Advertisment

ଆପ୍‌ର ନିର୍ବାଚନ ରଣକୌଶଳ ସମ୍ପର୍କରେ ଜାଣିବାକୁ ଚାହୁଁଛି କି ଇଡି? ଆତିଶୀ ଆଣିଲେ ସାଂଘାତିକ ଅଭିଯୋଗ

ଇଡି ବିଜେପିର ରାଜନୀତିକ ଅସ୍ତ୍ର ଭାବେ କାମ କରୁଛି। ସେମାନେ ଆପ୍‌ର ଲୋକସଭା ନିର୍ବାଚନ ରଣକୌଶଳ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫୋନର ପାସୱାର୍ଡ ନେବାକୁ ଉଦ୍ୟମ କରୁଥିବା ଆତିଶୀ କହିଛନ୍ତି।

author-image
Hemant Lenka
AAP

AAP

ଆପ୍‌ ନେତା ତଥା ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଆତିଶୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ଇଡି ବିଜେପିର ରାଜନୀତିକ ଅସ୍ତ୍ର ଭାବେ କାମ କରୁଛି। ସେମାନେ ଆପ୍‌ର ଲୋକସଭା ନିର୍ବାଚନ ରଣକୌଶଳ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫୋନର ପାସୱାର୍ଡ ନେବାକୁ ଉଦ୍ୟମ କରୁଥିବା ଆତିଶୀ କହିଛନ୍ତି।

Advertisment

ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଆତିଶୀ କହିଛନ୍ତି, “ଗତକାଲି ରାଉଜ ଆଭିନ୍ୟୁ କୋର୍ଟରେ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଉପରେ ଶୁଣାଣି ଚାଲିଥିଲା। ଏହି ସମୟରେ ଇଡିର ଓକିଲ ତଥା ଆଡିସିନାଲ ସଲିସିଟର ଜେନେରାଲ ଏସ୍‌ଭି ରାଜୁ କହିଛନ୍ତି ଯେ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ କିଛି ଦିନ ନିଜ ହେପାଜତରେ ରଖିବାକୁ ଚାହୁଁଛନ୍ତି। କାରଣ ସେ ତାଙ୍କ ମୋବାଇଲ ପାସୱାର୍ଡ ଶେୟାର କରି ନାହାନ୍ତି। ଏହି ସମାନ ଇଡି କିଛି ଦିନ ତଳେ କହିଥିଲା ଯେ ୨୦୨୧ରେ ଅବକାରୀ ନୀତି ଲାଗୁ ହେବା ବେଳେ କେଜ୍ରିୱାଲ ବ୍ୟବହାର କରିଥିବା ଫୋନ ସେମାନଙ୍କୁ ମିଳିନାହିଁ।

ମୁଁ ଇଡିକୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ସେମାନେ କାହିଁକି ଏବେକାର ଫୋନ ଚେକ୍‌ କରିବାକୁ ଚାହୁଁଛନ୍ତି? ସେମାନେ କ’ଣ ଜାଣିବାକୁ ଚାହୁଁଛନ୍ତି? ମୋବାଇଲରୁ ସେମାନେ କ’ଣ ପାଇବେ?

Advertisment

ସେମାନଙ୍କୁ ମୋବାଇଲରୁ କେବଳ ଲୋକସଭା ନିର୍ବାଚନର ରଣକୌଶଳ, ଇଣ୍ଡିଆ ମେଣ୍ଟର ସହଯୋଗୀଙ୍କ ସହ ଆଲୋଚନା ଓ ପୂରା ପ୍ରଚାର ଶୈଳୀ ହିଁ ମିଳିବ। ନିର୍ବାଚନ ପୂର୍ବରୁ ଇଡି ଜରିଆରେ ବିଜେପି ଆପର ରଣକୌଶଳ ହାସଲ କରିବାକୁ ଚାହୁଁଛି।”

ଗୁରୁବାର ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୧ ଯାଏ ଇଡି ରିମାଣ୍ଡରେ ଛାଡ଼ିଛନ୍ତି। ଏହାର ଦିନକ ପରେ ଆତିଶୀ ଏପରି ଅଭିଯୋଗ କରିଛନ୍ତି।

Arvind Kejriwal AAP