Advertisment

ମୋଦିଙ୍କ ବଡ଼ ବୟାନ; ଓଡ଼ିଶାରେ ବଦଳିବାକୁ ଯାଉଛି ସରକାର

ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ତାରିଖ। ଓଡ଼ିଶାରେ ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ମୋଦି।

Advertisment

ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି। ରାଜ୍ୟର ପୂରା ବ୍ୟବସ୍ଥାକୁ ଏକ ଗୋଷ୍ଠୀ ନିଜ ଅଧୀନକୁ ନେଇ ଯାଇଛନ୍ତି। ସବୁଠୁ ଚିନ୍ତାର ବିଷୟ ଯେ, ପୂରା ବ୍ୟବସ୍ଥାକୁ ବନ୍ଧକ କରି ରଖାଯାଇଛି। ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ, ଏହା ଓଡ଼ିଶା ଅସ୍ମିତାର ପ୍ରଶ୍ନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।"

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ପ୍ରାକୃତିକ ସମ୍ପଦ ଭରପୂର ରହିଛି, ତଥାପି ରାଜ୍ୟର ଲୋକେ ଗରିବ ହୋଇ ରହିଯାଇଛନ୍ତି ଯାହା ଦୁଃଖର ବିଷୟ। ଏଥିପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟବାସୀ ସେମାନଙ୍କ ଅଧିକାର ପାଇବା ଉଚିତ୍। ଏଥର ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। 

Advertisment

ମୁଁ କହି ରଖୁଛି, ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାରୀ ଡେଟ୍। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି।

Odisha Govt PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe