Advertisment

'ପନୌତି' ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି 'ପନୌତି' ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ।

author-image
Madhupriya Mistry
Rahul-gandhi

Rahul-gandhi

କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି 'ପନୌତି' ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ। ଏହାକୁ ନେଇ ଆଜି ତାଙ୍କୁ ଇସି ନୋଟିସ ପଠାଇଛନ୍ତି।

Advertisment

ନିର୍ବାଚନ ପ୍ରଚାର ବେଳେ ପନୌତି ବୟାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପକେଟ୍‌ ମାର୍‌ ବୋଲି ମଧ୍ୟ କହି ସମାଲୋଚନା କରିଥିଲେ। ଏହାକୁ ନେଇ ବିଜେପି ନିର୍ବାଚନ କମିଶନଙ୍କ ଠାରେ ଅଭିଯୋଗ କରିଥିଲା। ଏହି ଅଭିଯୋଗ ଆଧାରରେ ଆଜି ଇସି ରାହୁଲଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୫ ତାରିଖ ଯାଏଁ ତାଙ୍କୁ ସମୟ ଦିଆଯାଇଛି। ଏହି ସମୟ ସୀମା ମଧ୍ୟରେ ନିର୍ବାଚନ କମିଶନରଙ୍କ ନିକଟରେ ଉତ୍ତର ରଖିବେ ରାହୁଲ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ରାହୁଲ ଗାନ୍ଧି ରାଜସ୍ଥାନରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସଭାରେ ସେ 'ଆମ ଟିମ୍‌ ଜିତିଥାନ୍ତା କିନ୍ତୁ ପନୌତି ତାଙ୍କୁ ହରାଇଦେଲେ' ବୋଲି କହିଥିଲେ। ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ହାରିବା ପ୍ରସଙ୍ଗ ଉଠାଇ ରାହୁଲ ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହି ଶବ୍ଦ ପ୍ରୟୋଗ କରିଥିଲେ। ତାଙ୍କର ଏହି ବୟାନକୁ ନେଇ ରାଜନୀତି ଜୋର ଧରିଥିଲା।

Advertisment

 

ଏହାକୁ ନେଇ ବିଜେପି ବୁଧବାର ନିର୍ବାଜନ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲା। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସିଙ୍କ ନିକଟରେ ବିଜେପି ଦାବି କରିଥିଲା। ଏହି ପ୍ରକାରର ବୟାନ ନିର୍ବାଚନୀ ମାହୋଲକୁ ଖରାପ କରିବ। ସମ୍ମାନୀତ ବ୍ୟକ୍ତିମାନଙ୍କୁ ବଦନାମ କରିବା ପାଇଁ ଅପଶବ୍ଦ, ଆପତ୍ତିଜନକ ଭାଷର ବ୍ୟବହାର ଓ ମିଛ ଖବର ପ୍ରସାରପ୍ରଚାର ରୋକିବା ମୁସକିଲ ହୋଇଯିବ ବୋଲି ବିଜେପି କହିଥିଲା। 

Rahul Gandhi PM Modi Election Commission