Advertisment

ଆଦିତ୍ୟ ଠାକରେଙ୍କ ବିରୁଦ୍ଧରେ ମିଲିନ୍ଦ ଦେଓରାଙ୍କୁ ପ୍ରାର୍ଥୀ କଲେ ଏକନାଥ ସିନ୍ଦେ

ରାଜ୍ୟସଭା ସାଂସଦ ଥିବା ଦେଓରା କଂଗ୍ରେସ ଛାଡି ଚଳିତ ବର୍ଷ ଆରମ୍ଭରେ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିଲେ।

Milind Deora & Aaditya Thackeray

Milind Deora & Aaditya Thackeray

Advertisment

ଉଦ୍ଧବ ଠାକରେଙ୍କ ପୁଅଙ୍କ ବିରୁଦ୍ଧରେ ଲଢିବେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ମିଲିନ୍ଦ ଦେଓରା। ଓର୍ଲି ଆସନରୁ ଦେଓରାଙ୍କୁ ଟିକେଟ ଦେଇଛନ୍ତି ଏକନାଥ ସିନ୍ଦେ। ରାଜ୍ୟସଭା ସାଂସଦ ଥିବା ଦେଓରା କଂଗ୍ରେସ ଛାଡି ଚଳିତ ବର୍ଷ ଆରମ୍ଭରେ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିଲେ।

Advertisment

ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ୨୦୧୯ରେ ଏହି ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇ ବର୍ତ୍ତମାନର ବିଧାୟକ ଅଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମୟରେ ଦେଓରାଙ୍କୁ ୱର୍ଲି ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କୁ ଏହି ଆସନରୁ ବିଧାୟକ ଟିକେଟ୍ ମିଳିଛି।

ଗତକାଲି ଶିବସେନା ୨୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦେଓରାଙ୍କ ବ୍ୟତୀତ ଅନ୍ୟ ୧୯ ଜଣଙ୍କୁ ଟିକେଟ୍ ମିଳିଛି, ଯେଉଁଥିରେ ସଞ୍ଜୟ ନିରୁପମଙ୍କୁ ଦିନ୍ଦୋଶି ଆସନରୁ ପ୍ରାର୍ଥୀ କରାଯାଇଛି। ସେହିପରି ବିଜେପି ସାଂସଦ ନାରାୟଣ ରାଣେଙ୍କ ପୁଅ ନୀଲେଶ ରାଣେ କୁଦାଲ ନିର୍ବାଚନମଣ୍ଡଳୀରୁ ଟିକେଟ୍ ମିଳିଛି। 

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ଶିବସେନା, କଂଗ୍ରେସ ଓ ଶରଦ ପାୱାରଙ୍କ ଏନସିପିର ମହା ବିକାଶ ଅଗାଡି ମିଳିତ ମଞ୍ଚ ଏବଂ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ଅଜିତ ପାୱାରଙ୍କ ଏନସିପିର ମିଳିତ ମଞ୍ଚ ମହାୟୁତି ମଧ୍ୟରେ କଡ଼ା ଟକ୍କର ହେଉଛି। 

ରାଜ୍ୟର ସମସ୍ତ ୨୮୮ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ହେବ। ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Shiv Sena Milind Deora Eknath Shinde Maharashtra Assembly Election Aaditya Thackeray UBT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe