ସରକାରୀ ବିଜ୍ଞାପନରେ ‘ଶଙ୍ଖ’ ଚିହ୍ନ: ଓଡ଼ିଶା ସରକାର ଓ ବିଜେଡିକୁ ଶନିବାର ସନ୍ଧ୍ୟା ସୁଦ୍ଧା ଜବାବ ଦାଖଲ ନିର୍ଦ୍ଦେଶ

ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଗତ କିଛିମାସ ଧରି ଶଙ୍ଖ ଚିହ୍ନକୁ ଭିନ୍ନ ଢଙ୍ଗରେ ସରକାରୀ ବିଜ୍ଞାପନରେ ଉପଯୋଗ କରୁଛନ୍ତି । ଯାହାକି ପରୋକ୍ଷରେ ବିଜେଡିର ପ୍ରଚାରପ୍ରସାର ହେଉଛି ।

Sankha

ବିଜେଡି ରାଜ୍ୟ ମୁଖ୍ୟାଳୟ

Ordigital Desk
  • Published: Wednesday, 28 February 2024
  • Updated: 28 February 2024, 08:37 PM IST

Sports

Latest News

 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଦଳୀୟ ଚିହ୍ନ ‘ଶଙ୍ଖ’କୁ ସରକାରୀ ବିଜ୍ଞାପନରେ ଉପଯୋଗ କରିବା ଶାସକ ବିଜେଡିକୁ ମହଙ୍ଗା ପଡ଼ିଛି । ଆଜି ନିର୍ବାଚନ କମିଶନ ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରି ଉଭୟ ଓଡ଼ିଶା ସରକାର ଓ ବିଜେଡିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨ ତାରିଖ ବା ଶନିବାର ସନ୍ଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟୀକରଣ ରଖିବାକୁ ଉଭୟ ରାଜ୍ୟ ସରକାର ଓ ବିଜେଡିକୁ ତାଗିଦ୍ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସାଧାରଣ ଲୋକଙ୍କ ଟିକସ ଅର୍ଥରେ କ୍ଷମତାସୀନ ବିଜେଡି ସରକାର ‘ଶଙ୍ଖ’ ଚିହ୍ନ ରଖି କୋଟି କୋଟି ଟଙ୍କାର ବିଜ୍ଞାପନ ଦେଉଥିବାକୁ ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କମିଶନଙ୍କ ଏଭଳି ଆଭିମୁଖ୍ୟ ଶାସକ ବିଜେଡିକୁ ଅଡ଼ୁଆରେ ପକାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଗତ ପ୍ରାୟ ଦୁଇମାସରୁ ଅଧିକ ସମୟ ଧରି ନିୟମିତ ଭାବେ ସମ୍ବାଦପତ୍ର, ଟିଭି ଚ୍ୟାନେଲ, ରାଜ୍ୟ ପରିବହନ ନିଗମର ବସ୍ ଏବଂ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ହୋର୍ଡିଂ ମାରିଛନ୍ତି । ଏଥିପାଇଁ ରାଜ୍ୟ ରାଜକୋଷରୁ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ ହେଉଛି ।

Also Read

ବିଜେଡି ସରକାରଙ୍କ ଏଭଳି ବିଜ୍ଞାପନ ଓ ପ୍ରଚାର ଜାତୀୟ ନିର୍ବାଚନ କମିଶନଙ୍କ ୨୦୧୬ ଅକ୍ଟୋବର ମାସରେ ଜାରି ନିର୍ଦ୍ଦେଶନାମାର ଖୋଲା ଉଲ୍ଲଘଂନ ବୋଲି ଦର୍ଶାଯାଇଛି । ସରକାରୀ ଅର୍ଥ ବା ସାଧାରଣ ଲୋକଙ୍କ ଟିକସ ଅର୍ଥ ଖର୍ଚ୍ଚ କରି କୌଣସି ଗୋଟିଏ ରାଜନୀତିକ ଦଳ ନିଜର ପ୍ରଚାର ପାଇଁ ଦଳୀୟ ଚିହ୍ନକୁ ଉପଯୋଗ କରିବା ଉପରେ କମିଶନ ପୂର୍ବରୁ କଟକଣା ଜାରି କରିଛନ୍ତି । କୌଣସି ରାଜନୀତିକ ଦଳ ନିଜସ୍ୱ ପ୍ରଚାର ଅବା ବିଜ୍ଞାପନ ପାଇଁ ସରକାରୀ ପାଣ୍ଠିର ଉପଯୋଗ କରିପାରିବେ ନାହିଁ । ସରକାରୀ ଖର୍ଚ୍ଚରେ ଦଳୀୟ ଚିହ୍ନ ଉପଯୋଗ କରି ବିଜ୍ଞାପନ ଦେବା ଓ ସରକାରୀ କଳକୁ ଉପଯୋଗ କରିବା ଉପରେ କଟକଣା ଜାରି କରିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟର କ୍ଷମତାସୀନ ବିଜେଡି ସରକାର ଗତ କିଛିମାସ ଧରି ଶଙ୍ଖ ଚିହ୍ନକୁ ଭିନ୍ନ ଢଙ୍ଗରେ ସରକାରୀ ବିଜ୍ଞାପନରେ ଉପଯୋଗ କରୁଛନ୍ତି। ଯାହାକି ପରୋକ୍ଷରେ ବିଜେଡିର ପ୍ରଚାରପ୍ରସାର ହେଉଛି । ଏନେଇ ରାଜ୍ୟ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା । ଏପରିକି ଅବସରପ୍ରାପ୍ତ ପ୍ରଶାସକ ପ୍ରସନ୍ନ କୁମାର ମିଶ୍ର ମଧ୍ୟ ରାଜ୍ୟର ବିଜେଡି ସରକାରଙ୍କ ଦ୍ୱାରା ଶଙ୍ଖ ଚିହ୍ନ ଉପଯୋଗ କରି ସରକାରୀ ବିଜ୍ଞାପନ ଦିଆଯାଉଥିବାରୁ ତା’ର ଅଡିଟ୍ କରିବା ପାଇଁ ସିଏଜିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story