Advertisment

୨୪ ବର୍ଷ ଶାସନର ଅନ୍ତ: ନବୀନଙ୍କୁ ସମ୍ମାନଜନକ ବିଦାୟ କି କୃତଜ୍ଞତା ଜଣାଇଲେନି ବିଜେଡି ନେତା-କର୍ମୀ

ନବୀନ ଆଜି ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ବିଜେଡିର କର୍ମୀ ଓ ନେତାମାନେ ଚାହିଁଥିଲେ ନିଜ ନେତାଙ୍କ ଦୀର୍ଘଦିନର ଅବଦାନକୁ ସମ୍ମାନ ଜଣାଇ ‘ଗାରିମାମୟ ବିଦାୟ’ ସମ୍ବର୍ଦ୍ଧନା ଦେଇପାରିଥାନ୍ତେ ।

undefined

Naveen Pattanayak

Advertisment

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଓଡ଼ିଶାରେ ନବୀନଙ୍କ ଶାସନ ଯୁଗର ଅନ୍ତ ହୋଇଛି । ଚଳିତ ନିର୍ବାଚନରେ ବିଜେଡିକୁ ଅପ୍ରତ୍ୟାଶିତ ଝଟକା ଦେଇ ବିଜେପି ବିପୁଳ ବିଜୟ ସହ ରାଜ୍ୟରେ ସରକାର ଗଢ଼ିବାକୁ ସଜବାଜ ହେଉଛି । ତେବେ ବିଜେଡିକୁ କ୍ରମାଗତ ସଫଳତା ଓ ଦଳକୁ ବିଗତ ୨୪ବର୍ଷ ୩ମାସ ଧରି ରାଜ୍ୟରେ ନିରଙ୍କୁଶ କ୍ଷମତା ଉପଭୋଗ କରିବାର ସୁଯୋଗ ଦେଇଥିବା ନବୀନ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାବେଳେ ତାଙ୍କର ସମ୍ମାନରେ ତାଙ୍କ ନିଜ ଦଳ ‘କୃତଜ୍ଞତା’ ଜଣାଇବାକୁ ସାମାନ୍ୟ ଆଗ୍ରହ ଦେଖାଇ ନାହିଁ । ଏପରିକି ଭୁବନେଶ୍ୱରର ୩ଟି ଆସନ ମଧ୍ୟରୁ ୨ଟିରେ ବିଜେଡିର ବିଧାୟକ ଜିତିଥିଲେ ମଧ୍ୟ ନବୀନ ଆଜି ମୁଖ୍ୟମନ୍ତ୍ରୀ ପଦରୁ  ଇସ୍ତଫା ଦେବାବେଳେ ତାଙ୍କୁ ନୈତିକ ସମର୍ଥନ ଦେବା ପାଇଁ ଦଳୀୟ କର୍ମୀ କିମ୍ବା ନେତାଙ୍କ ଦେଖା ନମିଳିବାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Advertisment

ନବୀନ ଆଜି ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ବିଜେଡିର କର୍ମୀ ଓ ନେତାମାନେ ଚାହିଁଥିଲେ ନିଜ ନେତାଙ୍କ ଦୀର୍ଘଦିନର ଅବଦାନକୁ ସମ୍ମାନ ଜଣାଇ ‘ଗାରିମାମୟ ବିଦାୟ’ ସମ୍ବର୍ଦ୍ଧନା ଦେଇପାରିଥାନ୍ତେ । ଯାହାକି ଦଳର ନିର୍ବାଚନୀ ବିପର୍ଯ୍ୟୟ ଓ ‘ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାର ମାନସିକ କଷ୍ଟ’ରୁ ମୁକୁଳିବାରେ ନୈତିକ ସାହାସ ଓ ସମର୍ଥନ ଦେବାରେ ସକ୍ଷମ ହୋଇଥାନ୍ତା । ନବୀନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ଯଦିଓ ଦଳର କର୍ମୀ ଓ ନେତାମାନଙ୍କ ପାଇଁ ଦୁଃଖଦ ଘଟଣା କିନ୍ତୁ ନିଜର ନେତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଗାରିମାମୟ ଭବ୍ୟ ବିଦାୟ ଦେଇ ବିଜେଡି ନିଜର ଲକ୍ଷ ଲକ୍ଷ କର୍ମୀଙ୍କୁ ଏକ ଭଲ ସନ୍ଦେଶ ଦେଇପାରିଥାନ୍ତା । ମାତ୍ର ବିଜେଡି ସେଭଳି କିଛି କଲା ନାହିଁ । ଦଳ କ୍ଷମତାରେ ଥିବାବେଳେ ଯେଉଁ ନେତାମାନେ କୋଟି କୋଟି ଟଙ୍କା ଉପାର୍ଜନ କରିଥିଲେ ଓ ଦଳ ପାଇଁ ସମ୍ମାନର ହକଦାର ହୋଇଥିଲେ ଆଜି ସମସ୍ତେ ନବୀନଙ୍କ ବିପର୍ଯ୍ୟୟବେଳେ ତାଙ୍କଠୁ ଦୂରେଇ ଯାଇଛନ୍ତି । ଆଉ ଧର୍ମକୁ ଆଖିଠାର ମାରିବା ଭଳି ନବନିର୍ବାଚିତ ବିଧାୟକମାନେ ତାଙ୍କୁ ଭେଟି କେବଳ ସୌଜନ୍ୟତା ରକ୍ଷା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ନବୀନଙ୍କ ପ୍ରୟାସ ଓ କାର୍ଯ୍ୟଶୈଳୀ ଯୋଗୁ ବିଜେଡି ଦେଶର ଏକ ସଫଳ ଆଂଚଳିକ ଦଳ ଭାବେ ବିଗତ ୨୭ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଆସୁଥିଲା । ନବୀନଙ୍କ ପାଇଁ ବିଜେଡି କ୍ରମାଗତ ନିର୍ବାଚନୀ ବିଜୟ ହାସଲ କରୁଥିଲା । କିନ୍ତୁ ଚଳିତ ନିର୍ବାଚନରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ରଣନୀତି ଓ ପରିଚାଳନା ଏବଂ ସରକାରବିରୋଧୀ ହାୱା ଯୋଗୁ ବିଜେଡିକୁ ଶକ୍ତ ଝଟକା ଲାଗିଛି । ବିଜେଡିର ଦୁର୍ଗ ଭୁଶୁଡ଼ିଛି ଓ ବିଜେପି ରାଜ୍ୟରେ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ବିପର୍ଯ୍ୟୟର କାରଣକୁ ନେଇ ଏପର୍ଯ୍ୟନ୍ତ ଦଳ ନିରବ ରହିଛି ଓ କାହାରିକୁ ଦାୟୀ କରିନାହିଁ । ମାତ୍ର ଦେଶର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡରୁ ବଂଚିତ ନବୀନଙ୍କ(ଆଉ ମାତ୍ର ୭୩ଦିନ ବାକି ଥିଲା) ବିଜେଡି ପ୍ରତି ଓ ରାଜ୍ୟ ଶାସନ ପ୍ରତି ଅବଦାନକୁ ତାଙ୍କ ନିଜ ଦଳ ବିଜେଡି ସ୍ୱୀକୃତି ଓ କୃତଜ୍ଞତା ଜଣାଇବାକୁ ସାମାନ୍ୟ ଆନ୍ତରିକତା ଦେଖାଇନାହିଁ ।

Advertisment

ଯଦିଓ ଦଳର ନିର୍ବାଚନୀ ବିପର୍ଯ୍ୟୟ ପାଇଁ ନବୀନ ନିଜେ ପ୍ରତ୍ୟକ୍ଷ ଭାବେ ଦାୟୀ କିନ୍ତୁ ବିିଜେଡିକୁ ଆଗକୁ ନେବା ଓ ୨୪ବର୍ଷ ଧରି ଦଳକୁ ରାଜ୍ୟରେ କ୍ଷମତାରେ ରଖିବାର ଶ୍ରେୟ ନିଶ୍ଚିତ ଭାବେ ନବୀନ ପଟ୍ଟନାୟକଙ୍କୁ ଯିବ । ଏବେ ନିଜର ବୟାସାଧିକ ଯୋଗୁ ହେଉ ଅବା ଅନ୍ୟ କିଛି କାରଣରୁ ନବୀନ ସର୍ବସାଧାରଣରୁ ଦୂରେଇ ରହି ଯାହାଙ୍କ ଉପରେ ଭରସା କଲେ(ଭିକେ ପାଣ୍ଡିଆନ) ସେ ଦଳର ବିପର୍ଯ୍ୟୟର କାରଣ ପାଲଟିଥିବା ଚର୍ଚ୍ଚା ହେଉଛି । ନବୀନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାବେଳେ ତାଙ୍କର ୨୪ବର୍ଷର ଅବଦାନକୁ ସମ୍ମାନ ଜଣାଇବା ଓ ନୈତିକ ସମର୍ଥନ ଦେବା ଉଦ୍ଦେଶ୍ୟରେ ‘ଗାରିମାମୟ ବିଦାୟ’ ଦେଇ ବିଜେଡି ଏକ ନୂଆ ପରମ୍ପରା ସୃଷ୍ଟି କରିପାରିଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe