Advertisment

ଇଡି ଉପରେ ଆକ୍ରମଣ: ଟିଏମ୍‌ସି ନେତାଙ୍କ ନାଁରେ ଲୁକ୍‌ଆଉଟ୍‌ ନୋଟିସ ଜାରି

ଘଟଣା ପଛର ମାଷ୍ଟରମାଇଣ୍ଡ ଟିଏମ୍‌ସି ନେତା ଶହଜହାନ ଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
lookout-notice-against-tmc-leader

lookout-notice-against-tmc-leader

Advertisment

ଟିଏମ୍‌ସି ନେତା ଶହଜହାନ ଶେଖଙ୍କ ବିରୋଧରେ ଲୁକ୍ ଆଉଟ୍‌ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ତୃଣମୂଳ କଂଗ୍ରେସ ନେତାଙ୍କୁ ଧରିବା ପାଇଁ ଚାଲିଛି ଜୋରସୋର୍‌ରେ ସର୍ଚ୍ଚ ଅପରେସନ୍‌। ବିମାନବନ୍ଦର ଠାରୁ ଆରମ୍ଭ ସମସ୍ତ ବସଷ୍ଟାଣ୍ଟ ଓ ରେଲଓ୍ୱେ ଷ୍ଟେସନ ଚାରିଆଡେ ଚାଲିଛି ଜୋରଦାର ଚଢ଼ାଉ।

Advertisment

ରାସନ ବଣ୍ଟନ ଦୁର୍ନୀତି ମାମଲାରେ ଶୁକ୍ରବାର ପଶ୍ଚିମବଙ୍ଗର ଉତ୍ତର୨୪ ପରଗଣାରେ ଇଡିର ଏକ ଟିମ୍‌ ଚଢ଼ାଉ କରିବାକୁ ଯାଇଥିଲା। ଏହି ସମୟରେ ଟିଏମ୍‌ସି ନେତାଙ୍କ ସମର୍ଥକମାନେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ୮୦୦ରୁ ୧୦୦୦ ଲୋକେ ଇଡି ଅଧିକାରୀଙ୍କ ସମେତ ତାଙ୍କ ସହ ଯାଇଥିବା ଯବାନଙ୍କ ଉପରକୁ ଟାର୍ଗେଟ୍‌ କରିଥିଲେ। ଏଥିସହ ସେମାନଙ୍କ ଗାଡି ଭଙ୍ଗାରୁଜା କରିଥିଲେ।

ଏହି ଘଟଣା ପଛର ମାଷ୍ଟରମାଇଣ୍ଡ ଟିଏମ୍‌ସି ନେତା ଶହଜହାନ ଥିବା କୁହାଯାଉଛି। ଏଥିପାଇଁ ଇଡି ଏବେ ତାଙ୍କ ବିରୋଧରେ ଲୁକ୍‌ ନୋଟିସ ଜାରି କରିଛି। ଏହି ନୋଟିସକୁ ସମସ୍ତ ବିମାନ ବନ୍ଦର ଓ ବିଏସ୍‌ଏଫ୍‌କୁ ପଠାଇ ଦିଆଯାଛି। ଇଡି ଉପରେ ଆକ୍ରମଣ ପରଠାରୁ ଶହଜହାନ ଫେରାର ଅଛନ୍ତି। ତଦନ୍ତକାରୀ ଏଜେନ୍ସିଙ୍କ ଅଭିଯୋଗ ଆଧାରରେ ଏହ ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Advertisment

ଇଡି ଟିମ୍‌କୁ ଟାର୍ଗେଟ କରାଯିବା ପରେ ପଶ୍ଚିମବଙ୍ଗରେ ରାଜନୀତି ଜୋର ଧରିଛି। ଶୁକ୍ରବାର ଠାରୁ କଂଗ୍ରେସ ଓ ବିଜେପି କ୍ରମାଗତ ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ଦାବି କରୁଛି। ସେପଟେ ବିଜେପି ନେତା କହିଛନ୍ତି ଯେ ମମତାଙ୍କ ଘନିଷ୍ଠ ଥିବା ଶହଜହାନ ଶେଖଙ୍କ ଅବସ୍ଥା ମଧ୍ୟ ଅନୁବ୍ରତ ମଣ୍ଡଳଙ୍କ ଭଳି ହେବ।

Lookout Notice ED Attack TMC Leader Sahajahan Shaikh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe