Advertisment

ବୁଲା କୁକୁରଙ୍କ ଅପେକ୍ଷା ଇଡି ଏବେ ଅଧିକ ବୁଲୁଛି: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

ଏବେ ଏହି ସଂସ୍ଥାଗୁଡ଼ିକୁ ଗୋଟିଏ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି।

author-image
Hemant Lenka
Ashok Gehlot

Ashok Gehlot

ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ରାଜସ୍ଥାନର କ୍ଷମତାସୀନ କଂଗ୍ରେସର କିଛି ନେତାଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହଠାତ୍‌ ରେଡ କରିବା ଘଟଣାକୁ ନେଇ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ଇଡିକୁ କେନ୍ଦ୍ର ସରକାର ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ପୁଣିଥରେ ଦୋହରାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏଥିସହ ସେ ଇଡିକୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।

Advertisment

ସେ କହିଛନ୍ତି, “ବୁଲା କୁକୁରଙ୍କ ଅପେକ୍ଷା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବେ ଅଧିକ ମାତ୍ରାରେ ବୁଲିବାରେ ଲାଗିଛି।” ଜୟପୁରରେ ଆୟୋଜିତ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଗେହଲଟ କହିଛନ୍ତି, “କୁକୁରମାନଙ୍କ ଅପେକ୍ଷା, ଇଡି ହିଁ ସମଗ୍ର ଦେଶରେ ଏବେ ଅଧିକ ତଲାସୀ ଅଭିଯାନ କରୁଛି। ଇଡି ଓ ସିବିଆଇ ମୁଖ୍ୟଙ୍କୁ ଦେଖା କରିବା ପାଇଁ ମୁଁ ସମୟ ମାଗିଥିଲି।

କିନ୍ତୁ ଏବେ ଏହି ସଂସ୍ଥାଗୁଡ଼ିକୁ ଗୋଟିଏ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ମୋଦିଜୀ ଏଯାଏ ବୁଝି ପାରୁ ନାହାନ୍ତି ଯେ ତାଙ୍କର ଅବଗଣନା ଆରମ୍ଭ ହୋଇ ସାରିଲେଣି। ଏବେ ସେ ଆମ ଗ୍ୟାରେଣ୍ଟୀ ମଡେଲକୁ ଅନୁସରଣ କରୁଛନ୍ତି।”

Advertisment

ଗୁରୁବାର ଇଡି ପକ୍ଷରୁ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋତାସ୍ରଙ୍କ ଏକାଧିକ ଠିକଣାରେ ରେଡ କରାଯାଇଥିଲା। ପେପର ଲିକ ମାମଲାରେ ରୁଜୁ ହୋଇଥିବା ମନିଲଣ୍ଡରିଂ ମାମଲାରେ ଏହି ରେଡ କରାଯାଇଥିବା ବେଳେ ଗେହଲଟଙ୍କ ପୁଅଙ୍କୁ ବିଦେଶ ମୁଦ୍ରା ବଦଳ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଧ୍ୟ ସମନ କରାଯାଇଛି।

ଆସନ୍ତା ୨୫ ତାରିଖରେ ରାଜସ୍ଥାନର ୨୦୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ନିର୍ବାଚନ ହେବ। ସେହିପରି ନଭେମ୍ବର ୩ରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

ED Raid Ashok Gehlot Rajasthan