Advertisment

ବିଜେଡି ବିଧାୟକଙ୍କ ଘରେ ପଶିଲା ଇଡି; ୧୦ ସ୍ଥାନରେ ଚଢ଼ାଉ

ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
BJD MLA

BJD MLA

Advertisment

ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଆଜି ସକାଳେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଛି।

Advertisment

ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିବା ସୂଚନା ରହିଛି। ଇଡିର ଅଧିକାରୀମାନେ  ବିଜେଡି ବିଧାୟକଙ୍କ ଘରେ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି।

୭ରୁ ୮ବର୍ଷ ତଳେ ବରପଦା ଇଞ୍ଜିନିୟରିଂ କଲେଜରେ କୋଟିକୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ବରପଦା ଇଞ୍ଜିନିୟରିଂ କଲେଜ ନାମରେ ପ୍ରଫୁଲ୍ଲ ସାମଲଙ୍କ ପୁଅ ଜମି ଆଣି ପରବର୍ତ୍ତୀ ସମୟରେ ବିଲଡରଙ୍କୁ ସେଲଡିଡ୍ ମାଧ୍ୟମରେ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଲିଙ୍କରେ ଆଜି ବିଜେଡି ବିଧାୟକଙ୍କ ଘରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି। ସେହିସମୟରେ ବରପଦା କଲେଜର ଚେୟାରମ୍ୟାନ ବିଜେଡି ବିଧାୟକଙ୍କ ପୁଅ ଥିଲେ।

Advertisment

କେନ୍ଦ୍ରୀୟ ସୁରକ୍ଷା କର୍ମୀମାନେ ବିଜେଡି ବିଧାୟକ ଘର ଚାରିପଟେ ଜଗି ରହିଥିବାରୁ ଭିତରକୁ କାହାକୁ ପ୍ରବେଶ କରାଇ ଦିଆଯାଉ ନାହିଁ।  ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତ୍ତିବିନ୍ଧାସ୍ଥିତ  ଘରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ରହିଛି। 

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ ନେଇ ତାଙ୍କ ଓକିଲ କହିଛନ୍ତି, ଆମ ମହକିଲଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। କେଉଁ ଅଭିଯୋଗରେ ଆଧାରରେ ଇଡି ରେଡ୍‌ କରୁଛି ଆମେ ଜାଣିନୁ। ଇଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛୁ। ସେମାନେ ଆମକୁ ଦେଖା ଦେଉନାହାନ୍ତି କି କିଛି ଉତ୍ତର ଦେଉନାହାନ୍ତି। ପ୍ରଫୁଲ୍ଲ ସାମଲ ବହୁବିଧ ରୋଗରେ ଆକ୍ରାନ୍ତ, ତାଙ୍କୁ ଚିକିତ୍ସା ଦରକାର। ପ୍ରଫୁଲ୍ଲଙ୍କୁ ହଇରାଣ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ଭାବୁଛୁ।

ED Raid BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe