Advertisment

କାନ୍ଦିଲେ ଏଲିନା; ଭାଇରାଲ୍‌ ହେଉଛି ଭିଡିଓ

ଛଳ ଛଳ ଆଖିରେ ସେ କହୁଛନ୍ତି, ସାର୍‌- ଆପଣ ଅପ୍ରତିଦ୍ୱନ୍ଦ୍ୱୀ। ଆପଣଙ୍କ ସହିତ କାହାକୁ ତୁଳନା କରାଯାଇପାରିବ ନାହିଁ। ଆମେ ସବୁ ବେଳେ ଚାହିଁଥିଲୁ, ଆପଣ ସବୁଦିନ ଓଡ଼ିଶର ମୁଖ୍ୟମନ୍ତ୍ରୀ ହୋଇ ରୁହନ୍ତୁ।

ଅଦ୍ୟତନ ହୋଇଛି
BJD

BJD

Advertisment

ସିଲ୍‌ଭର ସ୍କ୍ରିନ୍‌ରୁ ରାଜନୀତିକୁ ଏଣ୍ଟ୍ରୀ ମାରିଥିବା ଏଲିନା ଦାଶ କାନ୍ଦୁଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓଟି ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଭାଇରାଲ୍‌ ଭିଡିଓରେ ସେ ଛଳଛଳ ଆଖିରେ ନିଜ ମନର କଥା କହୁଛନ୍ତି। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ଚଳଚ୍ଚିତ୍ର ଦୁନିଆରୁ ରାଜନୀତିରେ ପ୍ରବେଶ କରି ବିଜେଡିର ବହୁ ବଡ଼ ପଦବୀରେ ଥିଲେ ଏଲିନା। ତାହାହେଲେ ସେ କାନ୍ଦୁଛନ୍ତି କାହିଁକି?

Advertisment

ଭାଇରାଲ୍‌ ଭିଡିଓରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କୁ ସାର୍‌ ବୋଲି ସମ୍ୱୋଧନ କରୁଛନ୍ତି। ଆଉ ସେ ଛଳ ଛଳ ଆଖି କହୁଛନ୍ତି, ସାର୍‌, ୨୫ ବର୍ଷ ଯାତ୍ରାରେ ପ୍ରଥମର ପାଇଁ ଆପଣଙ୍କ ପରାଜୟ ଦେଖିବାକୁ ମିଳିଛି। ଏଥିରେ ଆପଣଙ୍କର କିଛି ଭୁଲ୍‌ ନାହିଁ। କିଛି କୁଚକ୍ରୀ ଲୋକଙ୍କ ପାଇଁ ଆଜି ଦଳ ବୁଡ଼ିଗଲା। ଆଉ ଆପଣଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଲା। ମୋ’ ବାପା ଯେଉଁଦିନ ଯାଇଥିଲେ, ତା’ପର ଦିନ ମୋତେ ଯେମିତି ଲାଗୁଥିଲା, ଆଜି ଆପଣଙ୍କ ଇସ୍ତଫା ଭିଡିଓ ଦେଖି ମୋତେ ଆହୁରି ବେଶୀ କଷ୍ଟ ଦେଉଛି। ବିଜେଡି ହାରିଗଲା ବୋଲି ମୋତେ କଷ୍ଟ ହେଉନି, ୨୫ ବର୍ଷରେ ଅନ୍ୟ ଦଳମାନେ ହାରୁଥିଲେ। ସେମାନେ କ୍ଷମତାରେ ନଥାଇ ମଧ୍ୟ ଦଳ ପାଇଁ କାମ କରୁଥିଲେ। ଆଜି ଆମ ପାଇଁ ସେହି ପରିସ୍ଥିତି ଆସିଛି। ଆଉ ଆମେ ତାକୁ ବହୁ ଭଲରେ ଗ୍ରହଣ କରୁଛୁ। କିନ୍ତୁ ଆପଣ ରାତି ପାହିଲେ ଆଉ ମୁଖ୍ୟମନ୍ତ୍ରୀ ନାହାନ୍ତି, ତେଣୁ ମୁଁ କଣ, ସାରା ବିଶ୍ୱରେ ବସବାସ କରୁଥିବା ପ୍ରତିଟି ଓଡ଼ିଆ ଆଣଙ୍କ ପାଇଁ ଆଜି କାନ୍ଦୁଛନ୍ତି ବୋଲି ଏଲିନା କହିଛନ୍ତି।

ଛଳ ଛଳ ଆଖିରେ ସେ ଆହୁରି କହିଛନ୍ତି, ସାର୍‌- ଆପଣ ଅପ୍ରତିଦ୍ୱନ୍ଦ୍ୱୀ। ଆପଣଙ୍କ ସହିତ କାହାକୁ ତୁଳନା କରାଯାଇପାରିବ ନାହିଁ। ଆମେ ସବୁ ବେଳେ ଚାହିଁଥିଲୁ, ଆପଣ ସବୁଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରୁହନ୍ତୁ। ଆଜି କେବଳ ବିଜେଡି କର୍ମୀ ନୁହେଁ, ଅନ୍ୟ ଦଳର ପ୍ରତ୍ୟେକ ନେତା ଓ କର୍ମୀ କେଉଁଠି ନା କେଉଁଠି ଆପଣଙ୍କ ପାଇଁ ମନ ଦୁଃଖ କରୁଛନ୍ତି ବୋଲି ଏଲିନା କହୁଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ଦିନେ ସମୟ ଏମିତି ଥିଲା ଆଲବ୍‌ମ ଦୁନିଆରେ ବେଶ୍‌ ସକ୍ରିୟ ଥିଲେ ଏଲିନା। ପରବର୍ତ୍ତୀ ସମୟରେ ଆଲବମ୍‌ ଇଣ୍ଡଷ୍ଟ୍ରୀ ପ୍ରାୟତଃ ବନ୍ଦ ହୋଇଗଲା। ତେଣୁ ସେ ଓଡ଼ିଆ ଟେଲି ଦୁନିଆରେ ପ୍ରବେଶ କରିଥିଲେ। ହେଲେ ଆଲବମ୍‌ର ସଫଳତା ଟେଲି ଦୁନିଆରେ ପାଇନଥିଲେ। ପରେ ସେ ବିଜେଡିରେ ସାମିଲ୍‌ ହୋଇଥିଲେ। ଆଉ ରାତାରାତି ହୋଇଯାଇଥିଲେ ବିଜେଡି ମହିଳା ସାଧାରଣ ସମ୍ପାଦିକା। ପ୍ରତ୍ୟେକ ନିର୍ବାଚନରେ ସେ ସକ୍ରିୟ ଭୂମିକା ନେଉଥିଲେ। କେତେବେଳେ ସାଇକେଲ୍‌ ଚଳାଇ ପ୍ରଚାର କରୁଥିଲେ ତ ଆଉ କେତେବେଳେ ଚାଲି ଚାଲି। ସବୁ ସମୟରେ ଚର୍ଚ୍ଚାରେ ରହୁଥିଲେ। ହେଲେ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କର ମୁହଁ ଦେଖିବାକୁ ମିଳିନଥିଲା। ସେ ଷ୍ଟାର ପ୍ରଚାରକ ତାଲିକାରେ ଥିଲେ, ହେଲେ ପ୍ରଚାର କରୁନଥିଲେ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe