Advertisment

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କେତେ ଥିଲା ଭୋଟିଂ ହାର? ଚୂଡ଼ାନ୍ତ ତଥ୍ୟ ଦେଲେ ଇସିଆଇ

୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଦୁଇଟି ଯାକ ପର୍ଯ୍ୟାୟରେ ଚଳିତ ବର୍ଷ ଭୋଟିଂ ହାର ହ୍ରାସ ପାଇଛି।

Voter

Voter

Advertisment

ଦେଶରେ ଦୁଇ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହୋଇଛି। ଏପ୍ରିଲ ୧୯ ଓ ଏପ୍ରିଲ ୨୬ରେ ଲୋକମାନେ ମୋଟ ୧୯୦ ଆସନ ପାଇଁ ଭୋଟ ଦାନ କରିଛନ୍ତି।

Advertisment

ମତଦାନ ଦିନ ବିଭିନ୍ନ ଗଣମାଧ୍ୟମ ଭୋଟିଂ ହାରକୁ ନେଇ ତଥ୍ୟ ପ୍ରକାଶ କରିଥିଲେ। ସେହିପରି ଭୋଟିଂ ସମୟ ପରେ ମଧ୍ୟ କିଛି ବୁଥରେ ପ୍ରବଳ ଭିଡ଼ ଯୋଗୁ ମତଦାନ ସଂଗ୍ରହ କରାଯାଇଥିଲା। ତେଣୁ ଇସିଆଇ ସେସବୁ ତଥ୍ୟକୁ ହିସାବ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ କେତେ ପ୍ରତିଶତ ଭୋଟିଂ ହୋଇଥିଲା, ତା’ର ତଥ୍ୟ ସାର୍ବଜନୀନ କରିଛନ୍ତି।

ଭାରତୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ମୋଟ ୬୬.୧୪% ମତଦାନ ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୮୮ଟି ଆସନ ପାଇଁ ମତଦାନ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ୬୬.୭୧% ଭୋଟିଂ ହୋଇଥିଲା।

Advertisment

୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଦୁଇଟି ଯାକ ପର୍ଯ୍ୟାୟରେ ଚଳିତ ବର୍ଷ ଭୋଟିଂ ହାର ହ୍ରାସ ପାଇଛି। ୨୦୧୯ରେ ପ୍ରଥମ ପର୍ଯ୍ୟାୟରେ ୬୯.୪୩% ଓ ଦ୍ୱିତୀୟ ପର୍ଯ୍ୟାୟରେ ୬୯.୧୭% ଭୋଟିଂ ହୋଇଥିଲା।

ନିର୍ବାଚନ କମିଶନ ଆହୁରି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ପୁରୁଷଙ୍କ ଭୋଟିଂ ହାର ୬୬.୨୨%, ମହିଳାଙ୍କ ଭୋଟିଂ ହାର ୬୬.୦୭% ଓ ତୃତୀୟ ଲିଙ୍ଗଙ୍କ ଭୋଟିଂ ହାର ମାତ୍ର ୩୧.୩୨% ରହିଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଷଙ୍କ ଭୋଟିଂ ହାର ୬୬.୯୯%, ମହିଳାଙ୍କ ଭୋଟିଂ ହାର ୬୬.୪୨% ଓ ତୃତୀୟ ଲିଙ୍ଗଙ୍କ ଭୋଟିଂ ହାର ମାତ୍ର ୨୩.୮୬% ରହିଥିଲା।

ପ୍ରଥମ ପର୍ଯ୍ୟାୟରେ ଲାକ୍ଷାଦ୍ୱୀପରେ ସର୍ବାଧିକ ୮୪.୧% ଭୋଟିଂ ହୋଇଥିବା ବେଳେ ବିହାରରେ ସର୍ବନିମ୍ନ ୪୯.୨୬% ମତଦାନ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମଣିପୁରରେ କିଛି ବୁଥରେ ମତଦାନ ହୋଇଥିବା ବେଳେ ଏଠାରେ ସର୍ବାଧିକ ୮୪.୮୫% ଭୋଟିଂ ଓ ଉତ୍ତର ପ୍ରଦେଶରେ ସର୍ବନିମ୍ନ ୫୫.୧୯% ଭୋଟିଂ ହୋଇଥିଲା।

Election Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe