧୮ଟି ଚିଠି ଲେଖି ନକଲି ଲଗଇନ ସମ୍ପର୍କରେ ତଥ୍ୟ ମାଗିଥିଲା। ସିଆଇଡି ପକ୍ଷରୁ ଯେଉଁ ସ୍ଥାନରୁ ଆବେଦନ କରାଯାଇଥିଲା ତା’ର ଆଇପି ଠିକଣା ଓ ଓଟିପି ତଥ୍ୟ ମାଗିଥିଲା। ଏହାଦ୍ୱାରା ପୂରା ଅପରେସନ ଦେଶର କେଉଁ ସ୍ଥାନରୁ ହେଉଛି, ସେକଥା ଜଣାପଡ଼ି ଥାଆନ୍ତା।

କିନ୍ତୁ ନିର୍ବାଚନ କମିଶନ କୌଣସି ଜବାବ ଦେଇ ନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଏସବୁ ଭୋଟ ଚୋରି କାରବାର କରୁଥିବା ଲୋକଙ୍କୁ ଜ୍ଞାନେଶ କୁମାର ସୁରକ୍ଷା ଦେଉଥିବା ରାହୁଲ କହିଛନ୍ତି।

Rahul Gandhi Election Commission Of India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe