Advertisment

ହେଟସ୍ପିଚ୍: ଉଦୟନିଧିଙ୍କ ବିରୋଧରେ ସିଜେଆଇଙ୍କୁ ଚିଠି ଲେଖିଲେ ୨୬୨ ବିଶିଷ୍ଟ ବ୍ୟକ୍ତି

ସିଜେଆଇଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଉଦୟନିଧି ଷ୍ଟାଲିନ କେବଳ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇ ନାହାନ୍ତି ବରଂ ସେ ନିଜର ବିବାଦୀୟ ବୟାନ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି।

TN

TN

Advertisment

ପୂର୍ବତନ ବିଚାରପତି ଓ ପ୍ରଶାସନ ଅଧିକାରୀଙ୍କ ସମେତ ୨୬୨ ଜଣ ବିଶିଷ୍ଟ ବ୍ୟକ୍ତ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ଡିଏମକେ ନେତା ଉଦୟନିଧି ସନାତନ ଧର୍ମ ବିରୋଧରେ ଦେଇଥିବା ବୟାନ ହେଟସ୍ପିନ ଶ୍ରେଣୀରେ ଯାଉଛି। ତେଣୁ ସିଜେଆଇ ନିଜ ଆଡ଼ୁ ଏହାର ବିଚାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Advertisment

ସିଜେଆଇଙ୍କୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଉଦୟନିଧି ଷ୍ଟାଲିନ କେବଳ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଇ ନାହାନ୍ତି ବରଂ ସେ ନିଜର ବିବାଦୀୟ ବୟାନ ପାଇଁ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି।

ଉକ୍ତ ଚିଠିରେ ୨୬୨ ଜଣଙ୍କ ଦସ୍ତଖତ ରହିଛି। ଏମାନଙ୍କ ମଧ୍ୟରେ ୧୪ ଜଣ ଅବରପ୍ରାପ୍ତ ବିଚାରପତି, ୧୩୦ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ଓ ୧୧୮ ଜଣ ପୂର୍ବତନ ସେନା କର୍ମଚାରୀ ରହିଛନ୍ତି। ଚିଠିରେ କୁହାଯାଇଛି ଯେ ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଦେଇଥିବା ବୟାନକୁ ସେମାନେ ବେଶ ଚିନ୍ତିତ। ଏପରି ବୟାନ ହେଟସ୍ପିଚ ସହ ସମାନ।

Advertisment

ଏହା ଭାରତର ଗୋଟିଏ ବିଶାଳ ଜନତା ବିରୋଧୀ ବୟାନ। ଦେଶର ଧର୍ମନିରପେକ୍ଷ ନୀତିକୁ କାଏମ ରଖିବା ପାଇଁ ଏପରି ବୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ। କାର୍ଯ୍ୟାନୁଷ୍ଠାନ ନେବାରେ ପ୍ରଶାସନ ବିଳମ୍ବ କଲେ ଏହା ଅଦାଲତ ଅବମାନନା ପରିସରରେ ଆସିବ।

ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଛନ୍ତି ଓ କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ଆଇନର ପରିହାସ କରିଛନ୍ତି। ତେଣୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହାର ବିଚାର କରନ୍ତୁ ବୋଲି ଚିଠିରେ କୁହାଯାଇଛି।

Tamilnadu Udhayanidhi Stalin MK Stalin Supreme Court MK Stalin's Son Remark MK Stalin's Son's Reaction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe