Advertisment

ନିଲମ୍ବିତ ହେଲେ ପୁଲିସ ମହାନିର୍ଦ୍ଦେଶକ

ଡିଜିପି ଅଞ୍ଜନୀ କୁମାର, ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବନ୍ଥ ରେଡ୍ଡୀଙ୍କୁ ଫୁଲତୋଡା ଦେଇ ଶେଭେଚ୍ଛା ଜଣାଇଥିଲେ।

author-image
Manoj Swain

କେସିଆରଙ୍କୁ ପଛରେ ପକାଇବା ପରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେବନ୍ଥ ରେଡ୍ଡୀଙ୍କୁ ନେଇ ସବୁଠି ଚର୍ଚ୍ଚା। ତେବେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର, ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବନ୍ଥ ରେଡ୍ଡୀଙ୍କୁ ଫୁଲତୋଡା ଦେଇ ଶେଭେଚ୍ଛା ଜଣାଇଥିଲେ। ଡିଜିପିଙ୍କ ଏଭଳି ଶୁଭେଚ୍ଛା ଜଣାଇବା ତାଙ୍କୁ ଭାରି ପଡିଛି। ଏହି ଘଟଣା ପରେ ନିର୍ବାଚନ କମିଶନ ତେଲେଙ୍ଗାନାର ପୁଲିସ ମହାନିର୍ଦ୍ଦେଶକ ଅଞ୍ଜନି କୁମାରଙ୍କୁ ନିଲମ୍ବିତ କରିଛନ୍ତି।

Advertisment
Election Results Telengana