ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଦୁଇଟି ଯାକ ରାଜ୍ୟରେ ଭୋଟ ଗଣତି ଓ ଫଳାଫଳ ନଭେମ୍ବର ୨୩ରେ ପ୍ରକାଶ ପାଇବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ତାରିଖ ଘୋଷଣା କରିବା କ୍ଷଣି ମହାରାଷ୍ଟ୍ର ଓ ଝାରଖଣ୍ଡରେ ନିର୍ବାଚନ ଆଚରଣବିଧି ଲାଗୁ ହେଇଛି।

EC

representational image

Hemant Lenka
  • Published: Tuesday, 15 October 2024
  • Updated: 15 October 2024, 03:59 PM IST

Sports

Latest News

ଅପେକ୍ଷାରେ ଅନ୍ତ ଘଟିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଲୋକମାନେ ନଭେମ୍ବର ୨୦ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନଭେମ୍ବର ୨୩ରେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ। ଏଥିପାଇଁ ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ଯାଏ ଚାଲିବ। 

୧,୦୦,୧୮୬ ପୋଲିଂ ଷ୍ଟେସନ ହେବ। ୯ କୋଟିରୁ ଅଧିକ ଲୋକ ଏଠାରେ ମତାଧିକାର ସାବ୍ୟସ୍ତ କରିବେ। ଏହି ପୋଲିଂ ଷ୍ଟେସନଗୁଡ଼ିକ ମୋଟ ୫୨,୭୮୬ଟି ସ୍ଥାନରେ ତିଆରି କରାଯିବ। ଗ୍ରାମାଞ୍ଚଳରେ ୫୭,୫୮୨ ଓ ସହରାଞ୍ଚଳରେ ୪୨,୬୦୪ଟି ପୋଲିଂ ବୁଥ କରାଯିବ। 

ଝାରଣ୍ଡର ୮୧ଟି ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ନଭେମ୍ବର ୧୩ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ନଭେମ୍ବର ୨୦ ରେ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ରେଜଲ୍ଟ ବାହାରିବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୫ ତାରିଖ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୨୯ ରହିଛି। 

Also Read

ଝାରଖଣ୍ଡର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୨.୬ କୋଟି। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୩୧ କୋଟି ଓ ମହିଳା ଭୋଟରଙ୍କ ସଂଖ୍ୟା ୧.୨୯ କୋଟି। ପ୍ରଥମଥର ଭୋଟ ଦେବାକୁ ଥିବା ଭୋଟରଙ୍କ ସଂଖ୍ୟା ୧୧.୮୪ ଲକ୍ଷ। 

ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ମହାରାଷ୍ଟ୍ରରେ ନଭେମ୍ବର ୨୬ ଓ ଝାଡ଼ଖଣ୍ଡରେ ଜାନୁଆରୀ ୫ରେ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ।

ଏବେ ମହାରାଷ୍ଟ୍ରରେ ବିଜେପି-ଶିବସେନା-ଏନସିପି ସରକାର ରହିଛନ୍ତି। ବାସ୍ତବରେ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଉଦ୍ଧବ ଠାକରେଙ୍କ ଅବିଭାଜିତ ଶିବସେନା, କଂଗ୍ରେସ ଓ ଶରଦ ପାୱାରଙ୍କ ଅବିଭାଜିତ ଏନସିପି ରାଜ୍ୟରେ ସରକାର ଗଠନ କରିଥିଲେ। କିନ୍ତୁ ଶିବସେନା ନେତା ଏକନାଥ ସିନ୍ଦେ ବିଦ୍ରୋହ କରିବାରୁ ଉଦ୍ଧବ ଠାକରେଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା।

ପରବର୍ତ୍ତୀ ଅବସ୍ଥାରେ ଶିବସେନା ମଧ୍ୟ ଦୁଇ ଭାଗ ହୋଇଥିଲା। ଏହାର କିଛି ମାସ ପରେ ଏନସିପିର ଅଜିତ ପାୱାର ମଧ୍ୟ ଶରଦ ପାୱାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେ ବିଜେପି ସହ ହାତ ମିଳାଇବାରୁ ଏନସିପି ମଧ୍ୟ ଦୁଇ ଭାଗ ହୋଇ ଯାଇଥିଲା। ଏଥର ନିର୍ବାଚନରେ ଉଦ୍ଧବ, କଂଗ୍ରେସ ଓ ଶରଦ ପାୱାର ଏକାଠି ଲଢ଼ିବେ।

୨୦୧୯ରେ ବିଜେପି ୧୦୫, କଂଗ୍ରେସ ୪୪, ଶିବସେନା ୫୬, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ବାଜିମାତ କରିଥିଲେ। 

ଅନ୍ୟପକ୍ଷରେ ଏବେ ଝାରଖଣ୍ଡରେ ହେମନ୍ତ ସୋରେନଙ୍କ ଜେଏମଏମ ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି। ହେମନ୍ତ ସୋରେନଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପି ଜୋରଦାର ଢଙ୍ଗରେ ଉଦ୍ୟମ ଜାରି ରଖିଛି। ୨୦୧୯ରେ ଝାରଖଣ୍ଡରେ ଜେଏମଏମ ୩୯ଟି, ବିଜେପି ୨୫ଟି, କଂଗ୍ରେସ ୧୬ ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ଜିତିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story