Advertisment

ଜେଲରେ ରହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲେ ଇଞ୍ଜିନିୟର ରଶିଦ

ସେ ଜେଲରେ ରହି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର ଦୁଇ ପୁଅ ପ୍ରଚାର ମଙ୍ଗ ଧରିଥିଲେ।

Rashid

Rashid

Advertisment

ଜେଲରେ ଥାଇ ମଧ୍ୟ ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ଅବଦୁଲ ରଶିଦ ଶେଖ ଓରଫ ଇଞ୍ଜିନିୟର ରଶଦି। ସେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ବାରମୁଲ୍ଲା ଆସନରେ ପ୍ରାୟ ୧ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

Advertisment

ଅବଶ୍ୟ ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ରେଜଲ୍ଟ ଘୋଷଣା କରି ନାହାନ୍ତି। କିନ୍ତୁ ଓମାର ଅବଦୁଲ୍ଲା ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି। ସେ ପରାଜୟ ସ୍ୱୀକାର କରି ରଶିଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଗତ ୫ ବର୍ଷ ହେଲାଣି ୟୁଏପିଏ ବଳରେ ଗିରଫ ହୋଇ ରଶିଦ ତିହାର ଜେଲରେ ରହିଛନ୍ତି। ସେ ନିଜ ପାଇଁ ବାହାରକୁ ଆସି ପ୍ରଚାର ମଧ୍ୟ କରି ନଥିଲେ। ହେଲେ ସମର୍ଥକ ଓ ଶୁଭେଚ୍ଛୁମାନେ ତାଙ୍କୁ ବିଜୟୀ କରାଇଛନ୍ତି।

Advertisment

ଦିନ ୨ଟା ସୁଦ୍ଧା ଆସିଥିବା ରେଜଲ୍ଟ ଅନୁସାରେ, ରଶିଦ ୨,୫୭,୫୨୩ ଖଣ୍ଡ ଭୋଟ ପାଇଥିବା ବେଳେ ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲା ୧,୩୭,୩୭୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଜମ୍ମୁ-କଶ୍ମୀର ପିପୁଲ୍ସ କନଫରେନ୍ସର ସାଜିଦ ଲୋନଙ୍କୁ କେବଳ ୯୬ ହଜାର ଖଣ୍ଡ ଭୋଟ ମିଳିଛି।

୫୭ ବର୍ଷୀୟ ରଶିଦ ଉତ୍ତର କଶ୍ମୀରର ଲାନଗେଟ ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ। ମୁଖ୍ୟସ୍ରୋତ ରାଜନୀତିକୁ ଆସିବା ପୂର୍ବରୁ ସେ ହୁରିୟାତ ନେତା ଅବଦୁଲ ଘନି ଲୋକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ଏଥରେ ସେ ଜେଲରେ ରହି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କର ଦୁଇ ପୁଅ ପ୍ରଚାର ମଙ୍ଗ ଧରିଥିଲେ।

Election Election Results Lok Sabha Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe