Advertisment

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଲା ଇଡି

ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ୩ଟି ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି।

ଅଦ୍ୟତନ ହୋଇଛି
Niranjan Patnaik

Niranjan Patnaik

Advertisment

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି।   ନିରଞ୍ଜନଙ୍କ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। 

Advertisment

କେଉଁ କାରଣ ଯୋଗୁ ଇଡି ନିରଞ୍ଜନଙ୍କ ଘରେ ରେଡ୍ କରିଛି ତାହା ଜଣାପଡ଼ି ନାହିଁ। ବେଆଇନ ଅର୍ଥ କାରବାର ନେଇ ନିରଞ୍ଜନଙ୍କ ଘରେ ଇଡି ରେଡ୍‌ କରିଥିବା ସୂଚନା ରହିଛି। ନିରଞ୍ଜନଙ୍କ ନୟାପଲ୍ଲୀ ଘର ସମେତ ତାଙ୍କ ଭାଇ ଓ ଜଣେ ସମ୍ପର୍କୀୟଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ରହିଛି।

ଆଜି ସକାଳ ପ୍ରାୟ ୭ଟାରୁ ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ। ନିରଞ୍ଜନ ଘର ଚାରିପଟେ ସିଆପିଏଫ ‍ଫୋର୍ସ ମୃତୟନ କରାଯାଇଛି। ED ରେଡ୍‌ ନେଇ ନିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment
Congress ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe