Advertisment

ମହାରାଷ୍ଟ୍ରରେ ହାଇଡ୍ରାମା, ସିନ୍ଦେଙ୍କ ଲୁଚକାଳି ଖେଳ ଜାରି

ଦେହ ଅସୁସ୍ଥ ଥିବା ଦର୍ଶାଇ ମହାୟୁତି ବୈଠକକୁ ଆସିଲେନି ସିନ୍ଦେ। ସେପଟେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତରେ ଅଜିତ ପାୱାର।

ଅଦ୍ୟତନ ହୋଇଛି
Eknath Shinde and Ajit Pawar (File Photo)

Eknath Shinde and Ajit Pawar (File Photo)

Advertisment

ମହାରାଷ୍ଟ୍ରରେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟରେ ସରକାର ଗଠନ ପାଇଁ ଏପର୍ଯ୍ୟନ୍ତ ଅଙ୍କ ଛିଡ଼ୁନି। ଯଦିଓ ବିଜେପି ମେଣ୍ଟରେ ଥିବା ଏନସିପି ମୁଖିଆ ଅଜିତ ପାୱାର ବିଜେପିକୁ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରିଛନ୍ତି, ହେଲେ ବିଜେପିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଶିବସେନା। କାମଚଳା ମୁଖ୍ୟମନ୍ତ୍ରୀ ଦାୟିତ୍ଵରେ ଥିବା ଏକନାଥ ସିନ୍ଦେ ଆଜି ପୁଣି ଅସୁସ୍ଥ ଥିବା ଦର୍ଶାଇ ମହାୟୁତି ବୈଠକକୁ ଆସିନାହାନ୍ତି। ଅନ୍ୟପଟେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତ କରିଛନ୍ତି ଅଜିତ ପାୱାର।

Advertisment

ସୂଚନା ଅନୁସାରେ ଆଜି ବିଜେପି, ଶିବସେନା ଓ ଏନସିପି ମେଣ୍ଟ 'ମହାୟୁତି'ର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର ଥିଲା। ଏହି ବୈଠକରେ ତିନି ଦଳ ମଧ୍ୟରେ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ହୋଇଥାଆନ୍ତା। ହେଲେ ସିନ୍ଦେ ଅସୁସ୍ଥ ଥିବା ଦର୍ଶାଇ ନଆସିବାରୁ ଏହି ବୈଠକ ରଦ୍ଦ ହୋଇଯାଇଛି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାର ଥିଲା। ଏହି ବୈଠକ ପୂର୍ବରୁ ସିନ୍ଦେ ନିଜ ଗାଁକୁ ଚାଲିଯାଇଥିଲେ। ଯାହା ରାଜନୀତିକୁ ସରଗରମ କରିଥିଲା। ଏବେ ଯଦିଓ ପ୍ରଧାନମନ୍ତ୍ରୀ ଯାହାକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବେ, ସେ ତାକୁ ସମର୍ଥନ କରିବେ ବୋଲି ଗଣମାଧ୍ୟମରେ କହିଥିଲେ, ହେଲେ ପୁଣି ସେ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକକୁ ନଆସିବା ଶାସକ ମେଣ୍ଟକୁ ଝଟକା ଦେଇଛି। ଏହି ବୈଠକକୁ ପୁଣି ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଛି।

ଅନ୍ୟପଟେ ଶିବସେନା ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛି ଯେ ଆଜି ମହାୟୁତିର କୌଣସି ବୈଠକ ନଥିଲା। ବିଜେପି ଏହି ବୈଠକ କେବେ ଆୟୋଜନ କରିବ ବୋଲି ଦଳ ଅପେକ୍ଷା କରିଥିବା ଶିବସେନା ପକ୍ଷରୁ କୁହାଯାଇଛି। ସେପଟେ ମେଣ୍ଟର ଅନ୍ୟତମ ସହଯୋଗୀ ଏନସିପି ମୁଖ୍ୟ ଅଜିତ ପାୱାର ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ସେ ମହାରାଷ୍ଟ୍ରରେ ସରକାର ଗଠନ ଓ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ନେଇ ବିଜେପିର ଶୀର୍ଷନେତାଙ୍କ ସହ ଦିଲ୍ଲୀରେ ଆଲୋଚନା କରିବେ ବୋଲି କୁହାଯାଉଛି।

Advertisment
Bjp Shiv Sena Maharashtra Politics Eknath Sinde NCP Ajit Pawar Mahayuti Alliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe