Advertisment

ଛତିଶଗଡ଼ରେ ପଲଟିଯିବ ବାଜି!

ଗଣତି ଅନୁଯାୟୀ ୫୦ଟି ସିଟ୍‌ରେ ଆଗୁଆ ଥିବା ବେଳେ କଂଗ୍ରେସ ରହିଛି ବହୁ ପଛରେ।

Bhupesh Baghel vs Raman Singh

Bhupesh Baghel vs Raman Singh

Advertisment

ଛତିଶଗଡ଼ରେ ପଲଟିଯିବ ବାଜି। ବାଜିମାରେ ପାରେ ବିଜେପି। ଛତିଶଗଡ଼ର କ୍ଷମତା ଆସନରେ ବସିପାରେ ବିଜେପି। ଗଣତି ଅନୁଯାୟୀ ୫୦ଟି ସିଟ୍‌ରେ ଆଗୁଆ ଥିବା ବେଳେ କଂଗ୍ରେସ ରହିଛି ବହୁ ପଛରେ। ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୩୯ଟି ଆସନରେ ପଛୁଆ ରହିଛି।

Advertisment

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ପୂର୍ବରୁ ଆଗୁଆ ରହିଥିଲା। କିନ୍ତୁ ଏବେ କଂଗ୍ରେସକୁ କାଟି ବିଜେପି ଆଗରେ ରହିଛି। ଲାଗୁଛି ଭୂପେଶ ବଘେଲଙ୍କ ହାତରେ ଏଥର ରମଣ ସିଂହ କ୍ଷମତା ଭାର ଛଡାଇ ନେବେ। ପୁଣି ଥରେ ଛତିଶଗଡ଼ରେ ରମଣ ସରକାର ଆସିବ ବୋଲି ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ମନ୍ତ୍ରୀ ନିଜ ନିଜ ଆସନରେ ପଛୁଆ ଅଛନ୍ତି।  

ଏଗ୍‌ଜିଟ୍‌ ପୋଲ ଅନୁସାରେ କଂଗ୍ରେସ ଜିତିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଦେଖାଯାଉଛି କଡା ଟକ୍କର ହେବ। ବର୍ତ୍ତମାନର ଗଣତି ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଚାଲିଛି। କିଏ ଜିତିବ କିଏ ଛତିଶଗଡ଼କୁ ହାତେଇ, ତାହା ଗଣତି ଶେଷ ହେବା ପରେ ଜଣାପଡିବ।

Advertisment
Chhattisgarh Chhattisgarh Assembly Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe