ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ଉତ୍ତ୍ୟକ୍ତ ଲୋକେ

ଅବଶ୍ୟ ଏହି ଅଣ୍ଡାମାଡ଼ରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସ୍ଥାନୀୟ ଲୋକେ କାହିଁକି ତାଙ୍କ ଉପରେ ଏତେ ଆକ୍ରୋଶ ବ୍ୟକ୍ତ କଲେ ତା’ର ପ୍ରକୃତ କାରଣ ଜଣାପଡ଼ିନି ।

ଗାଡ଼ି ଉପରକୁ ଅଣ୍ଡାମାଡ଼

  • Published: Thursday, 17 October 2024
  • , Updated: 17 October 2024, 09:08 PM IST

ଚିଟଫଣ୍ଡ ଦୁର୍ନୀତିଠୁ ଆରମ୍ଭ କରି ପାହାଡ଼ ଲୁଟ୍ କରିବା  ଭଳି ପୁଳାପୁଳା ଅଭିଯୋଗ ଥିବା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ଉପରେ ଲୋକେ ନିଜର ଆକ୍ରୋଶ ବ୍ୟକ୍ତ କରିଛନ୍ତି । ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି । ଏହି ଅଣ୍ଡାମାଡ଼ ପଛର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବିଧାୟକ ଥିବାବେଳେ ଜିତୁଙ୍କ ଔଦ୍ଧତ୍ୟ ଓ ଖରାପ ଆଚରଣ ପାଇଁ ସାଧାରଣ ଲୋକେ ଏଭଳ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଧର୍ମଶାଳା ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟ ନିଜ ଗାଡ଼ିରେ ଲକ୍ଷ୍ମୀପୂଜା ଦେଖିବାକୁ ଯାଉଥିବାବେଳେ ନିର୍ବାଚନମଣ୍ଡଳୀର କୁରିକଣା ଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ି ଅଟକାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଡ୍ରାଇଭର ଗାଡ଼ି ନରଖିବାରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ । ଗୋଟିଏ ଅବା ଦୁଇଟି ନୁହେଁ ବହୁ ସଂଖ୍ୟାରେ ଅଣ୍ଡା ତାଙ୍କ ଗାଡ଼ି ଉପରକୁ ମାଡ଼ ହୋଇଥିଲା । ଡ୍ରାଇଭର ଗାଡ଼ିକୁ ନେଇ ଘଟଣାସ୍ଥଳରୁ ଦ୍ରୁତଗତିରେ ପଳାୟନ କରିଥିଲେ ।

ଅବଶ୍ୟ ଏହି ଅଣ୍ଡାମାଡ଼ରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସ୍ଥାନୀୟ ଲୋକେ କାହିଁକି ତାଙ୍କ ଉପରେ ଏତେ ଆକ୍ରୋଶ ବ୍ୟକ୍ତ କଲେ ତା’ର ପ୍ରକୃତ କାରଣ ଜଣାପଡ଼ିନି ।

ଉଲ୍ଲେଖଯୋଗ୍ୟ, ବିଜେଡି ଶାସନକାଳରେ ୨୦୧୯-୨୪ ମସିହା ମଧ୍ୟରେ ଶ୍ରୀ ବଳବନ୍ତରାୟଙ୍କ ନାଁରେ ଡଙ୍କାରୀ ପାହାଡ ଲୁଟର ପୁଳାପୁଳା ଅଭିଯୋଗ ଆସିଥିଲା । କିନ୍ତୁ ତତକାଳୀନ ସରକାରର ମୁଖ୍ୟମାନେ ତାଙ୍କୁ ସୁରକ୍ଷା ଦେଉଥିଲେ । ଆଉ ପ୍ରତିବଦଳରେ ସେ ଦଳ ପାଇଁ ପାଣ୍ଠି ଯୋଗାଡ଼ କରୁଥିଲେ ବୋଲି ଚର୍ଚ୍ଚା ।

ଶ୍ରୀ ବଳବନ୍ତରାୟଙ୍କ ବିରୁଦ୍ଧରେ ଘଙ୍ଗାପାଟଣା ଜମି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ସହ ଡଙ୍କାରୀ ପାହାଡ଼ ଲୁଟ୍‌, ବେଆଇନ ଖଣିଜ ପରିବହନ ଭଳି ଏକାଧିକ ଅଭିଯୋଗ ରହିଥିବା ଜଣାପଡ଼ିଛି ।

Related story