Advertisment

ଉପମୁଖ୍ୟମନ୍ତ୍ରୀ ହେବାକୁ ଶେଷରେ ରାଜି ହେଲେ ସିନ୍ଦେ

ଗଣମାଧ୍ୟମକୁ ସ୍ପଷ୍ଟ କଲେ ଶିବସେନା ନେତା ଉଦୟ ସାମନ୍ତ। ଫଡନାଭିସଙ୍କ ସହ ଶପଥ ନେବେ ଏକନାଥ ସିନ୍ଦେ ଓ ଅଜିତ ପାୱାର।

author-image
Debadatta Aryashrestha
Eknath Shinde (File Photo)

Eknath Shinde (File Photo)

ମହାରାଷ୍ଟ୍ର ରାଜନୀତିର ସବୁ ସସପେନ୍ସରେ ଲାଗିଛି ବିରାମ। ଶେଷରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ରାଜି ହୋଇଛନ୍ତି ଶିବସେନା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଫଡନାଭିସ୍ ସରକାରଙ୍କ ଶପଥ ଗ୍ରହଣ ଉତ୍ସବର କିଛି ସମୟ ପୂର୍ବରୁ ଶିବସେନା ନେତା ଉଦୟ ସାମନ୍ତ ଗଣମାଧ୍ୟମକୁ ଏନେଇ ସ୍ପଷ୍ଟ କରିଛନ୍ତି।

Advertisment

ଏକନାଥ ସିନ୍ଦେ ବିଜେପି ନେତୃତ୍ୱାଧୀନ ସରକାରରେ ସାମିଲ ହେବେ କି ନାହିଁ, ସେନେଇ ଗତ କିଛି ଦିନ ହେଲା ସସପେନ୍ସ ଲାଗି ରହିଥିଲା। କିନ୍ତୁ ଶେଷରେ ସେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି। ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୨ ଦିନ ପରେ ମହାରାଷ୍ଟ୍ରକୁ ମିଳିବାକୁ ଯାଉଛି ନୂଆ ସରକାର। ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହିତ ଶିବସେନା ନେତା ଏକନାଥ ସିନ୍ଦେ ଓ ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର ୨୮୮ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପିର ୧୩୨ ଜଣ ବିଧାୟକ ଜିତିଛନ୍ତି। ଅଜିତ ପାୱାରଙ୍କ ଏନସିପି (୪୧) ମଧ୍ୟ ବିଜେପିକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସମର୍ଥନ କରିଛି। ଉଭୟ ଦଳର ଆସନ ସଂଖ୍ୟା ମିଶି ୧୭୩। ତେଣୁ ସରକାର ଗଠନ ପାଇଁ ବିଜେପିକୁ ବାସ୍ତବରେ ଏକନାଥ ସିନ୍ଦେଙ୍କ ଶିବସେନାର ସମର୍ଥନ ଆବଶ୍ୟକ ନାହିଁ। କିନ୍ତୁ ନିର୍ବାଚନ ପରେ ମେଣ୍ଟ ଭାଙ୍ଗିବା ଦଳର ଭାବମୂର୍ତ୍ତିକୁ ନଷ୍ଟ କରିପାରେ। ଏହା ମଧ୍ୟ ୨୦୧୯ରେ ତତ୍କାଳୀନ ଅବିଭାଜିତ ଶିବସେନା ସହ ମେଣ୍ଟ ଭାଙ୍ଗିବା ସ୍ମୃତିକୁ ସତେଜ କରିବ, ଯେଉଁଥିରେ ମହାରାଷ୍ଟ୍ରରେ ବିଜେପି କ୍ଷମତା ହରାଇଥିଲା। ତେଣୁ ସିନ୍ଦେ ଗୋଷ୍ଠୀକୁ ମନାଇବା ପାଇଁ ଯଥେଷ୍ଟ ସମୟ ଦେଇଛି ବିଜେପି।

Advertisment
Bjp Devendra Fadnavis Shiv Sena Maharashtra Politics NCP Eknath Shinde