Advertisment

ସଫା ସଫା କହିଲେ ECI: ମିଛ କହିଥିଲେ ଆଶିଷ ସିଂ, ଦେଇଥିଲେ ଭୁଲ୍ ତଥ୍ୟ

ନିର୍ବାଚନ ବେଳେ ମିଛ କହି ମେଡିକାଲ୍ ଲିଭରେ ଥିଲେ ଆଶିଷ ସିଂ। ନିର୍ବାଚନ କମିଶନ ଏହା ସ୍ପଷ୍ଟ କରିବା ପରେ ବଢିଲା କି ଆଶିଷଙ୍କ ଅଡୁଆ? ତାଙ୍କ ବିରୋଧରେ କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ?

BJD

BJD

Advertisment

IPS ଅଫିସର ଆଶିଷ ସିଂ ପୂରା ଫିଟ୍‌। ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଦେଇଥିଲେ ଭୁଲ୍ ତଥ୍ୟ। ଭୁବନେଶ୍ୱର ଏମ୍‌ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ(ECI)।

Advertisment

ECI ସଫା ସଫା କହିଛନ୍ତି, ନିଜ ସ୍ୱାସ୍ଥ୍ୟ ବାବଦରେ ମିଛ କହିଥିଲେ ଆଶିଷ। ଭୁଲ୍ ତଥ୍ୟ ଦେଇଥିଲେ। ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।

ସେହିପରି ଆଇପିଏସ୍ ଡି.ଏସ୍. କୁଟ୍ଟେଙ୍କ ଉପରୁ ପ୍ରତ୍ୟାହୃତ ହୋଇଛି ନିଲମ୍ବନ ଆଦେଶ। ସେ ତୁରନ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବେ। ନୂଆ ଜାଗାରେ ତାଙ୍କର ପୋଷ୍ଟିଂ କରାଯିବ। ତେବେ କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।

Advertisment

ନିର୍ବାଚନ ବେଳେ ମିଛ କହି ମେଡିକାଲ୍ ଲିଭରେ ଥିଲେ ଆଶିଷ ସିଂ। ନିର୍ବାଚନ କମିଶନ ଏହା ସ୍ପଷ୍ଟ କରିବା ପରେ ବଢିଲା କି ଆଶିଷଙ୍କ ଅଡୁଆ? ତାଙ୍କ ବିରୋଧରେ କ’ଣ ହୋଇପାରେ କାର୍ଯ୍ୟାନୁଷ୍ଠାନ? ସର୍ଭିସ କୋଡ୍‌ର ହୋଇଛି କି ଉଲ୍ଲଂଘନ? ସେପଟେ ଆଇପିଏସ୍ କୁଟ୍ଟେଙ୍କ ବିରୋଧରେ ମଧ୍ୟ ବିଭାଗୀୟ ତଦନ୍ତ କ’ଣ ହେଉଛି, ତା’ ଉପରେ ରହିଛି ସମସ୍ତ ନଜର।

ପୂର୍ବରୁ ଏପ୍ରିଲ ୮ ତାରିଖରେ IPS ଡି.ଏସ୍.କୁଟ୍ଟେଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି। କୁଟ୍ଟେଙ୍କୁ ନିର୍ବାଚନ କାର୍ଯ୍ୟରେ ନ ଲଗାଇବାକୁ ECI ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ ଏସ୍‌ପି ଓ IICଙ୍କୁ ଫୋନ୍ କରି କୁଟ୍ଟେ ବିଜେଡି କାର୍ଯ୍ୟ କରାଉଥିବା ବିଜେପି ଅଭିଯୋଗ କରିଥିଲା। ସେହିପରି ଆଇପିଏସ୍ ଆଶିଷ ସିଂ ନିର୍ବାଚନ ବେଳେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି। ପୂର୍ବରୁ ମଧ୍ୟ ଆଶିଷଙ୍କ ବିରୋଧରେ ଆସିଥିଲା ଅଭିଯୋଗ।

ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି- ସିଏମ୍‌ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା। ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ମଧ୍ୟ ଶାସକ ଦଳ ପାଇଁ ସେ କାମ କରୁଥିବା ଏବଂ ନିର୍ବାଚନ ବେଳେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା। ଶେଷରେ ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ CMOରେ ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଥିଲେ ଇସିଆଇ। ଏଥିସହ ମେ ୪ ତାରିଖରୁ ମେଡିକାଲ ଲିଭରେ ଥିବା ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ।

Odisha Police BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe