Advertisment

କୁଟ୍ଟେଙ୍କ ନିଲମ୍ବନ ହଟିଲା; ଆଶିଷ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଗୁରୁବାର ଚିଠି ଲେଖି ଦୁଇ ଆଇପିଏସ୍ ଅଫିସର କୁଟ୍ଟ ଓ ଆଶିଷ ସିଂ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି।

IPS D.S Kutey

IPS D.S Kutey

Advertisment

ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ପ୍ରଭାବଶାଳୀ ଆଇପିଏସ ଡିଏସ୍‌ କୁଟ୍ଟେଙ୍କ ନିଲମ୍ବନକୁ ନିର୍ବାଚନ କମିଶନ ସର୍ତ୍ତମୂଳକ ଭାବେ ହଟାଇ ଦେଇଛନ୍ତି। ଏହାସହିତ ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ ସୁପାରିଶ କରିଛନ୍ତି।

Advertisment

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଗୁରୁବାର ଚିଠି ଲେଖି ଦୁଇ ଆଇପିଏସ୍ ଅଫିସର ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି।

ଜୁନ ୫ ତାରିଖରେ ମୁଖ୍ୟ ନିର୍ବାଚନ ଅଧିକାରୀ ଲେଖିଥିବା ଚିଠିର ଉତ୍ତର ଦେଇ ନିର୍ବାଚନ କମିଶନ ସଚିବ ରାକେଶ କୁମାର କହିଛନ୍ତି, ଆଇପିଏସ୍ ଆଶିଷ ସିଂ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି। ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଏନେଇ ରିପୋର୍ଟ ଦେଇଛନ୍ତି। ତେଣୁ ଶ୍ରୀ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିକଟକୁ ମେଡିକାଲ ବୋର୍ଡର ରିପୋର୍ଟକୁ ପଠାଇବା ପାଇଁ କୁହାଯାଇଛି।

Advertisment

ଶ୍ରୀ ସିଂଙ୍କ ବିରୋଧରେ ମିଛ ତଥ୍ୟ ଦେଇଥିବା ପ୍ରାରମ୍ଭିକ ପ୍ରମାଣ ମିଳିଛି। ତେବେ ମୁଖ୍ୟ ସଚିବ ଆଇନ ଅନୁସାରେ ଶ୍ରୀ ସିଂଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବା ବାକି ରହିଛି।

ସେହିପରି ନିର୍ବାଚନରେ ଅନାଧିକୃତ ହସ୍ତକ୍ଷେପ ଓ ବିଜେଡି ସପକ୍ଷରେ କାର୍ଯ୍ୟ କରିବା ପାଇଁ ମେ’ ୨୮ ତାରିଖରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଆଇପିଏସ ଡିଏସ୍‌ କୁଟ୍ଟେଙ୍କ ନିଲମ୍ବନକୁ ହଟାଇ ଦିଆଯାଇଛି। ତେବେ ତାଙ୍କ ବିରୋଧରେ ନିର୍ବାଚନ କମିଶନ ପୂର୍ବରୁ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଆଇନତ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସର୍ତ୍ତ ରଖିଛନ୍ତି।

କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳା ଗତ କର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଯଦି ଆରମ୍ଭ ହୋଇଥାଏ, ତାହା କେବଳ ନିର୍ବାଚନ ଆୟୋଗଙ୍କ ଅନୁମୋଦନରେ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ମୁଖ୍ୟସଚିବଙ୍କ ନିକଟରେ ରିପୋର୍ଟ କରିବାକୁ କୁଟ୍ଟେଙ୍କୁ କୁହାଯାଇଛି। ମୁଖ୍ୟସଚିବ ତାଙ୍କୁ ଯେଉଁଠି ଉଚିତ ମଣିବେ ନିଯୁକ୍ତି ଦେଇ ପାରିବେ।

2024 General Election IPS DS Kuttey Odisha Assembly Election 2024 IPS Ashish Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe