Advertisment

ବଲ୍ଲେ ବଲ୍ଲେ ଢାବାର ଲିଜ୍‌ ନେଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସଙ୍କ ସ୍ୱାମୀ!

ସ୍ଥାନୀୟ ଅଞ୍ଚଳର ଆଉ ଜଣେ କହିଛନ୍ତି, ଢାବା ରଙ୍ଗଶାଳାରେ ପରିଣତ ହୋଇଥିଲା। ମଦ ଓ ମାଂସର ଆସର ଜମୁଥିଲା। ବାହାରୁ ଆସୁଥିବା ଝିଅମାନେ ଢାବା ଉପରେ ଥିବା ଲଜ୍‌ରେ ରହୁଥିଲେ। ନେତା, ମନ୍ତ୍ରୀ ଓ ବଡ଼ବଡ଼ିଆମାନେ ଆସୁଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ବଲ୍ଲେ ବଲ୍ଲେ ଢାବାର ଲିଜ୍‌ ନେଇଛନ୍ତି ବିଜେଡି ନେତ୍ରୀ ଏଲିନା ଦାସଙ୍କ ସ୍ୱାମୀ ସନ୍ଦୀପନ ମହାନ୍ତି! ଢାବାରେ ଲଟକା ଲାଗିବା ପରେ ଆଜି ସ୍ଥାନୀୟ ଅଞ୍ଚଳର ଲୋକମାନେ ଏନେଇ ମୁହଁ ଖୋଲିଛନ୍ତି। ବେଆଇନ୍‌ ଭାବେ ପୂର୍ବତନ ବିଜେଡି ବିଧାୟକ ଢାବା ଚଲାଇବା ପାଇଁ ଏଲିନା ଦାସଙ୍କ ସ୍ୱାମୀଙ୍କୁ ଦେଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

Advertisment

ଯାଜପୁର ଜିଲ୍ଲା ନେଉଳପୁରରେ ରହିଛି ଧର୍ମଶାଳା ଭବନ। ସରକାରୀ, ବିଧାୟକ ଓ ସାଂସଦ ପାଣ୍ଠିରେ ଏହି ଭବନ ତିଆରି କରାଯାଇଥିଲା। ରାଜସ୍ୱ ବଢ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଏହି ଭବନ ନିର୍ମାଣ କରାଯାଇଥିଲା। ହେଲେ ଏହାର ରକ୍ଷାବେକ୍ଷଣା ଦାୟିତ୍ୱ କାହା ପାଖରେ ରହିଥିଲା, ସେ ସମ୍ପର୍କରେ ବ୍ଲକ ପ୍ରଶାସନ ପାଖରେ କୌଣସି ଖବର ନଥିଲା। ଯେଉଁଥିପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ନବ ନିର୍ବାଚିତ ବିଧାୟକ ହିମାଂଶୁ ଶେଖର ସାହୁ। ଏହା ପରେ ଢାବାରେ ଲଟଗା ଲଗାଇବା ପାଇଁ ଧର୍ମଶାଳା ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ।

ବଲ୍ଲେ ବଲ୍ଲେ ଢାବାରେ ଲଟକା ଲାଗିବା ପରେ ଆଜି ଅସନ୍ତୋଷ ଝାଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ। ଏନେଇ ସ୍ଥାନୀୟ ଅଞ୍ଚଳର ସଂଜୀବ ଜେନାଙ୍କ କହିଛନ୍ତି, ଧର୍ମଶାଳା ଭବନ ଲିଜ୍‌ ପାଇଁ ଟେଣ୍ଡର ଡକାଯାଉଥିଲା। ହେଲେ ସେତେବେଳର ବିଜେଡି ବିଧାୟକ ନିଜ ଇଚ୍ଛା ଅନୁସାରେ ଢ଼ାବାକୁ ଲିଜ ଦେଇଥିଲେ। ସେ ବିଜେଡି ନେତ୍ରୀ ଏଲିନା ଦାସଙ୍କ ସ୍ୱାମୀଙ୍କୁ ଢାବା ଚଳାଇବା ପାଇଁ ଦେଇଥିଲେ। ଆମେ ସ୍ଥାନୀୟ ଅଞ୍ଚଳର ହୋଇ ମଧ୍ୟ ଆମକୁ ମିଳୁନଥିଲା ବୋଲି ସଂଜୀବ କହିଥିଲେ।

Advertisment

ସ୍ଥାନୀୟ ଅଞ୍ଚଳର ଆଉ ଜଣେ କହିଛନ୍ତି, ଲୋକଙ୍କ ସୁବିଧା ପାଇଁ ଧର୍ମଶାଳା ଭବନ ନିର୍ମାଣ କରାଯାଇଥିଲା। ପୂର୍ବରୁ ୪୦୦୦ ଟଙ୍କାରେ ଜଣେ ଲୋକ ବାହାଘର କରାଇ ପାରୁଥିଲା। ହେଲେ ଏବେ ତାହା ୬୫ ହଜାରରେ ପହଞ୍ଚିଲାଣି। ତାହା ପୁଣି ଅଧାରୁ ଅଧିକ ଟଙ୍କା ଅଗ୍ରିମ ଦେବାକୁ କୁହାଯାଉଛି। ଜଣେ ବ୍ୟକ୍ତି ବାହାଘର କରାଇବା ପାଇଁ ଏତେ ଟଙ୍କା କେଉଁଠୁ ପାଇବ? ତେଣୁ ଯେଉଁ ଉଦ୍ଦେଶ୍ୟରେ ଧର୍ମଶାଳା ନିର୍ମାଣ ହୋଇଥିବା, ତାହାର ବିପରୀତ କାମ ହେଉଥିଲା। ଏବେ ଏହା ରଙ୍ଗଶାଳାରେ ପରିଣତ ହୋଇଥିଲା। ମଦ ଓ ମାଂସ ଆସର ଜମୁଥିଲା। ବାହାରୁ ଆସୁଥିବା ଝିଅମାନେ ଢାବା ଉପରେ ଥିବା ଲଜ୍‌ରେ ରହୁଥିଲେ। ନେତା, ମନ୍ତ୍ରୀ ଓ ବଡ଼ବଡ଼ିଆମାନେ ଆସୁଥିଲେ। ସେଠାରେ ସେମାନେ ଯାହା କରିବା କଥା କରି ଯାଉଥିଲେ ବୋଲି ବ୍ୟକ୍ତି ଜଣକ କହିଛନ୍ତି।

ସଂଜୀବଙ୍କ ଅଭିଯୋଗ ନେଇ ପ୍ରଣବ କିମ୍ୱା ଏଲିନା କି ତାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ମିଳିନି। ଏଲିନାଙ୍କ ସ୍ୱାମୀ ସନ୍ଦୀପନ ମହାନ୍ତି ଏକ ଇଭେଣ୍ଟ କମ୍ପାନୀର ମାଲିକ ବୋଲି ଜଣାପଡ଼ିଛି।

BjD Bjp Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe