ବିଜେଡି ବିଧାୟକ ବ୍ରଜ ପ୍ରଧାନଙ୍କୁ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା

ସୂତ୍ର ଅନୁସାରେ, ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଓ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବାର ପ୍ରମାଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଛି ।

BJD PhotoInternet

ତାଳଚେର ବିଜେଡି ବିଧାୟକ

Ordigital Desk
  • Published: Friday, 27 January 2023
  • Updated: 27 January 2023, 09:40 PM IST

Sports

Latest News

ବିଜେଡିର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଆଜି ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିଛି । ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ପାଇଁ ଶ୍ରୀ ପ୍ରଧାନଙ୍କୁ କେନ୍ଦୁଝର ଖଣି ଦୁର୍ନୀତି ମାମଲାରେ ଟିକସ ଫାଙ୍କିବା ଅଭିଯୋଗରେ ଇଡି ଜେରା କରିଛି ।

Also Read

ସୂତ୍ର ଅନୁସାରେ, ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଓ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବାର ପ୍ରମାଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇଛି । ବହୁ କୋଟି ଟଙ୍କାର ଖଣି ଦୁର୍ନୀତି ଅଭିଯୋଗ ଓ ମନି ଲଣ୍ଡ୍ରିଂ ମାମଲା ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ ରହିଥିବାବେଳେ ତାଙ୍କର ଖଣି କମ୍ପାନୀ ସହ ତାଳଚେର ବିଧାୟକ ଶ୍ରୀ ପ୍ରଧାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳିବା ପରେ ଇଡି ଜେରା କରିଛି । ଶ୍ରୀ ପଟ୍ଟନାୟକଙ୍କର ୧୩୩କୋଟି ଟଙ୍କାର ସମ୍ପତ୍ତିକୁ ଗତବର୍ଷ ମେ’ ମାସରେ ଇଡି ବ୍ୟାଜାପ୍ତି କରିଥିଲା ।

ଆଜିର ଜେରା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେ କୌଣସି ଦୁର୍ନୀତିରେ ସମ୍ପୃକ୍ତ ନୁହଁନ୍ତି । ଇଡି ଯେଉଁ ସବୁ ତଥ୍ୟ ମାଗିଥିଲା ତାହା ସେ ଦେଇଛନ୍ତି । ସେ କୌଣସି ଖଣି ଦୁର୍ନୀତି ମାମଲାରେ ନହାନ୍ତି । ନିଜର ସମସ୍ତ ବ୍ୟାଙ୍କ ଦେଣନେଣ ତଥ୍ୟ ଇଡି ପାଖରେ ରଖିଛନ୍ତି । ତେବେ ଶ୍ରୀ ପ୍ରଧାନଙ୍କ ଏହି ଜେରା ସମ୍ପର୍କରେ ବିଜେଡି ନିରବ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos