ବିପର୍ଯ୍ୟୟ ପରେ ବି ଚେତା ପଶୁନି: ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଲା ବିଜେଡି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ନବନିର୍ବାଚିତ ଦଳୀୟ ବିଧାୟକମାନଙ୍କ ଆଲୋଚନା ପରେ ଆଜି ଦଳର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ଡାକି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

BJD PhotoOR

ବିଜେଡି ସାଂସଦ ସସ୍ମିତ ପାତ୍ର

Ordigital Desk
  • Published: Thursday, 06 June 2024
  • Updated: 06 June 2024, 10:17 PM IST

Sports

Latest News

ଦୀର୍ଘ ୨୭ବର୍ଷର ସଫଳ ଆଂଚଳିକ ଦଳ ବିଜେଡି ଓ ୨୪ବର୍ଷର କ୍ରମାଗତ ସରକାରର ପତନର କାରଣ ପାଲଟିଥିବା ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦେବାକୁ ଆଜି ଆଗକୁ ଆସିଛି ବିଜେଡି । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଓ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମାତ୍ର ୨ଘଣ୍ଟା ବ୍ୟବଧାନରେ ଭିନ୍ନ ଭିନ୍ନ ଭାବେ ଗଣମାଧ୍ୟମ ଆଗକୁ ଆସି ପାଣ୍ଡିଆନଙ୍କ ସପକ୍ଷରେ ଓକିଲାତି କରିବାକୁ ପଛାଇ ନାହାନ୍ତି । ଦଳର ଦୁଇ ବରିଷ୍ଠ ନେତା ଶଶୀଭୂଷଣ ବେହେରା ଓ ଅମର ଶତପଥୀ ବିଜେଡିର ନିର୍ବାଚନୀ ପ୍ରଚାର ଶୈଳୀ ଓ ପ୍ରାର୍ଥୀ ଚୟନର ତ୍ରୁଟି କଥା କହି ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଥିବାବେଳେ ବବି ଓ ସସ୍ମିତ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ତୁଷ୍ଟୀକରଣ ଭଳି ବୟାନ ଦେବା ଏବେ ବିଜେଡିକୁ ମୂଳପୋଛ କରିବାର ମାର୍ଗ ପ୍ରଶସ୍ତ କରୁଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତକାଲି ନବନିର୍ବାଚିତ ଦଳୀୟ ବିଧାୟକମାନଙ୍କ ଆଲୋଚନା ପରେ ଆଜି ଦଳର ପରାଜିତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ଡାକି ସାଂଗଠନିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ବୈଠକ ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଦଳର ସଂଗଠନ ସମ୍ପାଦକ ଶ୍ରୀ ଦାସ କହିଛନ୍ତି ଯେ, ପରାଜୟର କାରଣ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିଛନ୍ତି । ସେ ନେଇ ସମୀକ୍ଷା ହେବ । ଏହା ଦଳର ଆଭ୍ୟନ୍ତରୀଣ କଥା । ତେବେ ପାଣ୍ଡିଆନଙ୍କ ପାଇଁ ବିଜେଡିକୁ ଏଭଳି ନିର୍ବାଚନୀ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା ବୋଲି ପ୍ରଶ୍ନର ସିଧାସଳଖ ଉତ୍ତର ନଦେଇ ଓଲଟା ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ଭଳି ମତ ରଖିଥିଲେ । ଦଳର ନେତୃତ୍ୱ କେହି ନେଉନଥିଲେ । ମୁଖ୍ୟମନ୍ତ୍ରୀ ହିଁ ଦଳର ନେତୃତ୍ୱ ନେଉଥିଲେ । ମୁଖ୍ୟମନ୍ତ୍ରୀ କାହାକୁ ରଖିବେ ନରଖିବେ ତାହା ତାଙ୍କର ଇଚ୍ଛା ।

Also Read

ନବୀନଙ୍କ ନିର୍ଦ୍ଦେଶରେ ବିଜେଡି କାର୍ଯ୍ୟ କରୁଛି । ସେ ହିଁ ଏକମାତ୍ର ନେତା ବୋଲି ଶ୍ରୀ ଦାସ କହିଛନ୍ତି । ତେବେ ଦଳର ଏତେବଡ଼ ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ବିଜେଡିର ହଜାର ହଜାର କର୍ମୀଙ୍କଠୁ ଆରମ୍ଭ କରି ସାଧାରଣ ଲୋକେ ଦାୟୀ କରୁଥିଲେ ମଧ୍ୟ ଶ୍ରୀ ଦାସ ତୋଷାମୋଦକାରୀ ଭଳି ତାଙ୍କ ସମ୍ପର୍କରେ ମୁହଁ ଖୋଲିନାହାନ୍ତି । ଓଲଟା ନିଜକୁ ‘କ୍ରୀତଦାସ(ନିଜେ ସ୍ୱୀକାର କରିଥିଲେ) ବୋଲି ପ୍ରମାଣିତ କରିବା ପାଇଁ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ।

ସେହିପରି ଦଳର ପ୍ରାର୍ଥୀ ଚୟନଠୁ ଆରମ୍ଭ କରି ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିବା ପାଣ୍ଡିଆନ ୪ତାରିଖ ପରଠୁ ସମ୍ପୂର୍ଣ୍ଣ ନିରବ ରହିଛନ୍ତି । ବରିଷ୍ଠ ନେତା ଓ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ପାଣ୍ଡିଆନ ନିଜ ମନମୁତାବକ ନିର୍ବାଚନ ପରିଚାଳନା କରିଥିଲେ । କିନ୍ତୁ ବିଜେଡିର ବିପର୍ଯ୍ୟୟ ପରେ ଉତ୍ତରଦାୟିତ୍ୱ ନମୁଣ୍ଡାଇ ଅବା ପ୍ରତିକ୍ରିୟା ନରଖି ସର୍ବସାଧାରଣଠୁ ଦୂରେଇ ରହିଛନ୍ତି । ଏପରିକି ଦଳର ବିପର୍ଯ୍ୟୟକୁ ନେଇ ୪୮ଘଣ୍ଟା ପରେ ମଧ୍ୟ ସେ ନିଜେ ଗଣମାଧ୍ୟମକୁ ଆସିଲେ ନାହିଁ କିମ୍ବା ତାଙ୍କ ଦ୍ୱାରା କୌଣସି ବୟାନ ମଧ୍ୟ ଜାରି ହେଲାନାହିଁ । ଓଲଟା ଦୁଇଦିନ ଧରି ନିଖୋଜ ଥିବା ପାଣ୍ଡିଆନ ବୁଧବାର ରାତିରେ ଭିସ୍ତାରା ଏୟାରଲାଇନ୍ସର ବିମାନରେ ଦିଲ୍ଲୀ ଯାଇ ତାଜ୍ ପ୍ୟାଲେସ ହୋଟେଲରେ ରହିଥିବା ଖବର ଗଣମାଧ୍ୟମରେ ପ୍ରସାରଣ ପରେ ବିଜେଡି ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛି ।

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀ ପାତ୍ର ସାମ୍ବାଦିକମାନଙ୍କୁ ଡାକି ଗଣମାଧ୍ୟମକୁ  ଦୋଷ ଦେବାକୁ ଉଦ୍ୟମ କରିଛନ୍ତି । ପାଣ୍ଡିଆନଙ୍କ ପାଇଁ ଓକିଲାତି କରି କହିଛନ୍ତି ଯେ, ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି । ଭିକେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ ନେଇ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଅରୁଚିକର, ବିଭ୍ରାନ୍ତିକର ଓ ତଥ୍ୟବିହୀନ ଖବର ପ୍ରସାରଣ କରୁଛନ୍ତି । ଏପରି ଅରୁଚିକର ବିଭ୍ରାନ୍ତିକରଣ ଖବର ପ୍ରସାରଣରୁ କ୍ଷାନ୍ତ ରୁହନ୍ତୁ । କେହି ନେତା କୁଆଡ଼େ ଗଲେ ଗଣମାଧ୍ୟମକୁ ଖବର ଦେଇ ଯିବା ଜରୁରୀ ନୁହେଁ ବୋଲି ଅତ୍ୟନ୍ତ ରୁକ୍ଷ ଭାବେ ଶ୍ରୀ ପାତ୍ର ମତବ୍ୟକ୍ତ କରି ପାଣ୍ଡିଆନଙ୍କ ସୁରକ୍ଷାରେ ଆଗେଇ ଆସିଛନ୍ତି । ଦଳର ବିପର୍ଯ୍ୟୟର କାରଣ ପାଲଟିଥିବା ପାଣ୍ଡିଆନଙ୍କ ସୁରକ୍ଷାରେ ଶ୍ରୀ ପାତ୍ର ଏଭଳି ତୋଷାମଦକାରୀ ସାଜିବାକୁ ବିଜେଡିର ଏକ ବୃହତ୍ ଗୋଷ୍ଠୀ କ୍ଷୁବ୍ଧ ହୋଇଛି ।

ପାଣ୍ଡିଆନଙ୍କ ତ୍ରୁଟି ଯୋଗୁ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିବାର ପ୍ରତିକ୍ରିୟା ରାଜ୍ୟବ୍ୟାପୀ ଦଳୀୟ ମହଲରେ ରହିଥିବାବେଳେ ବବି ଓ ସସ୍ମିତଙ୍କ ଏଭଳି ତୋଷାମଦ ତଥା ସାଲିସ୍ କରିବା ଭଳି ବୟାନ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅବଶ୍ୟ ପାଣ୍ଡିଆନଙ୍କ ଦ୍ୱାରା ସର୍ବାଧିକ ଉପକୃତ ବବି ଓ ସସ୍ମିତ ହୋଇଛନ୍ତି ।

ଅନ୍ୟପକ୍ଷରେ ବିଜେଡି ବରିଷ୍ଠ ଉପସଭାପତି ଅମର ଶତପଥୀ କହିଛନ୍ତି ଯେ, “ ଆମର ପ୍ରଚାର ଶୈଳୀ ଲୋକଙ୍କୁ କାହିଁକି ଛୁଇଁଲା ନାହିଁ ତା’ର ସମୀକ୍ଷା ହେବା ଆବଶ୍ୟକ । ନିର୍ବାଚନରେ ପ୍ରାର୍ଥୀ ଚୟନରେ କିଛି ଜାଗାରେ ବ୍ୟତିକ୍ରମ ହୋଇଛି । ତାହା ଦଳର ସଭାପତି ଦେଖିବାର ଥିଲା । ପ୍ରାର୍ଥୀ ହେଉଛନ୍ତି ବଡ଼, ଅନେକ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ବି ଜିତିଛନ୍ତି ବୋଲି ସେ କହିଛନ୍ତି । ସେହିପରି ବରିଷ୍ଠ ନେତା ଶଶୀଭୂଷଣ ବେହେରା କହିଛନ୍ତି ଯେ, ନିର୍ବାଚନ ପରିଚାଳନାରୁ ବରିଷ୍ଠ ନେତାମାନଙ୍କୁ ଦୂରେଇ ରଖିବା ଯୋଗୁ ଏଭଳି ବିପର୍ଯ୍ୟୟ ହୋଇଛି ।

ବିଜେଡିର ନିର୍ବାଚନ ପରିଚାଳନା ଓ ପ୍ରଚାର ଉଭୟ ପାଣ୍ଡିଆନ ନିଜେ ବୁଝୁଥିବାରୁ ତାଙ୍କୁ ଅମର ଓ ଶଶୀଭୂଷଣ ପରୋକ୍ଷରେ ଦୋଷ ଦେଇ ଅସନ୍ତୋଷ ଜାହିର କରିଛନ୍ତି । ମାତ୍ର ଏତେ ବିପର୍ଯ୍ୟୟ ପରେ ମଧ୍ୟ ବବି ଓ ସସ୍ମିତ ଉଭୟ ‘ପାଣ୍ଡିଆନ ସ୍ମୃତିଗାନ’ କରି ତାଙ୍କ ସପକ୍ଷରେ ଯୁକ୍ତି ବାଢ଼ିବା ନିଶ୍ଚିତ ଭାବେ ବିଜେଡିର ମୂଳପୋଛର କାରଣ ପାଲଟିବ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story