Advertisment

ବଢୁଛି ଅଡୁଆ; ବିଜେଡି ବିଧାୟକ ଓ ତାଙ୍କ ପୁଅଙ୍କୁ ସମନ କଲା ଇଡି

ଦୁଇ ଦିନ ତଳେ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା।

ଅଦ୍ୟତନ ହୋଇଛି
Bjd mla

Bjd mla

Advertisment

ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କ ପାଇଁ ଦିନକୁ ଦିନ ଅଡ଼ୁଆ ବଢ଼ିବାରେ ଲାଗିଛି। ଦୁଇ ଦିଦ ତଳେ ପ୍ରଫୁଲ୍ଲଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡି ରେଡ୍ କରିଥିବା ବେଳେ ଏବେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅକୁ ଇଡି ସମନ କରିଛି।  ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଥିବା ଜଣାଯାଇଛି। ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଉଭୟଙ୍କୁ ସମନ କରିଛି ଇଡି। କେଉଁ ତାରିଖରେ ବିଜେଡି ବିଧାୟକ ଓ ତାଙ୍କ ପୁଅ ଇଡିରେ ହାଜର ହେବେ ସେନେଇ ସ୍ପଷ୍ଟ ହୋଇନାହିଁ।

Advertisment

ଗୋଟିଏ ପଟେ ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ କରିଥିବା ବେଳେ ଅନ୍ୟପଟେ ଆଜି ତାଙ୍କ ନୂଆବଜାର ସ୍ଥିତ ଘରେ ବିଜେଡିର ନେତାମାନେ ପହଞ୍ଚିଛନ୍ତି। ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା,ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରଫୁଲ୍ଲଙ୍କୁ ଭେଟି ଆଲୋଚନା କରିଛନ୍ତି।

ଦୁଇ ଦିନ ତଳେ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।

Advertisment

ଚଢ଼ାଉ ବେଳେ ଇଡି ଟିମ୍ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍‌ ଜବତ କରିଥିଲା। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତ୍ରିଷ୍ଣା ସ୍କାଏ ସ୍କାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ସୂଚନା ମିଳିଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା। କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ତ୍ରିଷ୍ଣା ସ୍କାଏ ସ୍କ୍ରାପର ନାଁ ଉଠୁଥିବାରୁ  ଇଡି ଟିମ୍‌ ଉକ୍ତ ବିଲଡର ସଂସ୍ଥାର ନିର୍ଦ୍ଦେଶକ ଦେବବ୍ରତ ଧୀରଙ୍କ ଘରେ ବି ରେଡ କରିଥିଲା। ରେଡ ବେଳେ ସେଠାରୁ କିଛି ଜମି କିଣାବିକା କାଗଜପତ୍ର ଜବତ ହୋଇଥିଲା।

ଉକ୍ତ କାଗଜପତ୍ର ଅନୁଯାୟୀ ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଭୁବନେଶ୍ୱରର କଣ୍ଟାବାଡ ଅଞ୍ଚଳରେ ୩୨ ଏକର ଜାଗା କିଣା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ଉକ୍ତ ବିଲଡର ସଂସ୍ଥା ହାତକୁ ଟେକି ଦିଆଯାଇଛି। ତେବେ ଏହି ହସ୍ତାନ୍ତର ପ୍ରକ୍ରିୟା ଆଇନଗତ ଭାବେ ହୋଇଛି ନା ନାହିଁ ତାହାର ତଦନ୍ତ କରୁଛି ଇଡି।

BjD ED Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe