Advertisment

Election Results: କେସିଆର ଓ ଭୂପେଶ ପଛୁଆ, ଆଗରେ ଚାଲିଛନ୍ତି ଶିବରାଜ ଓ ଗେହଲଟ

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ଆଗରେ ରହିଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି।

ଅଦ୍ୟତନ ହୋଇଛି
KCR

KCR

Advertisment

ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟ୍ ଗଣତି ଆଜି ଚାଲିଛି।

Advertisment

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ଆଗରେ ରହିଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି।  

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ବୁଧନି ଆସନରେ ଆଗୁଆ ରହିଛନ୍ତି। କଂଗ୍ରେସର କମଲ ନାଥ
ଛିନ୍ଦୱାଡ଼ରେ ଆଗୁଆ ଅଛନ୍ତି। 

Advertisment

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସର୍ଦ୍ଦାରପୁର ଆସନରେ ଆଗୁଆ ଅଛନ୍ତି। ସେହିପରି କଂଗ୍ରେସ ବିଧାୟକ ସଚିନ ପାଇଲଟ ଟୋଙ୍କ୍‌ରେ ଆଗୁଆ ଅଛନ୍ତି।

ଅନ୍ୟପକ୍ଷରେ ତେଲେଙ୍ଗାନା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରାରମ୍ଭିକ ଟ୍ରେଣ୍ଡରେ ନିଜ ନିଜ ଆସନରେ ପଛୁଆ ଚାଲିଛନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଗଜୱେଲ ଆସନରେ ପଛୁଆ ଚାଲିଛନ୍ତି। ସେହିପରି ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜ ଆସନରେ ପଛୁଆ ଥିବା ସୂଚନା ଆସିଛି। ଅନ୍ୟପକ୍ଷରେ ଛତିଶଗଡ଼  ଉପମୁଖ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ ନିଜ ଆସନରେ ଆଗୁଆ ଚାଲିଛନ୍ତି। 

ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ସକାଳ ସାଢ଼େ ୯ଟା ସୁଦ୍ଧା ଛତିଶଗଡ଼ରେ ୯୦ଟି ଆସନରୁ ୫୫ଟିରେ କଂଗ୍ରେସ ଓ ୩୩ଟିରେ ବିଜେପି ଆଗୁଆ ଅଛନ୍ତି। ତେଲେଙ୍ଗାନାରେ ୧୧୯ଟି ଆସନରୁ କଂଗ୍ରେସ ୬୩, ବିଆରଏସ୍‌ ୩୩ ଓ ବିଜେପି ୧୦ଟି ଆସନରେ ଆଗୁଆ ଅଛନ୍ତି। ରାଜସ୍ଥାନରେ ୧୯୯ଟି ଆସନରୁ ବିଜେପି ୯୯ ଓ କଂଗ୍ରେସ ୮୭ଟି ଆସନରେ ଆଗୁଆ ଅଛନ୍ତି। ମଧ୍ୟ ପ୍ରଦେଶରେ ୧୨୮ଟିରେ ବିଜେପି ଓ ୯୯ଟିରେ କଂଗ୍ରେସ ଆଗରେ ରହିଛନ୍ତି।  

2023 Assembly Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe