Advertisment

ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଆସନ ପାଇଁ ୩ରେ ଭୋଟ

ଆସାମର ୨ଟି, ବିହାରର ୨ଟି, ମହାରାଷ୍ଟ୍ରର ୨ଟି, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଓଡ଼ିଶା ଓ ତେଲଙ୍ଗାନାର ଗୋଟିଏ ଲେଖାଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ହେବ।

Rajya Sabha

Rajya Sabha

Advertisment

ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ସାଂସଦ ପଦରୁ ଇସ୍ତଫା ଦେବା ପରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଥିଲା। ଏବେ ଉକ୍ତ ଆସନ ପାଇଁ ନିର୍ବାଚନ ହେବ। 

Advertisment

ଉପ ନିର୍ବାଚନ ପାଇଁ ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ଅଗଷ୍ଟ ୨୬ ଓ ୨୭କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ରଖାଯାଇଛି। ଏହାପରେ ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର ୩ରେ ହେବ ଭୋଟ ଗ୍ରହଣ ହେବ ବୋଲି ଭାରତୀୟ ନିର୍ବାଚନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ରାଜ୍ୟସଭାକୁ ଯାଇଥିବା ୧୨ ଜଣ ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି। ସେମାନେ ଲୋକସଭାକୁ ଯାଇଥିବାରୁ ଏବେ ଉକ୍ତ ରାଜ୍ୟସଭା ଆସନ ଗୁଡ଼ିକ ପାଇଁ ଉପ ନିର୍ବାଚନ ହେବାକୁ ଯାଉଛି। ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ସର୍ବାନନ୍ଦ ସୋନୱାଲ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ପ୍ରମୁଖ ରହିଛନ୍ତି।

Advertisment

ସେହିପରି ସାଂସଦ ପଦରୁ ୨ ଜଣ ଇସ୍ତଫା ଦେବାରୁ ଉକ୍ତ ଆସନରେ ମଧ୍ୟ ଉପ ନିର୍ବାଚନ ହେବ। ଆସାମର ୨ଟି, ବିହାରର ୨ଟି, ମହାରାଷ୍ଟ୍ରର ୨ଟି, ହରିଆଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଓଡ଼ିଶା ଓ ତେଲଙ୍ଗାନାର ଗୋଟିଏ ଲେଖାଏ ରାଜ୍ୟସଭା ଆସନ ପାଇଁ ଉପ ନିର୍ବାଚନ ହେବ।

Rajyasabha By-Election Rajya Sabha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe