Advertisment

୨୦୧୪ ପୂର୍ବରୁ ଠକେଇ ଓ ଦୁର୍ନୀତିର ଯୁଗ ଥିଲା: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଅମୃତ କାଳର ପ୍ରଥମ ବର୍ଷରୁ ହିଁ ସକାରାତ୍ମକ ଖବର ଆସିବାରେ ଲାଗିଲାଣି। ଏହାର ଅର୍ଥ ସମୃଦ୍ଧି ବଢ଼ିଛି ଓ ଗରିବୀ କମିଛି। ନୀତି ଆୟୋଗ ରିପୋର୍ଟ ଦର୍ଶାଇଛି ଯେ ୧୩.୫୦ କୋଟି ଲୋକ ଏବେ ଗରିବୀ ରେଖା ବା ବିପିଏଲ ତାଲିକାରୁ ଉପରକୁ ଉଠିଛନ୍ତି।

author-image
Hemant Lenka
PM Modi

PM Modi

ପୁଣିଥରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟ କରୁଥିଲେ ବୋଲି ସେ କହିଛନ୍ତି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ସାମିଲ ହୋଇଥିଲେ। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଆଦୌ ପଛାଇ ନାହାନ୍ତି।

Advertisment

୨୦୧୪ ପୂର୍ବରୁ ଭାରତରେ ଠକେଇ ଓ ଦୁର୍ନୀତିର ଯୁଗ ଚାଲିଥିଲା ବୋଲି ମୋଦି କହିଛନ୍ତି। ଭୋପାଲରେ ଥିବା ସିଏମ ରାଇଜ ଗଭର୍ଣ୍ଣମେଣ୍ଟ ମହାତ୍ମା ଗାନ୍ଧି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିବନିଯୁକ୍ତ ଶିକ୍ଷକମାନଙ୍କ ତାଲିମ ତଥା କର୍ମଶାଳାରେ ମୋଦି ଯୋଗ ଦେଇ ଏପରି କହିଛନ୍ତି।

ସେ କହିଛନ୍ତି, “ଦେଶବାସୀ କେବେ ହେଲେ ୨୦୧୪ ପୂର୍ବରୁ ସମ୍ମୁଖୀନ ହୋଇଥିବା ଦିନଗୁଡ଼ିକୁ ଭୁଲି ପାରିବେ ନାହିଁ। କାରଣ ୨୦୧୪ ପୂର୍ବରୁ ବ୍ୟାପକ ଠକେଇ ଓ ଦୁର୍ନୀତି ହେଉଥିଲା। ୨୦୧୪ ପୂର୍ବରୁ ଗରିବ ଲୋକଙ୍କ ଅଧିକାରକୁ ଲୁଟ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ଥିତି ବଦଳିଛି। ଗରିବ ଲୋକମାନେ ଏବେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପାଉଛନ୍ତି।”

Advertisment

ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଫାଇଲର ଗୋଟିଏ ରିପୋର୍ଟର ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଦେଶର ଲୋକମାନେ ଏବେ ଟିକସ ଦେବାକୁ ଆଗେଇ ଆସୁଛନ୍ତି। ଚଳିତ ବର୍ଷର ଆୟକର ରିଟର୍ଣ୍ଣସ ଦାଖଲକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ୯ ବର୍ଷ ମଧ୍ୟରେ ଲୋକଙ୍କ ହାରାହାରି ଆୟ ବୃଦ୍ଧି ପାଇଛି। ସେମାନେ(ଲୋକେ) ହୃଦୟଙ୍ଗମ କରିଛନ୍ତି ଯେ ସେମାନଙ୍କ ଟଙ୍କା ଦେଶର ବିକାଶରେ ଖର୍ଚ୍ଚ ହେଉଛି।”

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଅମୃତ କାଳର ପ୍ରଥମ ବର୍ଷରୁ ହିଁ ସକାରାତ୍ମକ ଖବର ଆସିବାରେ ଲାଗିଲାଣି। ଏହାର ଅର୍ଥ ସମୃଦ୍ଧି ବଢ଼ିଛି ଓ ଗରିବୀ କମିଛି। ନୀତି ଆୟୋଗ ରିପୋର୍ଟ ଦର୍ଶାଇଛି ଯେ ୧୩.୫୦ କୋଟି ଲୋକ ଏବେ ଗରିବୀ ରେଖା ବା ବିପିଏଲ ତାଲିକାରୁ ଉପରକୁ ଉଠିଛନ୍ତି।

୫ ବର୍ଷ ମଧ୍ୟରେ ଏପରି ସଫଳତା ମିଳିଛି। ୨୦୧୪ରେ ଭାରତୀୟଙ୍କ ହାରାହାରି ଆୟ ୪ ଲକ୍ଷ ଟଙ୍କା ଥିବା ବେଳେ ୯ ବର୍ଷ ମଧ୍ୟରେ ଏହା ୧୩ ଲକ୍ଷରେ ପହଞ୍ଚିଛି ବୋଲି ଦାବି କରିଛନ୍ତି।

PM Modi Madhya Pradesh