Advertisment

କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗିଲେ ଏକନାଥ ସିନ୍ଦେ

ବିଜେପି ହାଇକମାଣ୍ଡଙ୍କ କଥା ସିନ୍ଦେ ମାନିବେ ବୋଲି କହି ସାରିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାରର ସ୍ପଷ୍ଟ ହୋଇସାରିଛି।

author-image
Hemant Lenka
SS

SS

ମହାରାଷ୍ଟ୍ରରେ ମହାୟୁତି ବଡ଼ ବିଜୟ ହାସଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ ତାରିଖରୁ ଶେଷ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ମଙ୍ଗଳବାର ଇସ୍ତଫା ଦେଇ ସାରିଛନ୍ତି। ତଥାପି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମହାୟୁତି ପକ୍ଷରୁ ଘୋଷଣା କରାଯାଇ ନାହିଁ।

Advertisment

ମୁଖ୍ୟମନ୍ତ୍ରୀ ରେସରେ ବିଜେପିର ଏକନାଥ ସିନ୍ଦେ ଓ ଶିବସେନାର ଏକନାଥ ସିନ୍ଦେ ରହିଛନ୍ତି। ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ୧୩୨ଟି ଆସନ ଜିତିଥିବା ବେଳେ ମ୍ୟାଜିକ ନମ୍ବର ୧୪୫ ଠାରୁ ଏହା ୧୩ କମ। ତେଣୁ ଦଳକୁ ସରକାର ଗଠନ ପାଇଁ ଶିବସେନା ଓ ଅଜିତ ପାୱାରଙ୍କ ଏନସିପିର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଏକନାଥ ସିନ୍ଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ମୁଖ୍ୟମନ୍ତ୍ରୀତ୍ୱ ସମୟର ସଫଳତା ସମ୍ପର୍କରେ ସିନ୍ଦେ ବଖାଣିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ଯାହା ବି ନିଷ୍ପତ୍ତି ନେବେ, ତା’କୁ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି।

Advertisment

ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହି ସାରିଛି ଯେ ମୁଁ କେବେ ହେଲେ ବାଧକ ସାଜିବି ନାହିଁ। ସେ ଯାହା ବି ନିଷ୍ପତ୍ତି ନେବେ, ଆମେ ସେହି ଅନୁସାରେ କାମ କରିବୁ। ଏଥିରେ କେହି ବି ନାରାଜ ହେବେନି।”

ବିଜେପି ହାଇକମାଣ୍ଡଙ୍କ କଥା ସିନ୍ଦେ ମାନିବେ ବୋଲି କହି ସାରିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାରର ସ୍ପଷ୍ଟ ହୋଇସାରିଛି। ସେହିପରି ମହାୟୁତି ନେତୃବୃନ୍ଦଙ୍କୁ ମଧ୍ୟ ଦିଲ୍ଲୀ ଡକରା ମିଳିଛି। ଫଡନାଭିସ ଦିଲ୍ଲୀ ଯାଇ ସାରିଥିବା ବେଳେ ସିନ୍ଦେ ଓ ଅଜିତ ପାୱାର ଖୁବଶୀଘ୍ର ତାଙ୍କ ସହ ସାମିଲ ହେବେ। ସେଠାରେ ସମସ୍ତେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ। ଏହି ସମୟରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେକଥା ସ୍ପଷ୍ଟ ହେବ।

ସିନ୍ଦେ କହିଛନ୍ତି, “ମୁଁ ମୋଦିଙ୍କ ସହ କଥା ହୋଇଛି ଓ ତାଙ୍କୁ କଥା ଦେଇଛି ଯେ ନିଷ୍ପତ୍ତି ନେବା ବେଳେ ମୋତେ ଆଦୌ ଗୋଟିଏ ପ୍ରତିରୋଧ ଭାବେ ବିବେଚନା ନ କରିବାକୁ କହିଛି। ବିଜେପି ହାଇକମାଣ୍ଡ ସରକାର ଗଠନ ସମ୍ପର୍କରେ ଯାହା ବି ନିଷ୍ପତ୍ତି ନେବେ, ତା’କୁ ଶିବସେନା ମାନିବ। 

ଆପଣ(ମୋଦି) ହେଉଛନ୍ତି ଆମ ପରିବାରର ମୁଖ୍ୟ। ଯେଉଁ ଭଳି ଭାବେ ବିଜେପିର ଲୋକମାନେ ଆପଣଙ୍କ କଥା ମାନୁଛନ୍ତି, ଆମେ ମଧ୍ୟ ସେହି ଅନୁସାରେ ମାନିବୁ। ଗତକାଲି ମୁଁ ଫୋନରେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛି।

ମୋ ପାଇଁ ମହାରାଷ୍ଟ୍ରରେ ସରକାର ଗଠନ କରିବା ପ୍ରକ୍ରିୟାରେ କୌଣସି ପ୍ରକାରର ଅସୁବିଧା ହେବନି ବୋଲି କଥା ଦେଇଛି। ମୁଁ ଜଣେ ସାଧାରଣ କର୍ମୀ ଭାବେ ସବୁ କାମ କରିବାକୁ ପ୍ରସ୍ତୁତ। ମହାରାଷ୍ଟ୍ରର ବିକାଶ ହେବା ଜରୁରୀ।”

Maharashtra Politics Eknath Shinde