Advertisment

ସାଂସଦ ପଦ ହରେଇବେ କି ମହୁଆ ମୋଇତ୍ରା? ବଢ଼ିଲା ଅଡୁଆ

ମହୁଆଙ୍କ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ତାହା ବାଚସ୍ପତି ଓମ୍‌ ବିର୍ଲା ନିର୍ଣ୍ଣୟ କରିବେ।

author-image
Madhupriya Mistry
Mahua Moitra

Mahua Moitra

ସାଂସଦ ପଦ ହରାଇ ପାରନ୍ତି ମହୁଆ ମୋଇତ୍ରା। ଏଥିକ୍ସ କମିଟି ରିପୋର୍ଟ ପରେ ତାଙ୍କ ଅଡୁଆ ଆହୁରି ବଢ଼ିବା ନେଇ ସମ୍ଭାବନା ରହିଛି।ଏଥିକ୍ସ୍ କମିଟି ୬:୪ ରେ ରିପୋର୍ଟ ପ୍ରଦାନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭାବନା ଅଧିକ ବଢ଼ିଛିା ଏହି ରିପୋର୍ଟକୁ ଆଜି ଲୋକସଭା ବାଚସ୍ପତିଙ୍କୁ ପ୍ରଦାନ କରାଯିବା। ମହୁଆଙ୍କ ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ ତାହା ବାଚସ୍ପତି ଓମ୍‌ ବିର୍ଲା ନିର୍ଣ୍ଣୟ କରିବେ। 

Advertisment

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି। ଏଥିକ୍ସ କମିଟି ମହୁଆଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନ, ଅନୈତିକ, ସାଂଘାତିକ ଏବଂ ଅପରାଧିକ ବୋଲି କହିଛି। ଏଥି ସହିତ ତାଙ୍କ ପ୍ରତି କଠୋର ଦଣ୍ଡବିଧାନ କରିବା ଲାଗି ଦାଖଲ କରିଥିବା ୫୦୦ ପୃଷ୍ଠା ସମ୍ବଳିତ ରିପୋର୍ଟରେ ‘ଏଥିକ୍ସ୍ କମିଟି’ କହିଛି।

କମିଟି କହିଛି ଯେ, ମହୁଆ ମୋଇତ୍ରା ସଂସଦର ୟୁଜର୍ ଆଇଡି ଅନଧିକୃତ ବ୍ୟକ୍ତିମାନଙ୍କ ସହିତ ସେୟାର୍ କରିଛନ୍ତି। ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କଠାରୁ ଅର୍ଥ ଓ ଉପହାର ଗ୍ରହଣ କରିଛନ୍ତି। ଏହା ସାଙ୍ଘାତିକ ଅପକର୍ମ, ଏଥିପ୍ରତି କଠୋର ଦଣ୍ଡବିଧାନ ଆବଶ୍ୟକ। ୬ ଜଣ ସଦସ୍ୟ ଏହି ସୁପାରିସ ସପକ୍ଷରେ ଭୋଟ୍ ଦେଇଥିବା ବେଳେ ୪ ଜଣ ବିପକ୍ଷରେ ଭୋଟ୍ ଦେଇଛନ୍ତିା

Advertisment

ଅନ୍ୟ ପକ୍ଷରେ ଖବର ତୃଣମୂଳ ସାଂସଦ ମହୁଆ ମୋଇତ୍ରା ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଗୁରୁତର ସ୍ୱାଧୀକାର ଭଙ୍ଗ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏଥିକ୍ସ କମିଟି ରିପୋର୍ଟ ଚୂଡ଼ାନ୍ତ ନ ହେଉଣୁ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏହାର ସର୍ବସାଧାରଣରେ ପ୍ରକାଶ କରିଛି। ଏହା ନିଶ୍ଚିତ ଭାବେ ତାଙ୍କର ସ୍ୱାଧିକାର ଭଙ୍ଗ କରୁଛି। ତେଣୁ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଡ୍ରାଫ୍‌ଟ ରିପୋର୍ଟରେ ସାଂସଦ ମହୁଆଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଜଘନ୍ୟ ଏବଂ ଅପରାଧିକ ବୋଲି ଦର୍ଶାଇ ତାଙ୍କ ସଦସ୍ୟତା ବାତିଲ କରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଅନେକ ବିରୋଧୀ ସାଂସଦ ଏନେଇ ନିଜର ଆପତ୍ତି ରଖିଥିଲେ। ପରେ କମିଟି ସଦସ୍ୟମାନେ ଏହି ପ୍ରସଙ୍ଗରେ ଭୋଟ୍‌ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।

TMC Mahua Moitra Mahua Moitra Bribe Case