Advertisment

ଆପର ନିର୍ବାଚନୀ ପ୍ରଚାର ଗୀତ ଉପରେ ରୋକ୍ ଲଗାଇଲେ ECI

'ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ' ଗୀତକୁ ବ୍ୟାନ୍ କରିଛନ୍ତି ନିର୍ବାଚନ ଆୟୋଗ।

ଅଦ୍ୟତନ ହୋଇଛି
Atishi Marlena

Atishi Marlena

Advertisment

ନିର୍ବାଚନ ଆୟୋଗ (ECI) ଆମ୍ ଆଦମୀ ପାର୍ଟିର ପ୍ରଚାର ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦଳ ପକ୍ଷରୁ ରିଲିଜ୍ ହୋଇଥିବା 'ଜେଲ୍ କେ ଜୱାବ ମେଁ ହମ୍ ଭୋଟ୍ ଦେଙ୍ଗେ' ଗୀତ ଉପରେ କଟକଣା ଲଗାଯାଇଥିବା ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ ଏନେଇ ନିର୍ବାଚନ ଆୟୋଗଙ୍କ ଉପରେ କ୍ଷୋଭବ୍ୟକ୍ତ କରି କହିଛନ୍ତି, "ନିର୍ବାଚନ ଆୟୋଗ ପକ୍ଷପାତିତା କରୁଛନ୍ତି। ବିଜେପି ଯେତେବେଳେ ବିରୋଧୀ ଦଳ ନେତାଙ୍କୁ ଥାନାରେ ରଖିବା ପାଇଁ ଇଡି ଆଉ ସିବିଆଇଙ୍କୁ ବ୍ୟବହାର କରୁଛି ସେତେବେଳେ ଆୟୋଗ କିଛି ବଦଳାଇ ପାରୁନାହାନ୍ତି।"

କିନ୍ତୁ କେହି ଯଦି ଏହି କଥାକୁ କ୍ୟାମ୍ପେନ ମାଧ୍ୟମରେ କହିବାକୁ ଚାହୁଁଛି ସେତେବେଳେ ନିର୍ବାଚନ ଆୟୋଗଙ୍କୁ ଅସୁବିଧା ହୋଇଯାଉଛି। ଏହା କେବଳ ଏକଛତ୍ରବାଦୀ ସରକାରର ଲକ୍ଷଣ ବୋଲି ଆତିଶୀ କହିଛନ୍ତି।

Advertisment

ପ୍ରକାଶ ଥାଉକି, ଏହା ପୂର୍ବରୁ ମହାରାଷ୍ଟ୍ରର ଉଦ୍ଧବ ଠାକେରଙ୍କ ଗୋଷ୍ଠୀର ପ୍ରଚାର ସଂଗୀତରୁ କିଛି ଶବ୍ଦ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ ଆୟୋଗ। ସଂଗୀତରେ ଥିବା 'ହିନ୍ଦୁ' ଏବଂ 'ଜୟ ଭବାନୀ' ଶବ୍ଦ ବଦଳାଇବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ଶବ୍ଦ ଆମେ ହଟାଇବୁ ନାହିଁ ବୋଲି ଉଦ୍ଧବ ଠାକରେ ସିଧା ସିଧା ମନା କରିଦେଇଥିଲେ। 

AAP Campaign Song Ban Election Commission Lok Sabha Polls
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe