ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଲେ ଏକନାଥ ସିନ୍ଦେ, ଗୁରୁବାର ଶପଥ ଉତ୍ସବ!

୨ ବର୍ଷ ଧରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ସିନ୍ଦେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇ ନଥିଲେ। ସେ ମହାୟୁତି ବୈଠକ ବାତିଲ କରିବା ଓ ହଠାତ୍‌ ନିଜ ଗାଁକୁ ଚାଲିଯିବା ଭଳି ଭେଳିକି ଦେଖାଇବାରୁ ବିଜେପି ତାଙ୍କ ଉପରେ ଖପ୍ପା ହୋଇଥିଲା।

Shiv Sena

ଏକନାଥ ସିନ୍ଦେ

Hemant Lenka
  • Published: Tuesday, 03 December 2024
  • Updated: 03 December 2024, 03:45 PM IST

Sports

Latest News

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଥିବା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଶେଷରେ ମୁଣ୍ଡ ନୁଆଁଇଛନ୍ତି। ରେଜଲ୍ଟ ବାହାରିବାକୁ ୧୧ ଦିନ ବିତି ଯାଇଥିଲେ ହେଁ ସଂଖ୍ୟା ଥାଇ ମଧ୍ୟ ମହାୟୁତି(ବିଜେପି-ଶିବସେନା ଓ ଏନସିପି) ସରକାର ଗଠନ କରିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ପଦର ଅଙ୍କ ଛିଡ଼ୁ ନଥିବାରୁ ଶପଥ ପାଠ ଉତ୍ସବ ହୋଇପାରୁନି।

କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ସିନ୍ଦେ ଲୁଚକାଳି ଖେଳ ଜାରି ରଖିଥିଲେ। ସିନ୍ଦେଙ୍କ ଆଭିମୁଖ୍ୟ ଏବେ ବଦଳିଛି। ସେ ମହାୟୁତି ସରକାରରେ ସାମିଲ ହେବାକୁ ଏକପ୍ରକାରର ବିକଳ ହୋଇ ଉଠିଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀରୁ ଏଥର ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିବା ଜଣାପଡ଼ିଛି।

ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିବାରୁ ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ମହାୟୁତି ସରକାର ଶପଥ ଗ୍ରହଣ କରିବେ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପରେ ମନ୍ତ୍ରିମଣ୍ଡଳ ଗଠନ କରାଯିବ ବୋଲି ଜଣାପଡ଼ିଛି।

Also Read

ସୂତ୍ର ଅନୁସାରେ, ବିଜେପିର ଦେବେନ୍ଦ୍ର ଫଡନାଭିସ ପୁଣିଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ଫେରିବେ। ସେ ବିଦାୟୀ ମହାୟୁତି ସରକାରରେ ଏକନାଥ ସିନ୍ଦେଙ୍କ ଡେପୁଟି ଭାବେ କାମ କରୁଥିଲେ। ଫଡନାଭିସ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ସିନ୍ଦେ ଓ ଏନସିପିର ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

୨ ବର୍ଷ ଧରି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ସିନ୍ଦେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇ ନଥିଲେ। ସେ ମହାୟୁତି ବୈଠକ ବାତିଲ କରିବା ଓ ହଠାତ୍‌ ନିଜ ଗାଁକୁ ଚାଲିଯିବା ଭଳି ଭେଳିକି ଦେଖାଇବାରୁ ବିଜେପି ତାଙ୍କ ଉପରେ ଖପ୍ପା ହୋଇଥିଲା। ଏପରି କି ତାଙ୍କୁ ବାଦ ଦେଇ କେବଳ ଅଜିତ ପାୱାରଙ୍କୁ ଧରି ବିଜେପି ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ।

ସିନ୍ଦେଙ୍କ ଚାପ ବିଜେପି ଉପରେ କାମ ନଦେବାକୁ ସେ ବାଧ୍ୟ ହୋଇ ମୁମ୍ବାଇ ଫେରିଥିଲେ। ଏଥିସହ ସରକାରରେ ସାମିଲ ହେବାକୁ ନିଜର ଆଗ୍ରହ ଦେଖାଇଥିଲେ। ସେ ସରକାରରେ ସାମିଲ ହେବାକୁ ବିକଳ ହେବାରୁ ବିଜେପି ପକ୍ଷରୁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଅଫର କରାଯାଇଥିଲା। ଏହାକୁ ସେ ଗ୍ରହଣ କରି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି।

ଶପଥ ପାଠ ଉତ୍ସବ ପରେ ମହାୟୁତିରେ ଥିବା ଦଳ ଗୁଡ଼ିକ ମନ୍ତ୍ରୀ ପଦ ଆବଣ୍ଟନ କରିବେ। ବିଜେପି ରାଜ୍ୟରେ ସର୍ବାଧିକ ଆସନ ଜିତି ଥିବାରୁ ନିଜ ପାଖରେ ୨୧ରୁ ୨୨ଟି ମନ୍ତ୍ରୀ ପଦ ରଖିବ। ବିଧାନସଭାର ବାଚସ୍ପତି ଓ ବିଧାନ ପରିଷଦର ଅଧ୍ୟକ୍ଷ ମଧ୍ୟ ବିଜେପି ବିଧାୟକ ହେବେ।

ଏକନାଥ ସିନ୍ଦେଙ୍କ ଶିବସେନା ୧୬ଟି ମନ୍ତ୍ରୀ ପଦ ପାଇଁ ଦାବି କରିଥିଲା। କିନ୍ତୁ ଦଳକୁ କେବଳ ୧୨ଟି ବିଭାଗ ମିଳିବ। ଦଳ ବିଧାନ ପରିଷଦର ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଚାପ ପକାଉଛି। ହେଲେ ବିଜେପି ଏହାକୁ ଛାଡ଼ିବାକୁ ନାରାଜ।

ଅଜିତ ପାୱାରଙ୍କ ଏନସିପି ୯ରୁ ୧୦ଟି ମନ୍ତ୍ରୀ ପଦ ପାଇବ। ଦଳ ନିଜ ପାଖରେ ଅର୍ଥ ବିଭାଗ ରଖିବ। ଦଳର ଜଣେ ବିଧାୟକ ଉପ ବାଚସ୍ପତି ଭାବେ ମଧ୍ୟ କାର୍ଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story