Advertisment

ବଘେଲ ସରକାରଙ୍କୁ ରିଜେକ୍ଟ କରିଛନ୍ତି ଜନତା: ରମଣ ସିଂହ

ଟ୍ରେଣ୍ଡ ଅନୁଯାୟୀ ବିଜେପି ମ୍ୟାଜିକ୍‌ ନମ୍ବର କ୍ରସ୍‌ କରିଛି। ବହୁ ପଛରେ ପଡିଯାଇଛି କଂଗ୍ରେସ।

Raman Singh

Raman Singh

Advertisment

ଜିତିବ ବିଜେପି, ଫିୁଟିବ ପଦ୍ମ। ଛତିଶଗଡ଼ରେ ପୁଣି ସରକାର ଗଢ଼ିବ ବିଜେପି। ଛତିଶଗଡ଼ ଜନତା ଏଥର ବଘେଲ ସରକାରଙ୍କୁ ରିଜେକ୍ଟ କରି ଦେଇଛି। ଭୋଟ୍‌ ଗଣତି ଭିତରେ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହ।

Advertisment

ଟ୍ରେଣ୍ଡ ଅନୁଯାୟୀ ବିଜେପି ମ୍ୟାଜିକ୍‌ ନମ୍ବର କ୍ରସ୍‌ କରିଛି। ବହୁ ପଛରେ ପଡିଯାଇଛି କଂଗ୍ରେସ। ଛତିଶଗଡ଼ ବିଧାସଭା ନିର୍ବାଚନ ଗଣିତରେ ୫୫ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୩ ଆସନରେ ପଛରେ ପଡିଛି। ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରମଣ ସିଂହଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି।

ସେ କହିଛନ୍ତି, ବିଜେପିକୁ ଏତେ ବଡ଼ ସଫଳତା ମିଳିବ ବୋଲି ଆଶା ନଥିଲା। ଛତିଶଗଡ଼ ଜନତା ବିଜେପିକୁ ଅଧିକ ଭଲ ପାଉଛନ୍ତି। ୨ ରାଉଣ୍ଡରେ ଭୂପେଶ ବଘେଲ ପଛରେ ଅଛନ୍ତି। ଜନସାଧାରଣ ତାଙ୍କର ସମସ୍ତ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତାଙ୍କର ପୂରା ସରକାରକୁ ରିଜେକ୍ଟ କରିଦେଇଛନ୍ତି ଜନତା।

Advertisment

ସେ ଆହୁରି କହିଛନ୍ତି, ବିଜେପିକୁ ଜନସାଧାରଣ ପୂରା ଆଶୀର୍ବାଦ ଓ ସମର୍ଥନ ମିଳୁଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଓ ଗ୍ୟାରେଣ୍ଟି ଉପରେ ଜନତାଙ୍କ ଭରସା ରହିଛି। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ଯେଉଁ ସମୟ ଦେଇଛନ୍ତି ଏବଂ ଗତ ସାଢ଼େ ୯ ବର୍ଷ ମଧ୍ୟରେ ବିଜେପି ସରକାରଙ୍କ ସଫଳତା ଉପରେ ଜନସାଧାରଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି।

ଭୂପେଶ ବଘେଲଙ୍କ କଥାକୁ ଜନସାଧାରଣ ଆଉ ବିଶ୍ୱାସ କରୁନାହାଁନ୍ତି। ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏହା ସ୍ପଷ୍ଟ ଦେଖାଯାଉଛି। ନିଶ୍ଚିତ ଭାବରେ ଆମେ ବିଜୟ ଆଡକୁ ଗତି କରୁଛି ବୋଲି ରମଣ ସିଂହ କହିଛନ୍ତି।

ଛତିଶଗଡ଼ରେ ମୋଟି ୯୦ଟି ବିଧାନସଭା ଆସନ ରହିଛି। ଏଥିମଧ୍ୟରୁ ୧୦ଟି ଏସ୍‌ସି ପାଇଁ ଓ ୨୯ଟି ସିଟ୍‌ ଏସ୍‌ଟି ପାଇଁ ସଂରକ୍ଷଣ ରହିଛି। ଯଦି ଆମେ ଭୋଟରଙ୍କ ବିଷୟରେ କହିବା, ତେବେ ରାଜ୍ୟରେ ମୋଟ୨,୦୩,୮୦,୦୭୯ ରେଜିଷ୍ଟର୍ଡ ଭୋଟର ଅଛନ୍ତି। ଏହାର ଅର୍ଥ ହେଉଛି ୨ କୋଟିରୁ ଅଧିକ ଭୋଟର ୯୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।

Chhattisgarh Assembly Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe